Take a fresh look at your lifestyle.

କନ୍ତିଓ ପୁଟ ସାହି ବାଲି ଘାଟରେ ୨ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ଜଣେ ଗିରଫ ୩ ରାଉଣ୍ଡ ଜୀବନ୍ତ ଗୁଳି ଜବତକାମାକ୍ଷାନଗର

0 8

 ଢ଼େଙ୍କାନାଳ: ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ତୁମୁସିଙ୍ଗା ଥାନା ଅନ୍ତର୍ଗତ କନ୍ତିଓ ପୁଟ ସାହି ବାଲି ଘାଟରେ ବାଲି ଚାଲାଣ କରିବାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ହତ୍ୟା ଉଦ୍ୟମ କରୁଥିବା ଜଣେ ଯୁବକ କୁ ପୋଲିସ ଗିରଫ କରିଛନ୍ତି, ତାଙ୍କ ଠାରୁ ଗୋଟିଏ ପିସ୍ଥଲ୍ ଓ ୩ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି, ଖବର ପାଇଁ କାମାକ୍ଷାନଗର ଏସଡ଼ିପିଓ ରଞ୍ଜନ କୁମାର ଦେଓ ତୁମୁସିଙ୍ଗା ଥାନା ଅଧିକାରୀ ପହଞ୍ଚି ଘଟଣା ସ୍ଥଳରୁ ରୋହିତ କୁମାର ନାୟକ କୁ ଉଦ୍ଧାର କରିବା ସହ ଦିକ୍ଷିପ୍ତ ପ୍ରିୟରଞ୍ଜନ ଙ୍କୁ ଗିରଫ କରିଛନ୍ତି, ତାଙ୍କ ଠାରୁ ଗୋଟିଏ ପିସ୍ଥଲ୍ ଓ ୩ରାଉଣ୍ଡ ଜୀବନ୍ତ ଗୁଳି ଜବତ ହୋଇଛି, ଏହି ପିସ୍ଥଲ୍ କେଉଁଠୁ କିଣାଯାଇଛି ପୋଲିସ ତଦନ୍ତ କରୁଥିବା ସୂଚନା ଦେଇଛନ୍ତି। ଅଭିଯୁକ୍ତ ଶୀମୁଳା ଗ୍ରାମର ବୋଲି ଜଣାପଡ଼ିଛି,ତାଙ୍କ ଜ୍ବାଇଁ ପୁରୀ ଜିଲ୍ଲା ବାଙ୍କ ବିହାରୀ ପାତ୍ର ଙ୍କ ନାମରେ ବାଲି ଘାଟ ଲିଜ୍‌ ଥିବା ବେଳେ ତାଙ୍କ ଶଶୁର ରେକୁଳା ଗ୍ରାମର ରୋହିତ କୁମାର ନାଏକ ବାଲି ଘାଟରେ ରହି ବୁଝାସୁଝା କରୁଥିଲେ।
ଢେଙ୍କାନାଳରୁ ଅକ୍ଷୟ କୁମାର ନନ୍ଦ ଙ୍କ ସ୍ୱତନ୍ତ୍ର ରିପୋର୍ଟ ।

- Advertisement -

Leave A Reply

Your email address will not be published.