Take a fresh look at your lifestyle.

ମହିମା ମହାବିଦ୍ୟାଳୟରେ ସାମ୍ପ୍ରଦାୟିକ ସଦଭାବନା ସପ୍ତାହ ପାଳନ

0 5

ମହିମାଗାଦି, ତା ୨୪.୧୧ ଯୋରନ୍ଦାସ୍ଥିତ ମହିମା ମହାବିଦ୍ୟାଳୟ ପରିସରରେ ଆଜି ପ୍ରାଧ୍ୟାପକ ପ୍ରହଲ୍ଲାଦ କୁମାର ସ୍ଵାଇଁଙ୍କ ସଭାପତିତ୍ଵରେ ଓଡିଶା ସରକାରଙ୍କର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଏବଂ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ମିଳିତ ଆନୁକୁଲ୍ଯରେ ସାମ୍ପ୍ରଦାୟିକ ସଦଭାବନା ସପ୍ତାହ ପାଳନ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜନ ହୋଇଯାଇଅଛି ।

ଏହି କାର୍ଯ୍ୟ କ୍ରମରେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଇପ୍ପଲି ଶିବଶଙ୍କର ଅତିଥି ପରିଚୟ ପ୍ରଦାନ ଏବଂ ସ୍ଵାଗତ ଭାଷଣ ତଥା କାର୍ଯ୍ୟ କ୍ରମର ଆଭିମୁଖ୍ଯ ବ୍ୟକ୍ତ କରିଥିଲେ । ପ୍ରାଧ୍ୟାପକ ଶ୍ରୀ ସ୍ଵାଇଁ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମର ଉଦ୍ଘାଟନ କରିବା ସହିତ ଭାରତଭଳି ବିଭିନ୍ନତାର ସମାଜ ପୃଥିବୀରେ ବିରଳ ଏବଂ ଅନେକ ଭିନ୍ନତା ସତ୍ବେ ପ୍ରତ୍ଯେକ ଭାରତୀୟ ଦେଶ ମାତୃତାକୁ ଭଲପାଇବା ଏବଂ ପରସ୍ପର ମଧ୍ୟରେ ସଦଭାବ ରଖି ଦେଶକୁ ଆଗେଇ ନେବାପାଇଁ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ ।

ଅଧ୍ୟାପକ ଜ୍ୟୋତିରଞ୍ଜନ ଦଳାଇ ସମ୍ପ୍ରତି ଯୁବ ବର୍ଗ ସାମାଜିକ ଗଣମାଧ୍ୟମର ଦୁରୁପଯୋଗର କିଭଳି ଶିକାର ହେଉଛନ୍ତି ଏବଂ ଏଥିପାଇଁ ଯୁବ ବର୍ଗ ସଚେତନ ରହିବା ଓ ସମାଜରେ ଶାନ୍ତି ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ କାଳନ୍ଦି ଚରଣ ପଣ୍ଡା ଏବଂ ଅନ୍ଯାନ୍ଯ କର୍ମଚାରୀ ମାନେ ପରିଚାଳନା କରିଥିଲେ । ପରିଶେଷରେ ଅଧ୍ୟାପିକା ଗୀତାଞ୍ଜଳି ମହାରଣା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Leave A Reply

Your email address will not be published.