Take a fresh look at your lifestyle.

ପାଣି ପଞ୍ଚାୟତ ପକ୍ଷ ପାଳିତ

0 72

Get real time updates directly on you device, subscribe now.

ଭୁବନ : ରେଙ୍ଗାଳି ବାମକେନାଲ , ଡୁବୁରି , ଯାଜପୁର ଆନୁକୂଲ୍ୟରେ ଓ ଜଳସଂପଦ ବିଭାଗ ସହଯୋଗରେ ଭୁବନ ବ୍ଲକ ଧଳପଡା ପଂଚାୟତର ଅନଳ ଗ୍ରାମରେ ପାଣି ପଂଚାୟତ ପକ୍ଷ ପାଳିତହୋଇଯାଇଛି ।

ବିଭାଜନ ନମ୍ବର -୨ ଡୁବୁରି ଅଧିକ୍ଷଣ ଯନ୍ତ୍ରୀ ଇଂ କବି ପ୍ରସାଦ ନାଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତସମାବେଶରେଭୁବନ ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ ମୂଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିକାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ମୁଖ୍ୟବକ୍ତା ଭାବେ ଜାଇକା ପ୍ରକଳ୍ପ -୨ ଯାଜପୁରରୋଡ ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ ସଂଜୀବ କୁମାର ନାୟକ ଏବଂ ସମ୍ମାନୀତ ଅତିଥି ଭାବେ ନିର୍ମାଣ ବିଶେଷଜ୍ଞ ଇଂ ଧନେଶ୍ୱର ,କୃଷିବିଭାଗ ବିଶେଷଜ୍ଞ ଇଂ ପ୍ରଭାତ ରଂଜନ ଦାସ, କୃଷିବିଭାଗ ଉପନିଦେ୍ର୍ଦଶକ ଇଂ ବଂଶୀଧର ସ୍ୱାଇଁ , ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ ୍ରସାହୁ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ପ୍ରମୁଖ ଯୋଗଦେଇ କୃଷି ଓ କୃଷକ ଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ଏହି ସମାବେଶରେ ୧୬ଟି ପଂଚାୟତର ପାଣି ପଂଚାୟତ କର୍ମକର୍ତା ଓ ଶତାଧିକ କୃଷକ ଯୋଗ ଦେଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.