Take a fresh look at your lifestyle.

ଜିଲ୍ଲାସ୍ତରୀୟ ପଲ୍ଲିଶ୍ରୀ ମେଳା -2023 ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ

0 9

ଢେଙ୍କାନାଳ :  ଆଜି ଅପରାହ୍ନରେ ମହିଷାପାଟସ୍ଥିତ ପଲ୍ଲିଶ୍ରୀ ମେଳା ପଡିଆରେ ବିଶ୍ଵପ୍ରସିଦ୍ଧ ଗଜଲଷ୍ମୀ ପୂଜା ଅବସରରେ ଜିଲ୍ଲାସ୍ତରୀୟ ପଲ୍ଲିଶ୍ରୀ ମେଳା 2023 ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେଇଯାଇଛି l

ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଇସ୍ପାତ, ଖଣି ଓ ପୂର୍ତ୍ତି ବିଭାଗ ଓଡିଶା ସରକାର ଶ୍ରୀ ପ୍ରଫୁଲ କୁମାର ମଲ୍ଲିକ ଯୋଗଦେଇ କହିଥିଲେ ଯେ, ମହିଳାଙ୍କ ବିକାଶ ହେଲେ ସମାଜର ବିକାଶ ହବ ଏହାସହିତ ଗ୍ରାମାଞ୍ଚଳର ବିକାଶ ହେଲେ ସଭ୍ୟତା ର ବିକାଶ ହେବ l

ଏହାସହ କୃଷି କୁ ଅଗ୍ରାଧିକାର ଏବଂ ଏହିଦିଗରେ ସରକାରଙ୍କ ଦ୍ୱାରା କୃଷି ପାଇଁ ଯେଉଁ ସବୁ ନୂତନ ଯୋଜନା ମାନ ରହିଛି ସେ ସବୁକୁ ଲୋକଙ୍କୁ ନିକଟକୁ ପହଞ୍ଚାଇବା l ସଭାର ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକ କହିଥିଲେ ଯେ ପଲ୍ଲିଶ୍ରୀ ମେଳା ର ମୁଖ୍ୟ ଉଦ୍ୟେଶ ହେଉଛି ସ୍ୱଂୟ ସହାୟକ ଗୋଷ୍ଠି ଦ୍ୱାରା ଉତ୍ପାଦିତ ସାମଗ୍ରୀ ପାଇଁ ଏକ ପ୍ରକୃଷ୍ଠ ବଜାର ଯୋଗାଇଦେବା l

ଏହାସହିତ ଏହି ବର୍ଷ ପଲ୍ଲିଶ୍ରୀ ମେଳା ର ବାଣିଜ୍ୟ ବୃଦ୍ଧି ହେବାନେଇ ସେ ଆଶାବ୍ୟକ୍ତ କରିଥିଲେ lସମ୍ମାନିତ ଅତିଥି ଭାବେ ସାଂସଦ ଶ୍ରୀ ମହେଶ ସାହୁ, ଢେଙ୍କାନାଳ ବିଧାୟକ ଶ୍ରୀ ସୁଧୀର କୁମାର ସାମଲ, ପରଜଙ୍ଗ ବିଧାୟକ ଡ. ନୃସିଂହ ଚରଣ ସାହୁ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ଯୋଗଦେଇଥିଲେ l

ସଭାରେ ସ୍ୱାଗତ ଭାଷଣ ଜିଲ୍ଲାପରିଷଦ ର ନିର୍ବାହୀ ତଥା ଉନ୍ନୟନ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ ପ୍ରଦାନ କରିଥିଲେ l ସଭା କାର୍ଯ୍ୟ ଶ୍ରୀ ଅବନୀ କୁମାର ମିଶ୍ର ପରିଚାଳନା କରିଥିଲେ l ସଭା ଶେଷରେ ଓରମାସର ସି. ଇ. ଓ ଶ୍ରୀ ସୌରଭମୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମଟି ଢେଙ୍କାନାଳ ଜିଲ୍ଲାପ୍ରଶାସନ ଏବଂ ଓରମାସର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଇଥିଲା l ଏହା ଆଜି ଠୁ ଆରମ୍ଭ ହେଇ ନଭେମ୍ବର 7 ତାରିଖ ପର୍ଯ୍ୟନ୍ତ ଚାଲିବ l

- Advertisement -

Leave A Reply

Your email address will not be published.