Take a fresh look at your lifestyle.

ବଣସିଂହଠାରେ ସ୍ୱଚ୍ଛତା ପକ୍ଷ ପାଳିତ

0 19

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ବେଲଟିକିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ବଣସିଂହଠାରେ ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ଇଡିଅଟ୍ର ଆନୁକୂଲ୍ୟରେ ବଣସିଂହ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ବିକ୍ରମ ସେଠୀଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ବେଲଟିକିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ଅଧିକାରୀ ମନୋଜ କୁମାର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱଚ୍ଛତା ପକ୍ଷ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଇଡିଅଟ୍ର ସଦସ୍ୟ ସଚିବ ସରୋଜ କୁମାର ଶତପଥୀ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋଲେଖ ବିହାରୀ ସାମଲ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିକାଶ ଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନେ ପରିଷ୍କାର ପରିଚ୍ଛନ୍ନତା ରହିବା ସହିତ ଗାଁ ଗହଳିରେ ସମସ୍ତେ ଯେପରି ପରିଷ୍କାର ରହିବେ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ ।

ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବଣସିଂହ ଓ ଶଙ୍କରପୁର ଗ୍ରାମ ପରିକ୍ରମା କରି ସ୍ୱଚ୍ଛତାର ବର୍ତ୍ତା ଲୋକମାନଙ୍କ ନିକଟରେ ପହଞ୍ଚାଇଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ରଞ୍ଜନା ତ୍ରିପାଠୀ, ଶ୍ରଦ୍ଧାଞ୍ଜଳି ସାହୁଙ୍କ ସମେତ ଛାତ୍ରୀ ସ୍ୱାଧିନୀ ଶତପଥୀ, ଅମ୍ରିତା ପଣ୍ଡା, ଶ୍ରୀୟାଞ୍ଜଳି ରାଉତ, ବର୍ଷା ମଲ୍ଲିକ, ପ୍ରିୟଙ୍କା ସାମଲ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ ନିବେଦିତା ନାୟକ ଧନ୍ୟବାଦ ଦେଇଥିଲେ ।

- Advertisement -

Leave A Reply

Your email address will not be published.