Take a fresh look at your lifestyle.

କୁଷ୍ଠ ସଚେତନତା ପ୍ରସ୍ତୁତି ବୈଠକ

0 2

Get real time updates directly on you device, subscribe now.

ଢେଙ୍କାନାଳ: ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆସନ୍ତା ଜାନୁଆରୀ ୩୦ ତାରିଖରୁ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ “ସ୍ପର୍ଶର୍ କୁଷ୍ଠ ସଚେତନତା ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏ ନେଇ ଆଜି ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ସଦ୍ଭାବନା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନିଷ୍ପତି ହୋଇଛି ।

ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଗ୍ରାମ/ୱାର୍ଡ ସ୍ତରରେ ଥିବା ସମସ୍ତ ଆଶାକର୍ମୀ, ଅଙ୍ଗନୱାଡି କର୍ମୀ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ସହଯୋଗ କରିବା ସହିତ ସନେ୍ଦହ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ତୁରନ୍ତ ଚିକିତ୍ସକଙ୍କ ପରାମର୍ଶ ନେବା ପାଇଁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାସ ସମାଜରୁ କୁଷ୍ଠକୁ ସଂପୂର୍ଣ୍ଣ ରୂପରେ କିଭଲି ନିରାକରଣ କରାଯାଇପାରିବ, ରୋଗୀଙ୍କ ପ୍ରତି ଘୃଣା ଏବଂ ଭେଦଭାବ ନରଖି ସେମାନଙ୍କୁ କିଭଳି ମୁଖ୍ୟ ସ୍ରୋତରେ ସାମିଲ୍ କରାଯାଇପାରିବ ଏହା ଉପରେ ଆଲୋକପାତ କରିଥିଲେ ।

ଜିଲ୍ଲା କୁଷ୍ଠ ରୋଗ ଚିକିତ୍ସାକାରୀ ଡ. ଗୁରୁ ପ୍ରସାଦ ଜେନା ସ୍ୱାଗତ ଭାଷଣ ଦେବା ସହିତ କୁଷ୍ଠ ମୁକ୍ତ ଆମ ଜିଲ୍ଲା କିଭଳି ହୋଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ । ଏଥର ଶୀର୍ଷକ ରହିଛି “”ଲଢ଼ିବା କୁଷ୍ଠ ସହ ଆସ, କୁଷ୍ଠ କୁ କରିବା ଇତିହାସ” । ଏହି କାର୍ଯ୍ୟକ୍ରମ ସମସ୍ତ ଗ୍ରାମ, ସ୍କୁଲ୍, ପଂଚାୟତ ଏବଂ ବ୍ଲକ୍ ସ୍ତରରେ ପାଳନ କରାଯିବ । ଏଥିରେ ଜିଲ୍ଲାପାଳଙ୍କ ବାର୍ତା, ଶପଥ ପାଠ ସହିତ ବକ୍ତୃତା ପ୍ରତିଯୋଗିତା, ରାଲି, କୁଷ୍ଠରୋଗ ବିଷୟରେ ପ୍ରଶ୍ନୋତର ଇତ୍ୟାଦି କାର୍ଯ୍ୟକ୍ରମ ରହିଛି । ଜିଲ୍ଲା କୁଷ୍ଠ ପରାମର୍ଶଦାତା ଡା. ନିରୋଜ କୁମାର ଶତପଥୀ ପାୱାରପଏଂଟ୍ ପ୍ରେଜେଂଟେସନ୍ ମାଧ୍ୟମରେ ଜିଲ୍ଲାରେ କୁଷ୍ଠରୋଗର ସ୍ଥିତି ସହ ସ୍ପର୍ଶ କୁଷ୍ଠ ସଚେତନତା ପାଳନ ନିମନ୍ତେ ଥିବା ନିୟମାବଳୀ ଉପରେ ଆଲୋଚନା କରିଥିଲେ ।

ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ମହାତ୍ମା ଗାନ୍ଧୀଙ୍କ କୁଷ୍ଠ ମୁକ୍ତ ବାରତର ସ୍ୱପ୍ନକୁ ସାକାର କରିବା ନିମନ୍ତେ, ତାଙ୍କର ତିରୋଧାନ ଦିବସକୁ କୁଷ୍ଠ ନିରାକରଣ ଦିବସପାଳନ କରାଯାଉଥିବାରୁ ଆସନ୍ତା ଜାନୁଆରୀ ୩୦ ତାରିଖରେ ଜିଲ୍ଲାର ଏକ ଶୋଭାଯାତ୍ରା ସହ ସଭାର ଆୟୋଜନ ନିମନ୍ତେ ବୈଠକରେ ନିଷ୍ପତି ହୋଇଛି ।

ବୈଠକ ଶେଷରେ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଅଧିକାରୀମାନଙ୍କୁ “ସ୍ପର୍ଶ କୁଷ୍ଠ ଶପଥ ପାଠ’ କରାଇଥିଲେ । ସଭା ଶେଷରେ ଜିଲ୍ଲା କୁଷ୍ଠରୋଗ ନିରାକରଣ ଅଧିକାରୀ ଡା. ଜେନା ସଭାକୁ ସଫଳ କରିବାରୁ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.