Take a fresh look at your lifestyle.

ଯୋରନ୍ଦା ମେଳା ଦିତୀୟ ଦିନ

ସ୍ଥାନୀୟ ସାଧୁ ସନ୍ଥଙ୍କ ସମାଗମ ,ଗାଦିମନ୍ଦିର ରେ ଜଳିଲା ଝାଡ

0 2

Get real time updates directly on you device, subscribe now.

ଢେଙ୍କାନାଳ: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳାର ଦ୍ୱିତୀୟ ଦିନରେ ସନ୍ୟାସୀ ମାନେ ଝାଡ ଦ୍ୱୀପ ପ୍ରଜ୍ଜଳନ କରିବା ସହିତ ଅଖଣ୍ଡ ଧ୍ୱନୀ ସ୍ଥାପନ ପୂର୍ବକ ବିଶ୍ୱ କଲ୍ୟାଣ ପାଇଁ ଘୃତାହୁତି ପ୍ରଦାନ କରିଛନ୍ତି । ରବିବାର ମାଘ ପୂର୍ଣ୍ଣମୀ ବା ଦେଶ ପୂର୍ଣ୍ଣମୀ ଅବସର ରେ ଗାଦି ମନ୍ଦିର ଚାରି ଦ୍ୱାର ଚାରୋଟି ଝାଡଦ୍ୱିପ ପ୍ରଜ୍ଜଳନ କରାଯାଇଛି ।

ଏହି ସହିତ ଶୂନ୍ୟ ମନ୍ଦିର , ଏକୋଈଶହାତିଆ ମନ୍ଦିର, ଅଖଣ୍ଡ ଜ୍ୟୋତି ମନ୍ଦିର ରେ ଗୋଟିଏ ଲେଖାଏଁ ଝାଡ ବୃକ୍ଷ ସ୍ଥାପନ କରାଯାଇ ଘୃତାହୃତି ପ୍ରଦାନ କରାଯାଇଛି । ଧୂନୀ ମନ୍ଦିର ରେ ଅଖଣ୍ଡ ଧୂନୀ ରେ ନାରିକେଳ ,ଘିଅ ଏବଂ ବିଭିନ୍ନ ଫଳ ଅର୍ପଣ ପୂର୍ବକ ସନ୍ୟାସୀ ମାନେ ଜଗତ ର ମଙ୍ଗଳ କାମନା କରିଛନ୍ତି । ସନ୍ଧ୍ୟା ୫.୪୫ ମିନିଟ୍ ସମୟରେ ଗାଦି ମନ୍ଦିରର ଚାରିଦ୍ୱାରରେ ନିତି ସେବକ ସନ୍ନ୍ୟାସୀ ମାନଙ୍କ ଦ୍ୱାରା ଝାଡଦୀପ ପ୍ରଜ୍ୱଳନ କରାଯାଇଥିଲା ।

ପ୍ରାତଃ ବ୍ରାହ୍ମ ମୂହୂର୍ତ୍ତ ସାଢେ ୩ ଟା ସମୟରେ ଗାଦିମନ୍ଦିରର ଚାରିଦ୍ୱାର ଖୋଲାଯାଇ ପ୍ରଥମେ ମାହାଳମୂଳ କୂଅରୁ ରୂପାଗରାରେ ପାଣି ଅଣାଯାଇ ମନ୍ଦିର ଚାରିପାଖରେ ସିଞ୍ଚନ କରାଯାଇଥିଲା । ପରେ ପରେ ସିଦ୍ଧ ବକ୍କଳଧାରୀ ବାବା ଛେରା ପହଁରା କରିଥିଲେ । ଏହା ପରେ ସୂନା ଗିନାରେ ଚନ୍ଦନ, ଅଗୂର, କର୍ପୂର ଆଦି ମିଶାଇ ମନ୍ଦିର ଚାରିପାଖ ସିଞ୍ଚନ କରାଯାଇଥିଲା । ସାତମୁଠା ସୁନାଚାମର ଓ ଅବଶିଷ୍ଟ ରୂପାଚାମର ରେ ସିଦ୍ଧ ବକ୍କଳଧାରୀ ସନ୍ନ୍ୟାସୀମାନେ ମନ୍ଦିର ଚାରିପାଖ ଚାମର ସେବା କରିଥିଲେ ।

ଏହା ପରେ କବି ଭୀମଭୋଇ ଏବଂ ଜୟକୃଷ୍ଣ ଙ୍କ ରଚିତ ଶୂନ୍ୟ ବ୍ରହ୍ଣଙ୍କ ଉଦେ୍ଦଶ୍ୟରେ ବନ୍ଦନା ଏବଂ ଭଜନ ଗାନ କରାଯାଇ ଚତୁଃର୍ଦ୍ଦଶୀ ବେଢା ପରିକ୍ରମା କରାଯାଇଥିଲା । ଅନୁରୂପ ଭାବେ ମଧ୍ୟାହ୍ନରେ ଚାମର ବ୍ୟଜନ, ବେଢାପରିକ୍ରମା, ଭଜନ ଗାନ ଶରଣ ଦର୍ଶନ ଓ ଅନ୍ୟାନ୍ୟ ନୀତି କରାଯାଇଥିଲା । ଭୀକ୍ଷା ମଣ୍ଡପରେ ନୂତନ ମୂର୍ତ୍ତିକା ଭାଣ୍ଡରେ ଅହ୍ଣୋଣିଆ ପ୍ରସାଦ ଲାଗି କରାଯାଇ ପିଲା ମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା ।

ଅପରାହ୍ନ ୪ ଟାରୁ ସନ୍ଧ୍ୟା ନୀତି ଆରମ୍ଭ ହୋଇ ୫.୪୫ ମିନିଟ୍ ସମୟରେ ଝାଡଦୀପ ପ୍ରଜ୍ୱଳନ କରାଯାଇଥିଲା । ଗାଦି ମନ୍ଦିରର ଗୋଟିଏ ପାଶ୍ୱର୍ରେ ସୁନା, ରୂପାର ବିଭିନ୍ନ ଅଳଙ୍କାର ସମେତ ଛତ୍ରୀ, ଆଢେଣୀ, ତରାସ, ମକରତ୍ରୋଣ ଗତକାଲି ଠାରୁ ପ୍ରଦର୍ଶିତ କରାଯାଇ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ରଖାଯାଇଛି ।

ସତ୍ୟ ମହିମା ଧର୍ମ ଧାମ ପରିଚାଳନା ସମିତିର ସଭାପତି ସୁକଦେବ ବାବା, ସମ୍ପାଦକ ନିତ୍ୟାନନ୍ଦ ବାବା, ପରିଚାଳକ ପ୍ରସନ୍ନ ବାବା, ପ୍ରଭାସ ବାବା, ନଟବର ବାବା , ଦୀନବନ୍ଧୁ ବାବା, ଆକୁଳ ବାବା, ନରେନ୍ଦ୍ର ବାବା , ସୁବ୍ରତ ବାବା , ସାଧୁ ବିଜୟ ଦାସ ଓ ଅନାମ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରମୁଖ ସିଦ୍ଧ ଅବଧୂତ ବକ୍କଳଧାରୀ ବାବା ମାନେ ମେଳା ପାଇଁ ଗୁରୁତ୍ୱପୂର୍ଣ୍ଣ ନୀତି ସୂଚାର ରୂପେ ତଦାରଖ କରିଥିଲେ । କୈପୀନଧାରୀ ମହିମା ସମାଜର ଉପଦେଷ୍ଟା ରଘୁନାଥ ବାବା, ଅବିନାଶୀ ବାବା, ସମ୍ପାଦକ ସୁଶାନ୍ତ ବାବା,ବୀଣାକର ବାବା, ଅରୂପ ବାବାପ୍ରମୁଖ ସୁପରିଚାଳନା କରିଛନ୍ତି ।

ମାଘ ଶୁକ୍ଳ ଚତୁର୍ଦ୍ଦଶୀ ପ୍ରଭୁ ପୂର୍ଣ୍ଣିମା ବା ବାବାଙ୍କ ପୂର୍ଣ୍ଣିମା ଭାବରେ ପାଳନ କରାଯାଇଛି । ପୂର୍ଣ୍ଣମୀ ଦିନ ଦେଶ ପୂର୍ଣ୍ଣିମା ଭାବରେ ପାଳନ କରାଯାଇଛି । ଦେଶ ପୂର୍ଣ୍ଣିମାରେ ମଧ୍ୟ ଗାଦି ମନ୍ଦିରର ଚାରିଦ୍ୱାରରେ ଝାଡଦୀପ ପ୍ରଜ୍ୱଳନ ରେ ଶ୍ରଦ୍ଧାଳୁ ମାନେ ଘୃତ ଆହୁତ ଦେଇଛନ୍ତି । ଏଥିସହିତ ବିଭିନ୍ନ ଉପାସନା ପୀଠଗୁଡିକରେ ଶ୍ରଦ୍ଧାଳୁମାନଙ୍କ ଭିଡ ଲାଗି ରହିଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.