Take a fresh look at your lifestyle.

ଗୋବିନ୍ଦପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକୋତ୍ସବ

0 19

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୫ମ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦ୍ଘାଟନ କରି ନୈତିକ ଶିକ୍ଷା ଓ ଗୁଣାତ୍ମକ ଶିକ୍ଷା ଉପରେ ଆଲୋକପାତ କରିଥିଲେ ।

ବିଦ୍ୟାଳୟର ସଭାପତି ହୃଷିକେଶ ରଣା ସଭାପତିତ୍ୱ କରିଥିବାବେଳେ ପ୍ରଧାନାଚାର୍ଯ୍ୟା ମଉନାବତୀ ସ୍ୱାଇଁ ବିଦ୍ୟାଳୟ ବାର୍ଷିକ ବିବରଣୀ ପାଠ କରିଥିଲେ । ସଂପାଦକ ବ୍ରହ୍ମାନନ୍ଦ ସାମଲ ଅତିଥି ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଗୋବିନ୍ଦପୁର ସରପଂଚ ଅରୁଣ ପରିଡା ଯୋଗଦେଇ ଅଭିଭାବକ ଓ ଗୁରୁଜୀଗୁରୁମା ଚାହିଁଲେ ବିଦ୍ୟାମନ୍ଦିର ପିଲାମାନେ ଉତମ ଛାତ୍ରଛାତ୍ରୀ ହୋଇପାରିବେ ।

ଅନ୍ୟତମ ଅତିଥି ଭାବେ ଦୟାନିଧି ଦାସ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ଏବଂ ବିଦ୍ୟାଳୟର ବିକାଶ ସମ୍ବନ୍ଧରେ ଆଲୋକପାତ କରିଥିଲେ । ବିଭାଗ କୁଟୁମ୍ବ ପ୍ରବୋଧନର ନଗର ସଂଘ ଚାଳକ ଶକ୍ତି ପ୍ରସାଦ ନନ୍ଦ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳ୍ୟରେ ଦିଆଯାଉଥିବା ନୈତିକ ଓ ଗୁଣାତ୍ମକ ଶିକ୍ଷାକୁ ଅଭିଭାବକମାନେ ଯଦି ଘରେ ପିଲାମାନଙ୍କୁ ଅଭ୍ୟାସ କରାଇବେ ତେବେ ଯାୟୀ ପିଲାମାନେ ଭବିଷ୍ୟତରେ ସୁନାଗରିକ ହୋଇପାରିବେ । ସଭାପତି ହୃଷିକେଶ ରଣା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ଉକ୍ତ ଉତ୍ସବରେ ବିଦ୍ୟାଳୟର ଶିଶୁଭାଇଭଉଣୀମାନଙ୍କୁ ଅତିଥିମାନେ ତଥା ଜିଲ୍ଲା ସହପ୍ରମୁଖ ମନମୋହନ ତ୍ରିପାଠୀ ଏବଂ ନିକଟସ୍ଥ ଶିଶୁ ବିଦ୍ୟାମନ୍ଦିରର ସଂପାଦକ ଏବଂ ପ୍ରଧାନ ଆଚାର୍ଯ୍ୟମାନେ ପୁରସ୍କାର ବିତରଣ କରିଥିଲେ । ପରିଶେଷରେ ଶିଶୁ ଭାଇଭଉଣୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.