Take a fresh look at your lifestyle.

ଢେଙ୍କାନାଳ ଜିଲ୍ଲା କ୍ଷୁଦ୍ର ସମ୍ବାଦପତ୍ର ସଂଘର ବୈଠକ

0 43

ଢେଙ୍କାନାଳ: ଜିଲ୍ଲାରେ କ୍ଷୁଦ୍ର ସମ୍ବାଦପତ୍ର (ସାପ୍ତାହିକ-ପାକ୍ଷିକ-ମାସିକ)  ଆର୍ଥିକ ଅବସ୍ଥା ଏବଂ ପ୍ରଶାସନିକ ଅବହେଳାକୁ ନେଇ ଉପେକ୍ଷିତ ଅବସ୍ଥାରେ ପଡିରହିଛନ୍ତି । ସମ୍ବାଦପତ୍ରର ମାଲିକମାନେ ବିଭିନ୍ନ ପାରିପାଶ୍ୱର୍ିକ ଚାପର ଶୀକାର ହୋଇ ନିଜକୁ ଅସହାୟ ମନେକରୁଥିବାକୁ ଉପଲବ୍ଧି କରି ଢେଙ୍କାନାଳ ଜିଲ୍ଲା କ୍ଷୁଦ୍ର ସମ୍ବାଦପତ୍ରର ମାଲିକ, ସମ୍ପାଦକ ଓ ପ୍ରକାଶକମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଂପାଦକ ସଦାଶିବ ମହାପାତ୍ରଙ୍କ ଆବାହକତ୍ୱରେ ସ୍ଥାନୀୟ ପୂର୍ତ ବିଭାଗ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଜିଲ୍ଲାର ସମସ୍ତ କ୍ଷୁଦ୍ର ସମ୍ବାଦପତ୍ରର ସମ୍ପାଦକ ଓ ପ୍ରକାଶକମାନେ ଯୋଗଦେଇଥିଲେ । ପୁରୀ ଗୋବର୍ଦ୍ଧନ ପୀଠ ଆଦିତ୍ୟ ବାହିନୀର ସମ୍ପାଦକ ପଣ୍ଡିତ ମାତୃପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ଷୁଦ୍ର ସମ୍ବାଦପତ୍ରଗୁଡିକ ନିଜ ନିଜ ଅଂଚଳରେ ଯେପରି ସଂଗ୍ରାମ କରୁଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ । କିନ୍ତୁ ଏଥିପାଇଁ ଅନେକ କ୍ଷେତ୍ରରୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ମିଳିଲେ ଏହି କ୍ଷୁଦ୍ର ସମ୍ବାଦପତ୍ର ଗୁଡିକ ଆଗାମୀ ଦିନରେ ସାଧାରଣ ଜନତାଙ୍କ ପାଇଁ ଏକ ପ୍ରକାର ସଚେତନତାର ମାର୍ଗ ଦର୍ଶାଇପାରିବ, ଯାହାକି ଅନ୍ୟ ସମ୍ବାଦପତ୍ର ପାଇଁ ଉଦାହରଣ ହୋଇ ରହିବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ଏହି ବୈଠକରେ ସମସ୍ତ ସମ୍ପାଦକମାନେ ସେମାନଙ୍କର ଖବରକାଗଜ କରିବା ଅନୁଭୁତି ବିଷୟ ଉଲ୍ଲେଖ କରିଥିଲେ ।

ଆଗାମୀ ଦିନରେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ଏହି କ୍ଷୁଦ୍ର ସମ୍ବାଦପତ୍ରକୁ ସାଙ୍ଗଠନିକ ଦୃଷ୍ଟିକୋଣରୁ ସୁଦୃଢ କରିବା ନିମନ୍ତେ ଏକ ବିଧିବଧ କମିଟି ଗଠନ କରାଯାଇଥିଲା । ଏହି କମିଟିରେ ଉପଦେଷ୍ଟା ଭାବେ ଆଗେଇବାର ସଂପାଦକ ମହେଶ ସାହୁ ଓ ବରିଷ୍ଠ ସମ୍ପାଦକ କୃଷ୍ଣକୁମାର ମିଶ୍ର, ସଭାପତି ଭାବେ ସଦାଶିବ ମହାପାତ୍ର, ଉପସଭାପତି ଭାବେ ଶିଶିର କୁମାର ଶତପଥୀ, ସାଧାରଣ ସମ୍ପାଦକ ଭାବେ ଗଗନ ବିହାରୀ ପଣ୍ଡା, ଯୁଗ୍ମ ସଂପାଦକ ଭାବେ ବାଇଧର ନାୟକ ଏବଂ କୋଷାଧ୍ୟକ୍ଷ ଭାବେ ଆଭାସ କୁମାର ବରାଳ, କାର୍ଯ୍ୟକାରୀ କମିଟିକୁ ବିଷ୍ଣୁପ୍ରସାଦ ମହାରଣା, ଜେନାମଣି ଦିଲ୍ଲୀପ କୁମାର ରାୟ, ବୁଦ୍ଧିମନ୍ତ ପୁହାଣ, ମନମୋହନ ସାହୁ, ମେଘନାଦ ନନ୍ଦ ପ୍ରମୁଖ ମନୋନିତ ହୋଇଥିବାବେଳେ ଅମୀୟ କୁମାର ଚାନ୍ଦ, ଶ୍ୟାମସୁନ୍ଦର ସାହୁ, ଖଗେଶ୍ୱର ରାଉତ, ସୁରଜିତ୍ ପାଣି, ପୂର୍ଣ୍ଣଚନ୍ଦ୍ର ସାହୁ, ଆଲୋକ ରଥ ପ୍ରମୁଖ ସଭ୍ୟ ଉପସ୍ଥିତ ଥିଲେ ।

ଆଗାମୀ ଦିନରେ ଏହି ସଂଘରେ ଜିଲ୍ଲାର ଅନ୍ୟ କ୍ଷୁଦ୍ର ସମ୍ବାଦପତ୍ରଗୁଡିକୁ ସାମିଲ୍ କରାଯାଇ ସଂଘକୁ ଅଧିକ ସୁଦୃଢ କରାଯାଇ ସାଧାରଣ ଜନତାଙ୍କ ସେବାର ନିୟୋଜିତ ହେବ ବୋଲି ସାମୁହିକ ମତପ୍ରକାଶ ପାଇଥିଲା ।

- Advertisement -

Leave A Reply

Your email address will not be published.