Take a fresh look at your lifestyle.

ଅନୁଗୁଳ-ଢେଙ୍କାନାଳରୁ ମେମୁ ଟ୍ରେନ୍ ଚଳାଚଳ ପାଇଁ କେନ୍ଦ୍ରମନ୍ତ୍ରୀ ଙ୍କୁ ଦାବିପତ୍ର

0 19

Get real time updates directly on you device, subscribe now.

ଢେଙ୍କାନାଳ: ଅନୁଗୁଳ-ଢେଙ୍କାନାଳରୁ କଟକ ପାଇଁ ମେମୁ ଟ୍ରେନ୍ ଚଳାଚଳ ଉଦେଶ୍ୟରେ ଢେଙ୍କାନାଳ ସଚେତନ ନାଗରିକ ଫୋରମ ତରଫରୁ ଫୋରମ୍ ର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ନଗରପାଳ ଆଇନଜୀଵୀ ସୁରେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଯଥା ଫୋରମ୍ ର ସମ୍ପାଦକ ଭରତ କୁମାର ଦାସ, ପର୍ଶୁରାମ ମହାଭୋଇ, ଜୀ. ମନ୍ମଥ ରାଓ, ସୁଧାକର ଖିଲାର ପ୍ରମୁଖ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଭେଟି ଅନୁଗୁଳରୁ କଟକ ପର୍ଯ୍ୟନ୍ତ ଏକ ମେମୁ ଟ୍ରେନ୍ ଚଳାଚଳ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ l

ରେଳ ଚଳାଚଳ ଦାବିର କାରଣ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ରୁ ଭାରତ ସରକାର ସର୍ବାଧିକ ରାଜସ୍ବ ନେଉଥିଲେ ମଧ୍ୟ 100 ବର୍ଷ ପୂର୍ବେ ଇଂରେଜମାନଙ୍କ ଦ୍ୱାରା ଚଳାଯାଇଥିବା ତାଳଚେର ଠାରୁ କଟକ ଏକମାତ୍ର ପାସେଞ୍ଜର ଟ୍ରେନ୍ କଟକ ଦେଇ ପୁରୀ ଯାତାୟାତ କରୁଛି l

କଟକ ଓଡିଶା ର ପ୍ରାଣକେନ୍ଦ୍ର ହୋଇଥିବା ସ୍ଥଳେ, ବଡ ମେଡିକାଲ, ହାଇକୋର୍ଟ, ଶିକ୍ଷାନୁଷ୍ଠାନ ଏବଂ ବାଣିଜିକ କାର୍ଯ୍ୟ ପାଇଁ ଅନୁଗୁଳ ଏବଂ ଢେଙ୍କାନାଳ ବାସୀ ବ୍ୟୟ ବହୁଳ ଏବଂ ଅସୁବିଧାର ସମୁଖୀନ ହେଇଚାଲିଛନ୍ତି l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.