Take a fresh look at your lifestyle.

ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ବୈଠକ

0 9

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆସନ୍ତା ବର୍ଷ ରାଜ୍ୟରେ ସାଧାରଣ ନିର୍ବାଚନ ହେବାର ଥିବାରୁ ଚଳିତ ବର୍ଷ ଭାରତୀୟ ଜନତା ପାର୍ଟିର ପ୍ରତ୍ୟେକ କାର୍ଯ୍ୟକର୍ତାଙ୍କ ପାଇଁ ମହତ୍ୱପୂର୍ଣ୍ଣ ବୋଲି କହିବା ସହ ଦଳ ଦ୍ୱାରା ପ୍ରସ୍ତୁତ ନିର୍ବାଚନ ରଣକୌଶଳ ଉପରେ ବିଷଦ ଭାବେ ଆଲୋକପାତ କରିଥିଲେ ।

 ତତ୍ସଙ୍ଗେ ସଙ୍ଗେ କାର୍ଯ୍ୟକର୍ତାଙ୍କୁ ଯୁଦ୍ଧମ୍ ଦେହୀ ଡାକରା ଦେବା ସହ ଏବେଠାରୁ କଠିନ ପରିଶ୍ରମ କରି ସଂଗଠନକୁ ବୁଥ୍ ସ୍ତରରୁ ମଜଭୁତ୍ କରିବା ପାଇଁ ଓ ଜନସାଧାରଣ ସମସ୍ୟା ସହିତ ନିଜକୁ ସାମିଲ୍ କରି ସେମାନଙ୍କ ଆସ୍ଥାଭାଜନ ହୋଇପାରିଲେ ଦୁର୍ନୀତି ଗ୍ରସ୍ତ ଓ ଭ୍ରଷ୍ଟାଚାର ରାଜ୍ୟ ସରକାରକୁ ଆସନ୍ତା ନିର୍ବାଚନରେ ହଟାଇ ବିଜେପି ଓଡିଶାରେ ସରକାର ଗଠନ କରିପାରିବ ବୋଲି କହିଥିଲେ ।

ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ଢେଙ୍କାନାଳ ଲୋକସଭା ପ୍ରବାସ ସଂଯୋଜକ ପ୍ରେମାନନ୍ଦ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ଉପରେ ଆଲୋକପାତ କରିବା ସହ ନିଜ ଅଂଚଳରେ ଏହାକୁ ପ୍ରଚାର ପ୍ରସାର କରି ଜନସାଧାରଣଙ୍କ ପାଖରେ ଏହାର ସୁଫଳ ପହଁଚାଇବା ପାଇଁ କାର୍ଯ୍ୟକର୍ତାମାନଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତୃଘନ ଜେନା ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲାରେ ଅଧୁନା ଘଟୁଥିବା ଧାନମଣ୍ଡିର ସମସ୍ୟା, ମିଲର ଓ ଦଲାଲ୍ଙ୍କ ମଧୁଚନ୍ଦ୍ରିକା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଯୋଗ୍ୟ ବ୍ୟକ୍ତିଙ୍କୁ ତାଲିକାଭୁକ୍ତ, ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ସମସ୍ୟା, ଆଇନ୍ଶୃଙ୍ଖଳା ବିପର୍ଯ୍ୟସ୍ତ, ହାତୀ ଉପଦ୍ରବ ସମେତ ଜିଲ୍ଲାର ଅନ୍ୟାନ୍ୟ ପ୍ରମୁଖ ସମସ୍ୟାକୁ ନେଇ ୯ଦଫାର ଏକ ରାଜନୈତିକ ଚିଠାପ୍ରସ୍ତାବ ପାରିତ୍ କରିଥିଲେ ।

ପ୍ରତ୍ୟେକ କ୍ଷେତ୍ରରେ ଓଡିଶାକୁ ଗୁରୁତ୍ୱ ଦେବା ସହ ସମ୍ବଲପୁରରୁ କଲିକତାକୁ ସପ୍ତାହରେ ତିନିଦିନ ଯାଉଥିବା ସାଲିମାର୍ ଏକ୍ସପ୍ରେସ୍କୁ ମହିମା ଧର୍ମର ଶ୍ରଷ୍ଟା ମହିମା ଗୋସାଇଁଙ୍କ ନାମରେ ନାମିତ କରିଥିବାରୁ, ମହିମା ଧର୍ମକୁ ଦେଶର ଏକ ପୁରାତନ ଧର୍ମ ବୋଲି ସଂସଦରେ ମତବ୍ୟକ୍ତ କରିଥିବାରୁ ଓ ଜି-ସମ୍ମିଳନୀରେ ଅଧ୍ୟକ୍ଷ ପଦରେ ଆସିନ ହୋଇ ଦେଶର ସମ୍ମାନକୁ ବିଶ୍ୱସ୍ତରରେ ସର୍ବାଗ୍ରକୁ ନେଇଥିବାରୁ ଜିଲ୍ଲା ଉପସଭାପତି ମାତୃପ୍ରସାଦ ନନ୍ଦ ଏକ ଧନ୍ୟବାଦ ପ୍ରସ୍ତାବ ଆଗତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦଳ ତରଫରୁ ଧନ୍ୟବାଦ ଦିଆଯାଇଥିଲା । ବରିଷ୍ଠ ଉପସଭାପତି ପବିତ୍ର କୁମାର ବିଶ୍ୱାଳ, ଦିବଂଗତ କାର୍ଯ୍ୟକର୍ତାଙ୍କ ପାଇଁ ଶୋକପ୍ରସ୍ତାବ ଆଗତ କରିଥିବା ସ୍ଥଳେ ଅନ୍ୟତମ ସାଧାରଣ ସଂପାଦକ ସୁନିଲ୍ ଶର୍ମା ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନାନନ୍ଦ ତ୍ରିପାଠୀ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଦୀପକ ଗୋଚ୍ଛାୟତ, ଜିଲ୍ଲା ମିଡିଆ ସେଲ୍ ପ୍ରଭାରୀ ନବ କିଶୋର ଗୁରୁ, ଜିଲ୍ଲା ସାଧାରଣ ସମ୍ପାଦକ ରାସ ବିହାରୀ ବେହେରା, ଜିଲ୍ଲା ଉପସଭାପତି ଭାରତୀ ସ୍ୱାଇଁ, ରାଜ୍ୟ ପରିଷଦ ସଦସ୍ୟା କମଳିନୀ ମହାନ୍ତି, ଜିଲ୍ଲା ସମ୍ପାଦକ ଅନିତା ଦାସ, ଅବନିକାନ୍ତ ପଟ୍ଟନାୟକ, ଇତିଶ୍ରୀ ସାହୁ, ଜିଲ୍ଲା କୋଷାଧ୍ୟକ୍ଷ ସଞ୍ଜୀବ ମହାପାତ୍ର, ଯୁବ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟରଞ୍ଜନ ଭୂୟାଁ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ପ୍ରଶାନ୍ତ ପ୍ରଧାନ, କୃଷକ ମୋର୍ଚ୍ଚା ସଭାପତି ସହଦେବ ସେଠୀ, ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦିକା ସସ୍ମିତା ସାମଲ, ସମ୍ପାଦିକା ଉଲି ନାୟକ, ମଧୁସ୍ମିତା ପୁହାଣ, ରୁନୁବାଳା ରାଉତ, ପୂର୍ବତନ ନଗରମଣ୍ଡଳ ସଭାପତି ତଥା କାଉନ୍ସିଲର ନିରୋଦ କୁମାର ସାହୁ, ନଗରମଣ୍ଡଳ ସଭାପତି ଧୃବଚରଣ ସ୍ୱାଇଁ, ନିହଲପ୍ରସାଦ ମଣ୍ଡଳ ସଭାପତି ପ୍ରଦୀପ କୁମାର ଦାସ, ଭାପୁର ମଣ୍ଡଳ ସଭାପତି ଧୃବ ଚରଣ ରାଉତ, କାଉନ୍ସିଲର ବଳରାମ ସେଠୀ, ସୂର୍ଯ୍ୟପ୍ରତାପ ରାଉତ ପ୍ରତାପ ନାୟକ, ବରିଷ୍ଠ କାର୍ଯ୍ୟକର୍ତା ରବିନ୍ଦ୍ର ବେହେରା, ଅଶୋକ ରାଉତ, ମନୋରଞ୍ଜନ ନାଥ, ମନୋଜ ପଟ୍ଟନାୟକ, ଅବନ୍ତୀ ସାହୁ, ହାଡିବନ୍ଧୁ ସେଠୀ, ଦିଲ୍ଲୀପ କୁମାର ସେନାପତି, ପ୍ରଦୀପ ମଲ୍ଲିକ, ସନ୍ତୋଷ ସାହୁ ସମେତ ସମସ୍ତ ମଣ୍ଡଳ ସଭାପତି, ସାଧାରଣ ସଂପାଦକ, କାର୍ଯ୍ୟକାରିଣୀ ସଦସ୍ୟ/ସଦସ୍ୟା ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ସାଧାରଣ ସମ୍ପାଦକ ରତିକାନ୍ତ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।

- Advertisement -

Leave A Reply

Your email address will not be published.