Take a fresh look at your lifestyle.

ଗଣତନ୍ତ୍ର ସୁଦୃଢ଼ ପାଇଁ ସାମ୍ବାଦିକଙ୍କ ଭୂମିକା ପ୍ରୟୋଜନ – ଜିଲାପାଳ

0 20

Get real time updates directly on you device, subscribe now.

ଢେଙ୍କାନାଳ :ସାମ୍ବାଦିକମାନେ ବିଭିନ୍ନ ଅଞ୍ଚଳର ଖବରକୁ ସଠିକ୍ ଢଙ୍ଗରେ ସରକାର ଏବଂ ପ୍ରଶାସନ ନିକଟରେ ପହଞ୍ଚାଇଥାନ୍ତି । ଫଳରେ ସମାଜର ଦୁର୍ବଳ ଶ୍ରେଣୀର ଉନ୍ନତି ହୋଇଥାଏ । ଗଣତନ୍ତ୍ରକୁ ସୁଦୃଢ଼ ଏବଂ ଶକ୍ତିଶାଳୀ କରିବାରେ ସାମ୍ବାଦିକଙ୍କର ଭୂମିକା ନିହାତି ପ୍ରୟୋଜନ ବୋଲି ଢେଙ୍କାନାଳ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ ଜାତୀୟ ସାମ୍ବାଦିକ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି ।

ଆମ ପ୍ରତିଭା ଓ ଆମ ସମ୍ମାନ ଏବଂ ଆଗେଇବା ପାକ୍ଷିକ ଖବରକାଗଜ ପକ୍ଷରୁ ଢେଙ୍କାନାଳ ପୁରୁଣା ଜିଲ୍ଲା ପରିଷଦ ହଲ୍ଠାରେ ଆୟୋଜିତ “ସାମ୍ବାଦିକଙ୍କ ପାଇଁ ସାମାଜିକ ସୁରକ୍ଷାର ଆବଶ୍ୟକତା’ ଶୀର୍ଷକ ଏକ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ଯୋଗଦେଇ ଆହୁରି କହିଥିଲେ, ସାମ୍ବାଦିକମାନେ ହେଉଛନ୍ତି ସମାଜର ପ୍ରତିବିମ୍ବ । ସେମାନଙ୍କଠାରୁ ସମାଜର ଅପହଞ୍ଚ ଅଞ୍ଚଳର ଖବର ଜଣାପଡିଥାଏ । ସମାଧାନ ପାଇଁ ପ୍ରଶାସନ ଉଦ୍ୟମ କରେ ବୋଲି କହିଥିଲେ ।

ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଅଟଳ ବିହାରୀ ଦାସ ଯୋଗଦେଇ ଗଣତନ୍ତ୍ରର ୩ଟି ସ୍ତମ୍ବ ବ୍ୟବସ୍ଥାପିକା, ନ୍ୟାୟପାଳିକା ଓ କାର୍ଯ୍ୟପାଳିକାଙ୍କର ସାମାଜିକ ସୁରକ୍ଷା ରହିଥିବାବେଳେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ କୁହାଯାଉଥିବା ଗଣମାଧ୍ୟମର ସାମାଜିକ ସୁରକ୍ଷା ଆଦୌ ନାହିଁ । ସାମ୍ବାଦିକମାନେ ସମାଜର ଜାଗ୍ରତ ପ୍ରହରୀ ହୋଇଥିବାରୁ ଏବଂ ଗଣତନ୍ତ୍ରକୁ ସୁରକ୍ଷା ଦେଉଥିବାରୁ ସାମ୍ବାଦିକଙ୍କ ସୁରକ୍ଷା ଦିଗରେ ରାଷ୍ଟ୍ରର କର୍ତ୍ତବ୍ୟ ରହିଛି ବୋଲି କହିଥିଲେ ।

ଅନ୍ୟତମ ଅତିଥି ଭାବେ ଆଗେଇବା ପତ୍ରିକାର ସମ୍ପାଦକ ତଥା ଆମ ପ୍ରତିଭା ଆମ ସମ୍ମାନର ପ୍ରତିଷ୍ଠାତା ଢେଙ୍କାନାଳ ସାଂସଦ ମହେଶ ସାହୁ ସାମ୍ବାଦିକମାନଙ୍କର ଲେଖନୀ ସମାଜରେ ପରିବର୍ତ୍ତନ ସୃଷ୍ଟି କରିଥାଏ । ଯେଉଁ ଜାଗାରେ ପ୍ରଶାସନ ଏବଂ ରାଜନେତାମାନେ ପହଞ୍ଚି ପାରିନଥାନ୍ତି ସେଠାରେ ସାମ୍ବାଦିକଟିଏ ପ୍ରଥମେ ପହଞ୍ଚିବା ପରେ ପ୍ରଶାସନ ଏବଂ ରାଜନେତାମାନେ ଅବଗତ ହୋଇଥାନ୍ତି ବୋଲି କହିଥିଲେ ।

ଆମ ପ୍ରତିଭା ଆମ ସମ୍ମାନର ଉପସଭାପତି କୋଦଣ୍ଡଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆଗେଇବାର ପରିଚାଳନା ସମ୍ପାଦକ ଗଦାଧର ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ସଂଗଠନର ସମ୍ପାଦକ କାର୍ତ୍ତିକ ସାହୁ ସାମ୍ବାଦିକଙ୍କ ସୁରକ୍ଷା ଦିଗରେ ସରକାର ପଦକ୍ଷେପ ନେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ସତ୍ୟନାରାୟଣ କର ସଂଯୋଜନା କରିଥିଲେ ।
ଢେଙ୍କାନାଳ ଜିଲ୍ଲା ଇ.ପି.ଏଫ୍ ପେନସନ ସଂଘ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଦାବି ପାତ୍ର
ଢେଙ୍କାନାଳ ସଦର : ଇ.ପି.ଫ୍ ପେନସନ ଭୋଗି ରାଜ୍ୟ ସଂଘ ଆହ୍ବାନ କ୍ରମେ ଆଜି ଇ.ପି.ଏଫ୍ ଦିବସ କୁ ଦାବି ଦିବସ ରୂପେ ଢ଼େଙ୍କାନାଳ ଜିଲ୍ଲା ଶାଖା ପାଳନ କରିଛନ୍ତି !

୧୯୯୫ ମସିହା ନଭେମ୍ବର ୧୬ ତାରିଖ ଠାରୁ ଇ.ପି.ଫ୍ ପେନସନ ଭୋଗି ମାନଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ଇ.ପି.ଏଫ ୯୫ ନିୟମ ଅନୁସାରରେ ଅତି ନଗନ୍ୟ ପେନସନ ମାସିକ ୩୦୦ ଟଙ୍କାରୁ ୩୦୦୬ ଟଙ୍କା ଦେଉଥିଲେ ମଧ୍ୟ ଅଧିକ ପେନସନ ଭୋଗି ମାସିକ ୧୦୦୦ ଟଙ୍କାରୁ କମ୍ ପେନସନ ପାଇ ଅତି ଦନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି।

ଏହି ସ୍ୱଳ୍ପ ପେନସନ ସହିତ ମହଙ୍ଗା ଭତ୍ତା ପେନସନ ବୃଦ୍ଧି କରାଯାଉ ନାହିଁ। ତେଣୁ ସର୍ବ ଭାରତୀୟ ସ୍ତରରେ ଇ.ପି.ଫ୍ ପେନସନ ଭୋଗି ମାନେ ଆଜି ର ଦିବସକୁ ପ୍ରତିବାଦ ଦିବସ ରୂପେ ପାଳନ କରିଛିନ୍ତି । ସର୍ବ ନିମ୍ନ ପେନସନ ୯୦୦୦ ଟଙ୍କାକୁ ବୃଦ୍ଧି କରାଯାଉ । ସୁପ୍ରିମ କୋର୍ଟର ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିତ ପେନସନ ପ୍ରଦାନ କରାଯାଉ । ଦରଦାମ ବୃଦ୍ଧି ଭରଣା ଲାଗି ପେନସନ ସହିତ ମହଙ୍ଗା ଭତ୍ତା ପ୍ରଦାନ କରାଯାଉ।

ସମସ୍ତ ଇ.ପି.ଫ୍ ପେନସନ ଭୋଗି ପରିବାରଙ୍କୁ ସରକାରଙ୍କ ଯୋଜନାରେ ସାମିଲ କରାଯାଇ ନିସ୍କୁଳ ଚିକିତ୍ସା ସେବା ଯୋଗାଇ ଦେବକୁ । ଜିଲ୍ଲା ସଭାପତି ଜ୍ୟୋତି ରଞ୍ଜନ ମହାପାତ୍ର ଙ୍କ ନେତୃତ୍ୱରେ ଅନ୍ୟ ସଦସ୍ୟ ମାନଙ୍କ ଉପସ୍ଥିତିରେ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଲଳିତ ମୋହନ ବେହେରା ଙ୍କୁ ଦାବି ପାତ୍ର ପ୍ରଦାନ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.