Take a fresh look at your lifestyle.

ଡାକ ଅଭିକର୍ତା ସଂଘର ଧାରଣା

0 18

ଢେଙ୍କାନାଳ : ରାଷ୍ଟ୍ରୀୟ ସ୍ୱଳ୍ପ ସଂଚୟ ଅଭିକର୍ତା ସଂଘ ଭାରତ ଏନ୍ଏସ୍ଏସ୍ଏଏଆଇର ଡାକରା କ୍ରମେ ଢେଙ୍କାନାଳ ଜିଲ୍ଲାର ସମସ୍ତ ଡାକଘର ଏସ୍ଏଏସ୍ ଏବଂ ଏମ୍ପିକେବିୱାଇ ଏଜେଂଟ୍ ମାନେ ୨ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ ଅଭିକର୍ତାମାନେ କାର୍ଯ୍ୟରୁ ନିବୃତ ରହି ଦାବୀ ପୁରଣ ପାଇଁ ମୁଖ୍ୟ ଡାକଘର ସମ୍ନାରେ ଧାରଣାରେ ବସିଛନ୍ତି ।

ଉକ୍ତ ଦାବୀଗୁଡିକ ହେଲା ଅଭିକର୍ତାମାନଙ୍କର କମିଶନ ପୂର୍ବଭଳି କରାଯାଉ, ଏମ୍ପିକେବିୱାଇ (ଆର୍ଡି) ଅଭିକର୍ତାମାନଙ୍କର ୫ ପ୍ରତିଶତ କିଶନ କରିବା, ଲାଇସେନ୍ସ ନବୀକରଣ କରିବା ସମୟରେ ପୋଲିସ୍ ଭେରିଫିକେସନ୍ ବନ୍ଦ କରିବା, ସିନିୟର ସିଟିଜେନ୍ ମହିଳା ସମ୍ମାନ ଯୋଜନା ସୁକନ୍ୟା ସମୃଦ୍ଧି ଯୋଜନା ଡିପୋଜିଟ୍ ଉପରେ ଅଭିକର୍ତାମାନଙ୍କୁ କମିଶନ ଦେବା ,ଦୀର୍ଘ ୨୦ ବର୍ଷରୁ ଉଦ୍ଧ୍ୱର୍ ଅଧିକ ସମୟ ଧରି କାର୍ଯ୍ୟ କରୁଥିବା ଅଥବା ବର୍ତମାନ ୬୦ବର୍ଷରୁ ଅଧିକ ବୟସ୍କ ହୋଇଥିବା ଅଭିକର୍ତାଙ୍କୁ ବୃଦ୍ଧାବସ୍ଥା ପେନ୍ସନ୍ ଯୋଗାଇଦେବା ଦାବି ରେ ସଭାପତି ସୁଶାନ୍ତ କୁମାର ମିଶ୍ର, ସଂପାଦକ ବିଶ୍ୱନାଥ ପଟ୍ଟନାୟକ, ସହ-ସମ୍ପାଦକ ସନ୍ତୋଷ କୁମାର ଦାସ, ସଭ୍ୟା ପୁଷ୍ପମିତ୍ରା ପଣ୍ଡା, ଚିତ୍ରରେଖା ଶତପଥୀ, ଶିକ୍ଷାରାଣୀ ପଟ୍ଟନାୟକ, ସବିତା ମିଶ୍ର, ସନ୍ଧ୍ୟାସ୍ମିତା ସାହୁ, ସାଧନା ସାମନ୍ତରାୟ, ସଭ୍ୟ କାମେଶ୍ୱର ପଣ୍ଡା,ନାରାୟଣ ରଗଡ, ସଞ୍ଜୟ କୁମାର ରଥ ପ୍ରମୁଖ ଧାରଣା ଦେଇ ଦାବୀ ଉପସ୍ଥାପନା କରିଛନ୍ତି ।

- Advertisement -

Leave A Reply

Your email address will not be published.