Take a fresh look at your lifestyle.

ଓଡ଼ପଡ଼ା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା କର୍ମଶାଳା

0 11

Get real time updates directly on you device, subscribe now.

ଢେଙ୍କାନାଳ :  ଓଡ଼ପଡ଼ା ଠାରେ ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା ସମିତି ର ସମ୍ପାଦିକା ବନଲତା ମହାପାତ୍ର ମା ସାରଦା ଙ୍କ ନିକଟ ରେ ଦ୍ଵିପ ପ୍ରଜ୍ବଳନ ପୂର୍ବକ ଜ୍ଞାନ ବିଜ୍ଞାନ କର୍ମଶାଳା ର ଉଦ୍ଘାଟନ କରିଥିଲେ ।

ଏହି ଉଦ୍ଘାଟନ କାର୍ଯ୍ୟ କ୍ରମ ରେ ଶିକ୍ଷା ବିକାଶ ସମିତି ଓଡିଶାକ ବିଦ୍ୟୁତ୍ ପରିଷଦ ର ପ୍ରାନ୍ତ ସଂଯୋଜକ ଅଶ୍ଵିନୀ କୁମାର ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ନାୟକ ଜ୍ଞାନ ବିଜ୍ଞାନ କର୍ମଶାଳା ର ଆଭିମୁଖ୍ୟ କଥନ ଉପରେ ଆଲୋଚନା କରିଥିଲେ ।

ଏହି କର୍ମଶାଳା ରେ ଗଣିତ,ବିଜ୍ଞାନ,ସଂସ୍କୃତ ବୋଧ ବିଷୟରେ ନୂତନ ନିୟମ ବିଷୟରେ ଆଲୋଚନା କରା ଯାଇଥିଲା । ଏହାର ପ୍ରଶ୍ନ ପତ୍ର ମଡେଲ ପ୍ରସ୍ତୁତି କରାଯାଇଥିଲା । ଏହି କାର୍ଯ୍ୟ କ୍ରମ ବିଦ୍ୟାଳୟ ସ୍ତର ରେ ଜୁଲାଇ ୨୫ ତାରିଖ ରୁ ଅଗଷ୍ଟ ୨ ତାରିଖ ମଧ୍ୟ ରେ ସଙ୍କୁଳ ରେ, ଅଗଷ୍ଟ ୧୨ ଓ ୧୩ ବିଭାଗ ଓ ସମ୍ଭଗ ସ୍ତର ରେ ଅଗଷ୍ଟ ୧୯ ଓ୨୦ ରେ ଦୁଇଟି ସ୍ଥାନ ଯଥା ତାଳଚେର ଓ କାମାକ୍ଷାନଗର ରେ ଅନୁଷ୍ଠିତ ହବ।

ଯେଉଁ ମାନେ ଏହି ପ୍ରତିଯୋଗିତା ରେ ଉନ୍ନତି ଲାଭ କରିବେ ସେମାନେ ଓଡ଼ିଶା ରେ ହେଉଥିବା ପ୍ରତିଯୋଗିତା ରେ ଭାଗ ନେଇ ପାରିବେ। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଦୁର୍ଗl ଚରଣ ରାଉତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସେହି ପରି ସଂଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା କାର୍ଯ୍ୟଶାଳାର ସମରୋପ ଦିବସରେ ଶିକ୍ଷାବିକାଶ ସମିତି ଓଡିଶା ମଧ୍ୟ ସମସ୍ତଙ୍କ ସମ୍ଭାଗ ସଂଯୋଜକ ମଧୁସୂଦନ ବାରିକ ଯୋଗଦାନ କରି ଉଦଯାପନ କରିଥିଲେ ।

ଏହି ଉତ୍ସବ ରେ ଅନୁଗୁଳ ବିଭାଗର ବିଭାଗ ନିରୀକ୍ଷକ ବିରଞ୍ଚି ନାରାୟଣ ମହାପାତ୍ର ଢେଙ୍କାନାଳ ବିଭାଗର ବିଭାଗ ନୀରିକ୍ଷକ ସୁଶାନ୍ତ କୁମାର ପାଣିଗ୍ରାହୀ ଓଡ଼ପଡ଼ା ସଙ୍କୁଲର ର ସଙ୍କୁଳ ପ୍ରମୁଖ ବସନ୍ତ କୁମାର ସ୍ବାଇଁ ଯୋଗଦେଇଥିଲେ ।ଏହି କର୍ମଶାଳା ରେ ୪ ୫ ଜଣ ଅଂଶଗ୍ରହଣ କରିଥିଲେ ।ଏହି କର୍ମଶାଳା ରେ ସ୍ଥାନୀୟ ବିଦ୍ୟାଳୟ ର ବରିଷ୍ଠ ଆଚାର୍ଯ୍ୟ କ୍ଷୀରବ୍ଧୀ ତନୟl ମହାପାତ୍ର, ମଞ୍ଚ ପରିଚାଳନା କରିଥିଲେ l

ସ୍ଥାନୀୟ ବିଦ୍ୟାଳୟ ର ରଞ୍ଜନ ଗୁରୁଜୀ, ଗଗନ ଗୁରୁଜୀ , ଭାଗିରଥି ଗୁରୁଜୀ , ପ୍ରମୋଦ ଗୁରୁଜୀ , ନିର୍ମଳ ଗୁରୁଜୀ , ମୋନାଲିସା ଗୁରୁମା ,ରଶ୍ମିତା ବେହେରା ଗୁରୂମା, ରଶ୍ମିତା ସାହୁ ଗୁରୁମ୍l, ଆଶାନ୍ତି ଗରୁମା , ସସ୍ମିତା ଗୂରୁମା , ସତ୍ୟପ୍ରିୟl ଗୁରୁମା ପ୍ରଭୁତି ସହଯୋଗ କରିଥିଲେ l ଏହି କର୍ମଶାଳା ଜୁଲାଇ ୧୫ ଓ ୧୬ ତାରିଖ ପର୍ଯ୍ୟନ୍ତ ଚାଲିଥିଲା l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.