Take a fresh look at your lifestyle.

ଭୁବନ ସରସ୍ୱତୀଶିଶୁବିଦ୍ୟାମନ୍ଦିର ର ୩୩ ତମବାର୍ଷିକଉତ୍ସବ

0 9

Get real time updates directly on you device, subscribe now.

ଭୁବନ : ଭୁବନ ସହର ଉପକଣ୍ଠସ୍ଥ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ର ୩୩ ତମ ବାର୍ଷିକଉତ୍ସବ ମହାସମାରୋହରେ ଅନୁଷ୍ଠିତହୋଇଯାଇଛି । ପରିଚାଳନା କମିଟି ସଭାପତି ପ୍ରଭାତକୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଳ୍ପ ଦରମାରେ ଶିଶୁମନ୍ଦିରର ଗୁରୁଜୀ , ଗୁରୁମା ଙ୍କ ଉନ୍ନତ ମାନର ଶିକ୍ଷାଦାନ ଓ ପଠନ ଶୈଳୀକୁ ଉଚ୍ଚ ପ୍ରଶଂସା କରିଥିଲେ ଏବଂ ସାରାରାଜ୍ୟରେ ଶିଶୁମନ୍ଦିର ନିଜର ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି ବୋଲି ମତବ୍ୟକ୍ତ କରିଥିଲେ ।

ମୁଖ୍ୟବକ୍ତା ଭାବେ ବିଦ୍ୟାଭାରତୀ ର ସହମନ୍ତ୍ରୀ ପୂର୍ବକ୍ଷେତ୍ର ହେମନ୍ତ କୁମାର ପାଣିଗ୍ରାହୀ“ଶିଶୁ ଗଠନ ଦିଗରେ ଗୁଣାତ୍ମକ ଶିକ୍ଷା”ସଂପର୍କରେ ମାର୍ଗଦର୍ଶନ କରିଥିଲେ । ସମ୍ମାନୀତ ଅତିଥି ଭାବେ ନଗରପାଳ ଶୁଭେନ୍ଦୁ କୁମାର ସାହୁ , ପୁରୀ ଗୋବର୍ଦ୍ଧନ ପୀଠ ଆଦିତ୍ୟ ବାହିନୀ ମହାସଚିବ ପଣ୍ଡିତ ମାତୃପ୍ରସାଦ ମିଶ ୍ରଯୋଗଦେଇ ଥିଲେ ।

ପ୍ରଧାନ ଆଚାର୍ଯ୍ୟା ଇନ୍ଦୁଲତା ସାହୁ ବାର୍ଷିକ ବିବରଣୀ ପାଠ ମାଧ୍ୟମରେ ବିଦ୍ୟାଳୟର ସଫଳତା ସହିତ ଅଭାବ ଅସୁବିଧା ସଂପର୍କରେ ଅତିଥି ଙ୍କ ଦୃଷ୍ଟି ଆକର୍ଷଣକରିଥିଲେ । ପରିଚାଳନା କମିଟି ସଂପାଦକ ଜଗବନ୍ଧୁ ବିହାରୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଯୁଗ୍ମସଂପାଦକ ନିରଂଜନ ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ୩୩ ଜଣ କୃତୀବିଦ୍ୟାର୍ଥୀଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଶିଶୁମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସମସ୍ତଗୁରୁଜୀ , ଗୁରୁମା ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.