Take a fresh look at your lifestyle.

୫ ବ୍ଲକ୍ ରେ ଗଡିଲା ମାଣ୍ଡିଆ ରଥ

0 39

ଢେଙ୍କାନାଳ : ଚାଷ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଗତ ଖରିଫ୍ ଋତୁରେ ଜିଲ୍ଲାରେ ହୋଇଥିବା ମାଣ୍ଡିଆକୁ ମଣ୍ଡିରେ ବିକ୍ରି କରିବା ଉଦେ୍ଦଶ୍ୟ ନେଇ ୫ଟି ବ୍ଲକ୍ ଶୁକ୍ରବାର ଜିଲ୍ଲା କାର୍ଯ୍ୟାଳୟରୁ ୫ଟି ମାଣ୍ଡିଆ ରଥ ଗଡିଛି ।

ଜିଲାପାଳ ସରୋଜ କୁମାର ସେଠୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ସବୁଜ ପତାକା ଦେଖାଇ ମାଣ୍ଡିଆ ରଥର ଶୁଭଉଦ୍ଘାଟନ କରିଥିଲେ । ଏହି ଅବସରରେ ସେ ମାଣ୍ଡିଆ ସ୍ୱାସ୍ଥ୍ୟ ପକ୍ଷେ ଉପକାରୀ ବୋଲି କହିବା ସହିତ ଖାଦ୍ୟ ଥାଳିରେ ମାଣ୍ଡିଆକୁ ସାମିଲ କରିବା ପାଇଁ ଆହ୍ୱାନ ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ଉଦୟ କୁମାର ମହାପାତ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶରତ ଚନ୍ଦ୍ର ତୋଷ, ସ୍କିମ୍ ଅଫିସର ମଧୁସ୍ମିତା ଶତପଥୀ, ଯୋଜନା ଓ ପରିସଂଖ୍ୟାନ ଉପନିଦେ୍ର୍ଦଶକ ସରୋଜ କୁମାର ସେଠୀ, ନେହେରୁ ଯୁବକେନ୍ଦ୍ରର ଉପନିଦେ୍ର୍ଦଶକ ଅଶୋକ ଦାସଙ୍କ ସମେତ ଓଡିଶା ମିଲେଟ୍ ମିଶନର ସହଯୋଗୀ ଅନୁଷ୍ଠାନ ସେୟାର, ଇଡିଅଟ୍, ୱାର୍ଡ, ଫାର୍, ନ୍ୟୁଓଡିଶାର କର୍ମକର୍ତ୍ତାମାନଙ୍କ ଗହଣରେ ମାଣ୍ଡିଆ ରଥର ଶୁଭ ଉଦ୍ଘାଟନ ହୋଇଥିଲା ।

ଓଡିଶା ମିଲେଟ୍ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ରାକେଶ କୁମାର ସାହୁ ଏବଂ ଅନ୍ୟତମ କର୍ମକର୍ତ୍ତା ଜୟରାମ ପ୍ରଧାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

 ଏହି ଅବସରରେ ରଥ ଢେଙ୍କାନାଳ ଜିଲାର ଓଡାପଡା, ହିନେ୍ଦାଳ, କାମାକ୍ଷାନଗର, କଙ୍କଡାହାଡ ଏବଂ ଭୁବନ ବ୍ଲକ୍ର ବିଭିନ୍ନ ଗ୍ରାମକୁ ଯାଇ ପ୍ରଚାର କରିଥିଲେ । ପ୍ରଚାରରେ ଲୋକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା ।

- Advertisement -

Leave A Reply

Your email address will not be published.