Take a fresh look at your lifestyle.

ବିଶ୍ଵ ଐତିହ୍ୟ ସୂର୍ଯ୍ୟ ମନ୍ଦିରରେ ମନ କୀ ବାତ କାର୍ଯ୍ୟକ୍ରମ

0 3

Get real time updates directly on you device, subscribe now.

କୋଣାର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କୀ ବାତ ୧୦୦ତମ ଅଧ୍ୟାୟ ପୂର୍ତ୍ତି ଅବସରରେ ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ମନ କୀ ବାତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ମନ କୀ ବାତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ, ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସିଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଅଞ୍ଚଳ ବାସସି ପ୍ରାୟ ୧ହଜାର ଦର୍ଶକ ସାମିଲ ହୋଇଥିଲେ । ସନ୍ଧ୍ୟା ୭ଟାରୁ ଆରମ୍ଭ ହୋଇ ୭ଟା ୩୦ରେ ପ୍ରାୟ ୩୦ମିନିଟ ଧରି ସୂର୍ଯ୍ୟ ମନ୍ଦିରରେ ଶବ୍ଦ ଓ ଆଲୋକ ମାଧ୍ୟମରେଚାଲିଥିଲା ମୋଦୀଙ୍କ ମନ କୀ ବାତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଉପସ୍ଥିତ ଦର୍ଶନ ମେବାଇଲ ଟର୍ଚ ଜଲାଇ କାର୍ଯ୍ୟକ୍ରମକୁ ସ୍ବାଗତ କରିଥିଲେ । ଏହାପରେ ଶବ୍ଦ ଓ ଆଲୋକ ମାଧ୍ୟମରେ ମନ୍ଦିରର ଚୂଡାରୁ ପାଦଦେଶ ପର୍ଯ୍ୟନ୍ତ ମୁଖଶାଳା ଓ ନାଟ୍ୟମନ୍ଦିର ଉପରେ ଭାରତର ଇତିହାସ, ଐତିହ୍ୟ, ପରମ୍ପରା, କଳା ଓ ସଂସ୍କୃତିର ଗାଥା ପ୍ରଦର୍ଶିତ ହୋଇଥିଲା। ଏହାକୁ ଛାତ୍ରଛାତ୍ରୀ ଓ ପର୍ଯ୍ୟଟକମାନେ ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏସଆଇ ପୁରୀ ସର୍କଲ ସୁପରିଟେଣ୍ଡେଟ ଦିବିସ୍ମିତା ବ୍ରଜସୁନ୍ଦର ଗଡ଼ନାୟକ, ଏଏସଆଇ ସୁପରିଟେଣ୍ଡେଟ ଇଂଜିନିୟର ଚିତରଞ୍ଜନ ଦାଶ, ନେହେରୁ ଯୁବ କେନ୍ଦ୍ରର ଯୁବ ସଂଯୋଜକ ଜୟ ଶଙ୍କର ଯୋଶୀ ପ୍ରମୁଖ ପଦାଧିକାରୀ ଉପସ୍ଥିତ ଥିଲେ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.