Take a fresh look at your lifestyle.

ସ୍ୱଚ୍ଛତା ହିଁ ସୁସ୍ଥତାର ବାର୍ତା ଦେଲେ ଆଇୱା ର କର୍ମୀ

0 5

Get real time updates directly on you device, subscribe now.

ଢେଙ୍କାନାଳ : ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଉପଲକ୍ଷେ,ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଦେଶବ୍ୟାପି ସ୍ୱଚ୍ଛତା ସପ୍ତାହ ପାଳନ କରାଯାଉଅଛି । ସେହି ପରିପ୍ରେକ୍ଷୀରେ ଢେଙ୍କାନାଳ ବନ ବିଭାଗ ଆନୁକୂଲ୍ୟରେ ସଦର ବ୍ଲକ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳୀରେ ଏକ ସ୍ୱଚ୍ଛ ଭାରତ ଅଭିଯାନ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ଢେଙ୍କାନାଳର ଜିଲ୍ଲାପାଳ ସରୋଜ କୁମାର ସେଠୀ, ଅତିରିକ୍ତ ଜିଲ୍ଲାପାଳଲଳିତ କୁମାର ବେହେରା, ବନଖଣ୍ଡ ଅଧିକାରୀ ସୁମିତ କୁମାର କର, ପର୍ଯ୍ୟଟନ ବିଭାଗ,ଆରୋଗ୍ୟମ ଯୋଗ ଏବଂ ୱେଲଫେୟାର ଆସୋସିଏସନର କର୍ମକକର୍ତା ଏବଂ ସ୍ଥାନୀୟ ଯୁବ ଗୋଷ୍ଠୀ, ମହିଳା, ବନ ବିଭାଗ କର୍ମଚାରୀ ଯୋଗ ଦେଇଥିଲେ । ଆରୋଗ୍ୟମ ଯୋଗ ଏବଂ ୱେଲଫେୟାର ଆସୋସିଏସନର କର୍ମକର୍ତାମାନେ ସ୍ୱଚ୍ଛତା ହିଁ ସୁସ୍ଥତାର ବାର୍ତା ଦେଇଥିଲେ ।ସପ୍ତଶଯ୍ୟା ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ।

ଏଣୁ ଏହାକୁ ପ୍ଲାଷ୍ଟିକ ଏବଂ ପ୍ରଦୂଷଣ ମୁକ୍ତ ରଖିବା ସଫା ରଖିବା ସମସ୍ତ ପର୍ଯ୍ୟଟକଙ୍କର ଉତର ଦାୟିତ୍ୱ ବୋଲି ଢେଙ୍କାନାଳର ଜିଲ୍ଲାପାଳ ଓ ବନଖଣ୍ଡ ଅଧିକାରୀ ମତବ୍ୟକ୍ତ କରି ଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ବ୍ୟକ୍ତି ପରିବେଶକୁ ସଫା କରିବା ପାଇଁ ନିଜର ପୂର୍ଣ୍ଣ ସହଯୋଗ ଦେଇଥିବାରୁ ଢେଙ୍କାନାଳର ବନଖଣ୍ଡ ଅଧିକାରୀ ହୃଦୟରୁ କୃତଜ୍ଞତା ଜ୍ଞକ୍ଷପନ କରିଥିଲେ ।

ଏକମାତ୍ର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଢେଙ୍କାନାଳ ଜିଲ୍ଲାପାଳ ଆରୋଗ୍ୟମ ଯୋଗ ଏବଂ ୱେଲଫେୟାର ଆସୋସିଏସନକୁ ଧନ୍ୟବାଦ ଦେଇଥିଲେ ।

ଏଭଳି ଏକ ମହତ କାର୍ଯ୍ୟରେ ଯୋଗ ଦେଇ ଆଇୱାର କର୍ମକର୍ତାମାନେ ଅତି ଆନନ୍ଦ ଅନୁଭବ କଲେ କ୍ଷଏହି କାର୍ଯ୍ୟକ୍ରମରେ ଆଇୱାର ନିଦେ୍ର୍ଦଶିକା ଅନସୂୟା ମିଶ୍ର,ସମ୍ପାଦକ ପ୍ରଭାସ ଚନ୍ଦ୍ର ପାଢ଼ୀ,ଯୋଗପ୍ରଶିକ୍ଷିକା ମନସ୍ୱିନୀ ମିଶ୍ର ତଥା ସଦସ୍ୟା ନିବେଦିତା ସାହୁ ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.