Take a fresh look at your lifestyle.

ମୋ କଲେଜ ଅଭିଯାନ ରେ ଅର୍ଥ ସଂଗ୍ରହ କୁ ଗୁରୁତ୍ୱ

0 20

ଢେଙ୍କାନାଳ:ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ଯାଳୟ ପରିସରରେ ୧୯୭୨-୭୪ ଇଣ୍ଟରମିଡିଏଟ୍ ବିଜ୍ଞାନ ଛାତ୍ରଛାତ୍ରୀମାନେ ଏକ ବନ୍ଧୁମିଳନ ସମାରୋହ ଆୟୋଜନ କରି ମୋ କଲେଜ ଅଭିଯାନ ରେ ପାଣ୍ଠି ସଂଗ୍ରହ ଉପରେ ଗୁରୁତ୍ୱାରୋପ କରିଥିଲେ ।ପୁରାତନ ଛାତ୍ରୀ ଛାତ୍ର ମାନେ 20 ହଜାର ଟଙ୍କା ନଗଦ ମୋ କଲେଜ ପାଣ୍ଠି କୁ ପ୍ରଦାନ କରିବା ସହିତ ଅନ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ |

ପୁରାତନ ଛାତ୍ର ଛାତ୍ରୀ ମାନେ ସେତେବେଳର ୨୪ ନମ୍ବର ଗ୍ଯାଲେରୀ ଶ୍ରେଣୀକକ୍ଷରେ ସମ୍ମିଳିତ ହୋଇ ନିଜନିଜର କଲେଜ ଦିନର ସ୍ମୃତିଚାରଣ କରିଥିଲେ। ସେହି ବ୍ଯାଚରେ ପଢିଥିବା ୧୨୮ ଜଣଂକ ମଧ୍ଯରୁ ୪୬ ଜଣ ପରିଣତ ବୟସ୍କ (୬୫-୬୭ ବର୍ଷ) ପୁରାତନ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ସମାରୋହଟି ବହୁତ ଆକର୍ଷଣୀୟ, ରୋମାଂଚକର ଓ ହୃଦୟସ୍ପର୍ଶୀ ହୋଇଥିଲା।

ଦୀର୍ଘ ୪୯ ବର୍ଷ ବ୍ଯବଧାନରେ ଏହି ମିଳନ ସମସ୍ତ ପୁରାତନ ସହପାଠୀଂକୁ ଭାବବିହ୍ବଳ କରି ଦେଇଥିଲା। ସମସ୍ତେ ନିଜନିଜର ପରିଚୟ ପ୍ରଦାନ ସହ କଲେଜଦିନର ସ୍ମୃତିଚାରଣ କରିଥିଲେ। ଏଥିପାଇଁ ବହୁପୂର୍ବରୁ ମହାବିଦ୍ଯାଳୟ ଅଧ୍ଯକ୍ଷଂକ ସଦୟ ଅନୁମତି ନିଆଯାଇଥିଲା। ଉକ୍ତ ଦିନ ଅଧ୍ଯକ୍ଷ ମହାଶୟ ନିଜେ ଉପସ୍ଥିତ ରହି ଏକ ସଂକ୍ଷିପ୍ତ ବକ୍ତବ୍ଯ ମାଧ୍ଯମରେ ସମସ୍ତଂକୁ ଉତ୍ସାହିତ କରି କହିଲେ ଯେ ଏହି ଛାତ୍ରଛାତ୍ରୀଂକର ଏହା ଏକ ଅଭିନବ ଉଦ୍ଯମ ଯାହା ଭବିଷ୍ଯତରେ ଅନ୍ଯମାନଂକୁ ଏପରି କରିବାକୁ ପ୍ରେରିତ କରିବ। ଅଧ୍ଯକ୍ଷଂକ ଉପଦେଶକ୍ରମେ ଉପସ୍ଥିତ ଛାତ୍ରମାନେ ରାଜ୍ଯସରକାରଂକ “ଆମ କଲେଜ ଯୋଜନା”ପାଣ୍ଠିକୁ ଯଥାଶକ୍ତି ଅନୁଦାନ ପ୍ରଦାନ କରିଥିଲେ। ସଭିଏଁ ଆୟୋଜନଟିର ସାର୍ଥକତା ଅନୁଭବ କରି ପୁନର୍ବାର ଆଗତ ବର୍ଷମାନଂକରେ ଏପରି ସମ୍ମିଳିତ ହେବାକୁ ଇଚ୍ଛା ପ୍ରକାଶ କରି ସଭା ଶେଷ କରିଥିଲେ।

- Advertisement -

Leave A Reply

Your email address will not be published.