Take a fresh look at your lifestyle.

ମା’ ତାରିଣୀଙ୍କର ୧୯ତମ ଜନ୍ମ ବାର୍ଷିକୋତ୍ସ ପାଳିତ

0 1

Get real time updates directly on you device, subscribe now.

ଢେଙ୍କାନାଳ  : ଢେଙ୍କାନାଳ ଗାନ୍ଧୀମନ୍ଦିର ରୋଡସ୍ଥିତ ମା’ତାରିଣୀଙ୍କ ପୀଠରେ ୧୯ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଅଛି ।

ଅଦ୍ୟ ଭାଗିରଥୀ ସାଗରଠାରେ ପୂଜା ଅର୍ଚନା ପରେ ୧୦୮ ମହିଳାମାନେ କଳସ ଧାରଣ କରି ଏକ ଶୋଭାଯାତ୍ରାରେ ବାହାରି ମନ୍ଦିର ନିକଟରେ ପହଁଚିଲା ପରେ ଅଧିବାସ ପୂଜା ଆରମ୍ଭ ହୋଇଥିଲା ।

୧ ତାରିଖ ଦିନ ରୁଦ୍ରାଭିଷେକ ଓ ଗୀତାଯଜ୍ଞ ଅନୁଷ୍ଠିତ ହେବ । ୨ ତାରିଖ ମଙ୍ଗଳବାର ଦିନ ଚଣ୍ଡୀ ପାଠ ଓ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବା ସହିତ ଭକ୍ତମାନଙ୍କ ପାଇଁ ପ୍ରସାଦସେବନ ବ୍ୟବସ୍ଥା କରାଯାଇଛି ।

ପୂଜକ ଲିଙ୍ଗରାଜ ପତି ଓ ସହଯୋଗୀଙ୍କ ସହିତ ସମସ୍ତ ପୂଜାକୁ ଯଥାବିଧୂ ରୀତିରେ ପାଳନ କରାଯାଇଥିଲା । କମିଟିର ସମସ୍ତ କର୍ମକର୍ତାମାନେ ଉପସ୍ଥିତ ରହି ପୂଜାକୁ ପରିଚାଳନା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.