Take a fresh look at your lifestyle.

ମା ଜେନା ଦେବୀ ଏବଂ ବାବା ଚନ୍ଦ୍ର ଶେଖର ମହାଦେବଙ୍କ ବାର୍ଷିକ ଉତ୍ସବ

0 54

Get real time updates directly on you device, subscribe now.

ଢେଙ୍କାନାଳ : ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ସ୍ଥିତ ମା ଜେନା ମଣି ପୀଠ ଠାରେ “ମା ଜେନା ଦେବୀ ଏବଂ ବାବା ଚନ୍ଦ୍ର ଶେଖର ମହାଦେବଙ୍କ ବାର୍ଷିକ ଉତ୍ସବ” ଆଜି ଠାରୁ ଆରମ୍ଭ ହୋଇ ଯାଇଛି। ସୂଚନା ଅନୁସାରେ ଗୁରୁବାର ୨ ଫେବୃଆରୀ ଠାରୁ ଶନିବାର ୪ ଫେବୃଆରୀ ପର୍ଯ୍ୟନ୍ତ ତିନିଦିନ ଧରି ଏହି ଉତ୍ସବ ପାଳନ କରାଯିବ।

କାର୍ଯ୍ୟସୂଚୀ ଅନୁଯାୟୀ ୨ ତାରିଖ ଗୁରୁବାର ପ୍ରାତଃ ୯ ଘଟିକା ସମୟରେ ଜଳସାଧିବାସ, ସନ୍ଧ୍ୟା ୬ ଘଟିକା ସମୟରେ ଅଙ୍କୁରାର୍ପଣ । ୩ ତାରିଖ ଶୁକ୍ରବାର ପ୍ରାତଃ ସୂର୍ଯ୍ୟପୂଜା, ଶାଲା ପ୍ରବେଶ, ସ୍ତମ୍ଭତୋରଣପୂଜା, ମଣ୍ଡଳ ପୂଜା, ଚଣ୍ଡୀପାଠ, ରୁଦ୍ରାଭିଷେକ, ଅଗ୍ନି ସ୍ଥାପନ, ଅଗ୍ନି ସଂସ୍କାର, ସନ୍ଧ୍ୟା ଆଳତୀ, ୪ ତାରିଖ ଶନିବାର ପ୍ରାତଃ ସୂର୍ଯ୍ୟପୂଜା, ଶାଲା ପ୍ରବେଶ, ମଣ୍ଡଳ ପୂଜା, ଷୋଳ ପୋଚାର ପୂଜା, ଚଣ୍ଡୀପାଠ, ପୂର୍ଣ୍ଣାହୁତି ଓ ଦିବା ୧ ଘଟିକା ସମୟରେ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। ମନ୍ଦିର ପରିଚାଳନା କମିଟି ତରଫରୁ ସମସ୍ତ ଭକ୍ତ ଜନ ଓ ଶ୍ରଦ୍ଧାଳୁମାନଙ୍କୁ ଏହି ବାର୍ଷିକ ଉତ୍ସବରେ ଯୋଗଦେଇ ଆଶିର୍ବାଦ ଲାଭ କରିବା ପାଇଁ ଆହ୍ୱାନ କରା ଯାଇଅଛି।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.