Take a fresh look at your lifestyle.

ଷଡ଼ଙ୍ଗୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ

0 12

Get real time updates directly on you device, subscribe now.

ଗଁଦିଆ: ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଶତାୟୁ ଅନୁଷ୍ଠାନ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉତ୍ସବ ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ଜାନୁଆରୀ ମାସ ଅଠେଇଶି ତାରିଖ ସକାଳ ରେ ଅନୁଷ୍ଠିତ ହୋଇଯାଇଅଛି।

ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ଶ୍ରୀ ସାହୁ ପତାକା ଉତ୍ତୋଳନ କରି ଉଦ୍ ଘାଟନ କରିଥିଲେ। ବାର୍ଷିକ କ୍ରୀଡା ପ୍ରତିଯୋଗିତା କୁ ସ୍ନାତକ ଶିକ୍ଷକ ବିଜୟ କୁମାର ବରାଳ ଶିକ୍ଷକ ରବିନାରାୟଣ ବେହେରା ଶିକ୍ଷୟିତ୍ରୀ ହିରଣ୍ମୟୀ ପଣ୍ଡା ଓ ମଧୁମିତା ପ୍ରଧାନ ପରିଚାଳନା କରିଥିଲେ।

ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଦୈ‌।ଡ଼,ଗଣିତ ରେସ୍, ଆଳୁ ଚାମଚ, ପୁଚି,ମ୍ଯୁଜିକ ଚେୟାର , ଦଉଡ଼ି ଡିଆଁ, ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ସଫଳ ପ୍ରତିଯୋଗୀମାନଙ୍କୁ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯିବ ବୋଲି ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ଶ୍ରୀ ସାହୁ ପ୍ରକାଶ କରିଛନ୍ତି

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.