Take a fresh look at your lifestyle.

ବିଶ୍ୱ ଓଡ଼ିଶା ମହିଳା ପରିଷଦ ପାଳିଲା ଓଡ଼ିଆ ନବବର୍ଷ: ଯୋରନ୍ଦା ଓ ବଣସିଂହ ରେ ଉଲ୍ଲାସର ପର୍ବ

0 105

ଢେଙ୍କାନାଳ : ବିଶ୍ବ ଓଡ଼ିଶା ମହିଳା ପରିଷଦ, ଯୋରନ୍ଦା ଶାଖା ଆନୁକୂଲ୍ୟରେ ଓଡ଼ିଆ ନବବର୍ଷ ମହୋତ୍ସବ ଆନନ୍ଦ ଉଲ୍ଲାସର ସହିତ ଯୋରନ୍ଦା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଅଛି ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋରନ୍ଦା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଆରତୀ ନାୟକ, ସମ୍ମାନିତ ଅତିଥି ଶ୍ରୀମତୀ ଅନିମା ପରିଡା, ଅନ୍ୟତମ ସମ୍ମାନିତ ଅତିଥି କୁମାରୀ ଚପଳା ବେହେରା, ମହାସଂଘ ଏମବିକେ ନର୍ମଦା ରାଉତ, ଯୋରନ୍ଦା ଗ୍ରାମ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ସଭାନେତ୍ରୀ ପ୍ରେମଲତା ନାୟକ, ସମ୍ପାଦିକା ପ୍ରଭାତୀ ବେହେରା ପ୍ରମୁଖ ଯୋଗଦେଇ ଓଡ଼ିଆ ନବବର୍ଷ ତଥା ମହାବିଷୁବ ପଣାସଂକ୍ରାନ୍ତି ସମ୍ପର୍କରେ ଉପସ୍ଥିତ ମହିଳା ମାନଙ୍କୁ କହିଥିଲେ ।

 

ଗୋଷ୍ଠୀ ସହାୟିକା ଓ  ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା ଓ କୁମାରୀ ମାନେ ଝୋଟି, ମୁରୁଜ, ଶଙ୍ଖ, ହୁଳହୁଳି, ମେହେନ୍ଦି, ଚିତ୍ରକଳା ଆଦି ପ୍ରତିଯୋଗିତାରେ ଭାଗ ନେଇଥିଲେ । ବିଭିନ୍ନ ବିଭାଗର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଝୋଟିରେ ଅଭିଲିପ୍ସା ଦେବନାୟକ ପ୍ରଥମ ହୋଇଥିବା ବେଳେ ସୁଭଦ୍ରା ସାହୁ ଦ୍ଵିତୀୟ ଓ ସୌମ୍ୟଶ୍ରୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ମୁରୁଜରେ ଲୋକେଶ୍ୱରୀ ବିଶ୍ୱାଳ ପ୍ରଥମ ଓ ପଦ୍ମିନୀ ବରାଳ ଦ୍ଵିତୀୟ ପୁରସ୍କାର ଲାଭ କରିଥିଲେ। ମେହେନ୍ଦିରେ ଅଭିଲିପ୍ସା ଦେବ ନାୟକ ପ୍ରଥମ, ଭଗବତୀ ନାୟକ ଦ୍ଵିତୀୟ ସ୍ମୃତିପ୍ରଜ୍ଞା ଦାସ ତୃତୀୟ ହୋଇଥିଲେ । ଶଙ୍ଖରେ ଶ୍ରୀମତୀ କଳ୍ପନା ବେହେରା ପ୍ରଥମ ହୋଇଥିବା ବେଳେ ସୁଚିତ୍ର ସାହୁ ଦ୍ଵିତୀୟ ପୁରସ୍କାର ଲାଭ କରିଥିଲେ।

ସେହିପରି ହୁଳହୁଳି ପ୍ରତିଯୋଗିତାରେ ଶ୍ରୀମତୀ ସବିତା ବେହେରା ପ୍ରଥମ ହୋଇଥିବା ବେଳେ ସୁଚିତ୍ରା ସାହୁ ଦ୍ଵିତୀୟ ଓ କଳ୍ପନା ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ଆରତୀ ନାୟକ ବିଶ୍ୱ ଓଡ଼ିଶାର ଏଭଳି ପଦକ୍ଷେପକୁ ସ୍ୱାଗତ କରିବା ସହ ଆଗକୁ କିଭଳି ଆମର ସଂସ୍କୃତି ପରମ୍ପରାକୁ ବଜାୟ ରଖିବା ସେ ଦିଗରେ ଧ୍ୟାନ ଦେବାପାଇଁ କହିଥିଲେ ।

ସମ୍ମାନିତ ଅତିଥି ଶ୍ରୀମତୀ ଅନିମା ପରିଡା  ଓଡ଼ିଆ ନବବର୍ଷ ପ୍ରତିବର୍ଷ ପାଳନ କରିବାପାଇଁ କହିଥିବାବେଳେ କୁମାରୀ ଚପଳା ବେହେରା ଧନ୍ୟବାଦ ଦେଇଥିଲେ । ବିଶ୍ୱ ଓଡ଼ିଶା ମହିଳା ପରିଷଦର ରାଜ୍ୟ ସଂଯୋଜିକା  ରଶ୍ମିତା ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ସୁସ୍ୱାଦୁ ପଣା ଉପସ୍ଥିତ ମହିଳା ଓ ଜନସାଧାରଣଙ୍କୁ ବଣ୍ଟନ କରାଯାଇଥିଲା ।

 ସେହିପରି ବିଶ୍ବ ଓଡ଼ିଶା ମହିଳା ପରିଷଦ ବଣସିଂହ ଶାଖା ଆନୁକୂଲ୍ୟରେ ମଧ୍ୟ ଓଡ଼ିଆ ନବବର୍ଷ ମହୋତ୍ସବ ପାଳିତ ହୋଇଯାଇଛି ,ଏଥିରେ ପୂର୍ବତନ ସରପଞ୍ଚ ସଂଯୁକ୍ତା ହୋତା ମୁଖ୍ୟ ଅତିଥି ଓ  ୱାର୍ଡ ସଭ୍ୟ ନମିତା ମହାଳିକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

- Advertisement -

Leave A Reply

Your email address will not be published.