Take a fresh look at your lifestyle.

କୋଣାର୍କ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ମିଳିଲା ନୂଆ ଆମ୍ବୁଲାନ୍ସ

0 2

Get real time updates directly on you device, subscribe now.

କୋଣାର୍କ : ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳି କୋଣାର୍କରେ ଥିବା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଆଜି ମିଳିଛି ନୂଆ ୧୦୮ ଆମ୍ବୁଲାନ୍ସ । ଏହି ଆମ୍ବୁଲାନ୍ସକୁ କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଞ୍ଜୁକ୍ତା ତ୍ରିପାଠୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, ପୁରୀ ଜିଲ୍ଲା କ୍ଲଷ୍ଟର ପରିଚାଳକ ଲଲାଟେନ୍ଦୁ ପ୍ରଧାନ, କୋଣାର୍କ ସ୍ୱାସ୍ଥ୍ୟ  ଓ ଆରୋଗ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ବିଦୁଭୁଷଣ ନାୟକ ଓ ସମସ୍ତ କର୍ମଚାରୀ ଏବଂ କୋଣାର୍କ ଏନଏସିର ସମୟ କାଉନସିଲର ଉପସ୍ଥିତ ଥିଲେ ।

ଏଠାରେ ସୂଚନା ଥାଉକି ପୂର୍ବରୁ ମିଳିଥିବା ୧୦୮ ଆମ୍ବୁଲାନ୍ସଟି ବାରମ୍ବାର ଖରାପ ହେବାରୁ ରୋଗୀ ସେବାରେ ସମସ୍ୟା ସୃଷ୍ଟି ହେଉଥିଲା । ଫଳରେ ସୂର୍ଯ୍ୟ ମନ୍ଦିର ଭ୍ରମଣରେ ଆସୁଥିବା ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହେଉଥିଲେ ।

ଏହି ନୂଆ ୧୦୮ ଆମ୍ବୁଲାନ୍ସ ମିଳିବା ଫଳରେ ରୋଗୀଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚିବାରେ ସୁବିଧା ହୋଇ ପାରିବ ବୋଲି ଅତିଥି ମାନେ ମତ ପୋଷଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.