Take a fresh look at your lifestyle.

ସାଂସଦ ମହେଶ ସାହୁ ଙ୍କ ଦ୍ୱାରା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ

0 11

Get real time updates directly on you device, subscribe now.

ଭୁବନ : ଢେଙ୍କାନାଳ ସାଂସଦ ମହେଶ ସାହୁ ଏକ ଦିନିକିଆ ଗସ୍ତରେ ଭୁବନ ଆସି ବିଭିନ୍ନ ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । ସର୍ବପ୍ରଥମେ ଭୁବନ ସତ୍ୟସାଇ ସେବା ସମିତି ( ସାଇ ମନ୍ଦିର) ପରିସରରେ ସାଂସଦ ଙ୍କ ଉନ୍ନୟନ ପାଣ୍ଠି (୧୭ ଲକ୍ଷ ଟଙ୍କା ବ୍ୟୟ) ରେ ନିର୍ମିତ ସାଇ କମ୍ୟୁନିଟି ସେଣ୍ଟର କୁ ଉଦଘାଟନ କରିଥିଲେ ।

ପରେ ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମୀରାବାଇ କଳା ବିକାଶ କେନ୍ଦ୍ରର ନୂତନ ପ୍ରାଚୀର ମଧ୍ୟ ଉଦଘାଟନ କରିଥିଲେ । ଶ୍ରୀମା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପାନୀୟ ଜଳ ପ୍ରକଳ୍ପ କୁ ଉଦଘାଟନ କରିବା ସହ ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଅତିରିକ୍ତ ଶ୍ରେଣୀଗୃହ ଓ ସିଦ୍ଧି ବିନାୟକ କ୍ଲବ ବ୍ୟାୟାମ ଶାଳା (୫ ଲକ୍ଷ) ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ ।

ସାଂସଦ ମହେଶ ସାହୁ ଙ୍କ ସହ ନଗରପାଳ ଶୁଭେନ୍ଦୁ କୁମାର ସାହୁ , ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ , ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ , କନିଷ୍ଠ ଯନ୍ତ୍ରୀ ଶକ୍ତି ପ୍ରସାଦ ସାହୁ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ , କାଉନସିଲର ସୁଶାନ୍ତ ନାୟକ , ପପୁ କୁମାର ସାହୁ , ସାଂସଦ ଙ୍କ ସଚିବ ମାତୃ ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.