Take a fresh look at your lifestyle.

ପୁଣି ଜଣକୁ ମାରିଲା ଦନ୍ତା

0 2

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡ ଯୋରନ୍ଦା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଚନ୍ଦ୍ରଶେଖର ପୁର ଗାଁ ରେ ଜଣେ ବ୍ୟକ୍ତି ଙ୍କୁ ଶୁକ୍ରବାର ଦିନ ୨ଟା ଦେ ଦନ୍ତା ହାତୀ ଦଳି ମରି ଦେଇଛି | ମୃତ ବ୍ୟକ୍ତି ହେଉଛନ୍ତି ସନାତନ ସାମଲ ଙ୍କୁ ପୁଅ କହ୍ନେଈ ସାମଲ ବୋଲି ଜଣା ପଡିଛି |

ହାତୀ ଆକ୍ରମଣ ରେ ଲୋକ ମାନେ ଆତଙ୍କିତ ହୋଇ ପଡିଛନ୍ତି |ବନ କର୍ମଚାରୀ ଏବଂ ପୁଲିସ ଘଟଣାସ୍ଥଳ ରେ ପହଁଚି ତଦନ୍ତ ଆରମ୍ଭ କରି ଶବକୁ ଉଦ୍ଧାର କରିଛନ୍ତି |୧୫ ଦିନ ଯାଇନି ପୁଣି ଗଁଦିଆ ବ୍ଲକ ଅନ୍ତର୍ଗତ ନେଉଳପୋଇ ଗ୍ରାମ ପଞ୍ଚାୟତ ରେଏହି ଦ୍ୱିତୀୟ ଅଘଟଣକୁ ଲୋକ ସହଜ ରେ ଗ୍ରହଣ କରିପାରିନାହାନ୍ତି ।

ଆଜି ଦିନ ପ୍ରାୟ ୨ ଘଟିକା ସମୟରେ ଚନ୍ଦ୍ରଶେଖରପୁର ଗ୍ରାମର କହ୍ନେଈ ସାମଲ (ବୟସ ୪୫ ବର୍ଷ) ନିକଟସ୍ଥ ନାଳଗଜି କୁ ଆମ୍ବ ଗୋଟାଇବାକୁ ଯାଇ ହଠାତ ହେଇ ହାବୁଡ଼ରେ ପଡିଯାଇଥିଲେ | ସେଠାରେ ଥିବା ଗୋଟିକିଆ ଦନ୍ତା ହାତୀ ଟି ଅତି ନିର୍ମମ ଭାବେ ମରିଦେଇଛି।

ସରକାର ଓ ବନ ବିଭାଗ ହାତୀକୁ ସୁରକ୍ଷା ଦେଉଦେଉ ମଣିଷ ର ଜୀବନ ବଳି ପଡିଯାଉଛି ବୋଲି ଲୋକ ଅଭିଯୋଗ କରିଛନ୍ତି | ଏହି ପଞ୍ଚାୟତ ରେ 15 ଦିନ ଭିତରେ ୨ ଜଣକୁ ହାତୀ ଦଳି ମାରିଛି | ଗତ ୬ ତାରିଖ ରେ ନେଉଳପୋଇ ଗ୍ରାମର ବୃଦ୍ଧ ବ୍ୟକ୍ତି କ୍ଷୀରୋଦ ସାମଲଙ୍କୁ ଏକ ଦନ୍ତା ଦିନ ଦ୍ୱିପ୍ରହରରେ ଅତି ବିଭତ୍ସ ଭାବରେ ଦଳି ମାରି ଦେଇଥିଲାI ବିଗତ ଦିନରେ ୩/୪ ଜଣ ଙ୍କ ଜୀବନ ହାତୀ ଆକ୍ରମଣରେ ଯାଇଛି ଆଉ କେତେ ଜୀବନ ଗଲେ ସରକାର ,ଜିଲ୍ଲା ପ୍ରଶାସନ ଓ ବନ ବିଭାଗର ଚେତା ପଶିବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି ?

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.