Take a fresh look at your lifestyle.

ହିରୋ XOOM ସ୍କୁଟର ବଜାର ପ୍ରବେଶ

0 5

Get real time updates directly on you device, subscribe now.

ଢେଙ୍କାନାଳ: ହିରୋ ମୋଟୋକର୍ପ ର ଅଧିକୃତ ବିକ୍ରେତା ସୋମ ଅଟୋରେ ହିରୋ XOOM ସ୍କୁଟର ର ବଜାର ପ୍ରବେଶ ମହାସମାରୋହରେ ଅନୁଷ୍ଠିତ ହୋଯାଇଅଛି। ସ୍ଥାନୀୟ AXIS BANK ର ବରିଷ୍ଟ ଶାଖା ପ୍ରବନ୍ଧକ ଶ୍ରୀଯୁକ୍ତ କାର୍ତ୍ତିକ ଚନ୍ଦ୍ର ସାହୁ କେକ୍ କାଟି ଏହାର ଶୁଭ ଉଦଘାଟନ କରିଥିଲେ।

110CC ବିଶିଷ୍ଟ ଏହି ସ୍କୁଟର ଅତ୍ୟାଧୁନିକ ଜ୍ଞାନ କୌଶରେ ନିର୍ମିତ ଯଥା କର୍ନର ବେଣ୍ଡିଙ୍ଗ ଲାଇଟ୍, 12″ ର ବୃହତ୍ ଟାୟାର ସମ୍ପୂର୍ଣ୍ଣ ଡିଜିଟାଲ ମିଟର କନସୋଲ, ଡାଇମଣ୍ଡ କଟ୍ ଆଲୋ ୱିଲ୍ , ଏଲ୍ଇଡି ପ୍ରୋଜେକ୍ଟର ହେଡ ଲାମ୍ପ ଏବଂ ଏହି ଗାଡ଼ିରେ 0-60KM 9.35 ସେକେଣ୍ଡ ରେ ଅତିକ୍ରମ କରିବାର କ୍ଷମତା ରହିଅଛି ।

ଏହି ସ୍କୁଟର ଯୁବପିଢି ମାନଙ୍କ ବେଶ୍ ପସନ୍ଦ ହୋଇପାରିବ ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସାହୁ ପ୍ରକାଶ କରିଥିଲେ। ଉତ୍ସବକୁ ସୋରୁମ୍ ମ୍ୟାନେଜର ଶ୍ରୀଯୁକ୍ତ ଶ୍ରୀ ଚନ୍ଦନ ନନ୍ଦ ପରିଚାଳନା କରିଥିଲେ ଏବଂ ଶୋରୁମ୍ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.