Take a fresh look at your lifestyle.

ସିମିଳିଆ ଟୁର୍ଣ୍ଣାମେଂଟ୍ ଉଦ୍ୟାପିତ

0 4

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସହର ନିକଟସ୍ଥ ସିମିଳିଆ ପଡିଆରେ ୧୫ ତାରିଖରୁ ଆରମ୍ଭ ହୋଇ ଆଜି ୨୯ ତାରିଖରେ ଉଦ୍ୟାପିତ ହୋଇଛି । ଆଜିର ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ପୌରପରିଷଦର ଅଧ୍ୟକ୍ଷା ଜୟନ୍ତୀ ପାତ୍ର ଉଦ୍ୟାପନୀ ଉତ୍ସବକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଉକ୍ରଳ ଆଜବେଷ୍ଟସ୍ର ମ୍ୟାନେଜର କ୍ଷୀରୋଦ୍ ବେହେରା, ମ୍ୟାନେଜର ବିଜୟ କୁମାର ବିଶ୍ୱାଳ ଏବଂ ମ୍ୟାନେଜର ଅଜିତ୍ କୁମାର ଦେହୁରୀ ଓ ଗଣେସ ଜୁଏର୍ଲ୍ସର ମାଲିକ ରାଜେଶ ଶୋନୀ ।

ଉଦ୍ୟାପନୀ ଦିବସରେ ସିମିଳିଆ ଓ ଆଛନ୍ଦ ମଧ୍ୟରେ ମ୍ୟାଚ୍ ହୋଇଥିଲା । ପ୍ରଥମେ ଆଛନ୍ଦ ଟସ୍ ଜିତି ବ୍ୟାଟିଂ କରି ୨୦ ଓଭରରେ ୧୯୩ ରନ୍ ସଂଗ୍ରହ କରିଥିଲା । ଜବାବ୍ରେ ସିମିଳିଆ ଦଳ ୧୯.୫ ଓଭର୍ରେ ଲକ୍ଷ୍ୟଧାର୍ଯ୍ୟ ରନ୍କୁ ପୁରଣ କରି ବିଜୟ ହାସଲ କରିଥିଲା । ସିମିଳିଆ ଟିମ୍ର ରଣଜିତ୍ ବିଶାଲ୍ ୨୦ ବଲ୍ରେ ୪୦ ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷିତ ହୋଇଥିଲେ ।

ଏହି ମ୍ୟାଚ୍କୁ ସୌମ୍ୟରଞ୍ଜନ ପାତ୍ର ଓ କାଳନ୍ଦୀ ବେହେରା ପରିଚାଳନା କରିଥିଲେ । ଉକ୍ତ ଟୁର୍ଣ୍ଣାମେଂଟ୍କୁ ଗୌରୀ ସ୍ପୋର୍ଟିଙ୍ଗ୍ କ୍ଲବ୍ର ସମସ୍ତ ସଦସ୍ୟମାନେ ସଫଳ କରାଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.