Take a fresh look at your lifestyle.

ଶଙ୍କରପୁର ସରକାରୀ ଉ.ପ୍ରା. ବିଦ୍ୟାଳୟରେ ଶିଶୁ ମହୋତ୍ସବ ସୁରଭି – ୨୦୨୩

0 8

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଲ ସଦର ବ୍ଲକ୍ ଅନ୍ତର୍ଗତ ଶଙ୍କରପୁର ସରକାରୀ ଉ.ପ୍ରା. ବିଦ୍ୟାଳୟରେ ଶିଶୁ ମହୋତ୍ସବ ସୁରଭି – ୨୦୨୩ କାର୍ଯ୍ୟକ୍ରମ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜିକା ରମା ବେହେରାଙ୍କ ନେତୃତ୍ୱରେ ନୁଷ୍ଠିତ ହୋଇଯାଇଅଛି । ଉକ୍ତ ସୁରଭି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍‌ ଭାବେ ଶଙ୍କରପୁର ସରପଂଚ ରବିନ୍ଦ୍ର ବେହେରା, ମୁଖ୍ୟବକ୍ତା ଭାବେ ପ୍ରଧାନଶିକ୍ଷୟିତ୍ରୀ ମମତା କୁମାରୀ ନନ୍ଦ, ସମ୍ମାନିତ ଅତିଥି ଭାବେ ସମିତିସଭ୍ୟ ନୀଳମଣି ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

ଉକ୍ତ ସୁରଭି କାର୍ଯ୍ୟକ୍ରମରେ ୧୪ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୨ଟି ଉଚ୍ଚ ବିଦ୍ୟାଳୟର ୧୬୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମାଣ୍ଡିଆ ମିଶନ ଉପରେ ଜଣା ଅଜଣା, ବକ୍ତୃତା, ଇଲୋକେସନ୍, ଡ୍ରଇଁ, ଗୀତ, ନାଚ, ଡ୍ରାମା, କଳା ଓ ହସ୍ତଶିଳ୍ପ ଇତ୍ୟାଦି ପ୍ରତିଯୋଗିତା ହୋଇଥିଲା ।

ସୁରଭି କାର୍ଯ୍ୟକ୍ରମ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷ ପ୍ରତିଯୋଗିତା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କନିଷ୍ଠ ଓ ବରିଷ୍ଠ ଦୁଇଟି ବିଭାଗରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ କାମଧେନୁକୋଟ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଗଣେଶ୍ବର ପ୍ରଧାନ ସହଯୋଗ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.