Take a fresh look at your lifestyle.

ହସ୍ତଶିଳ୍ପୀ ବ୍ୟବସାୟୀଙ୍କୁ ଉପଯୁକ୍ତ ଥଇଥାନ ପାଇଁ ଦାବି

0 3

Get real time updates directly on you device, subscribe now.

କୋଣାର୍କ : କୋଣାର୍କ ଟୁରିଷ୍ଟ ମାର୍କେଟ ସ୍ଥିତ କନକ ମଣ୍ଡପ ପରିସରରେ ହସ୍ତଶିଳ୍ପୀ ବ୍ୟବସାୟୀ ମହାସଂଘର ବିଭିନ୍ନ ସମସ୍ୟାକୁ ନେଇ ଏକ ସାମ୍ବାଦିକ ସମ୍ବିଳନୀ ଓ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ବିଳନୀରେ ହ୍ୟାଣ୍ଡିକ୍ରାଟ କମର୍ସିଆଲ଼ ଆସୋସିଏସନ, କଳିଙ୍ଗ କମର୍ସିଆଲ଼ ଆସୋସିଏସନ, ଧର୍ମପଦ ଆସୋସିଏସନ ଏବଂ ନବଗ୍ରହ ଆସୋସିଏସନର ୧୬୪ ଜଣ ମୂଳ ବ୍ୟବସାୟୀ ଆଜକୁ ଦୀର୍ଘ ବର୍ଷ ହେବ ସୂର୍ଯ୍ୟ ମନ୍ଦିର ସମ୍ମୁଖ ସ୍ଥିତ ରାସ୍ତାର ଉଭୟ ପାର୍ଶ୍ୱରେ ବସି ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ l

ପରବର୍ତ୍ତୀ ସମୟରେ ୪ଗୋଟି ସଂଘ ଏକତ୍ରିତ ହୋଇ ଏକ ମହାସଂଘ କରିଥିଲେ l ଉକ୍ତ ମହାସଂଘର ସଭାପତି ସୁବାସ ନାୟକ ଏବଂ ସମ୍ପାଦକ ରମେଶ ଚନ୍ଦ୍ର ରଥ ଦାୟିତ୍ୱ ତୁଲାଉଥିଲେ l ମହାସଂଘର ୧୬୪ ବ୍ୟବସାୟୀଙ୍କୁ ସୂର୍ଯ୍ୟ ମନ୍ଦିର ସୌନ୍ଦର୍ଯ୍ୟକରଣ ଆଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ପରିସରରୁ ଉଛେଦ କରାଯାଇଥିଲା।

ଉଛେଦ ପରେ ମହାସଂଘର ସଭାପତି ସୁବାସ ନାୟକ ମନୋମୁଖୀ ଭାବେ କର୍ମକର୍ତ୍ତା ମାନଙ୍କୁ ଉପେକ୍ଷା କରି ବ୍ୟବସାୟୀ ମାନଙ୍କ ସହିତ ବିଶ୍ୱାସଘାତକତା କରି ନାଁ କୁ ମାତ୍ର ଲଟେରୀ କରି ବ୍ୟବସାୟ ମାନଙ୍କ ସହିତ ଆତ୍ମଘାତୀ କାମ କରିଛନ୍ତି ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନୂତନ ସଭାପତି ପୂର୍ଣ୍ଣ ଚନ୍ଦ୍ର ଲେଙ୍କା ପ୍ରକାଶ କରିଛନ୍ତି।

ଏହି ଲଟେରୀ ପ୍ରକ୍ରିୟାରେ ଚଞ୍ଚକତା, ନିର୍ଧାରିତ ୧୬୪ ବ୍ୟବସାୟୀ ପରିବର୍ତ୍ତେ ମୋଟା ଅଙ୍କର ଅର୍ଥ ନେଇ ୨୨୩କୁ ବ୍ଯବସାୟୀକୁ ଏହି ପ୍ରକ୍ରିୟାରେ ସାମିଲ କରି ନିଜ ସମ୍ପକୀୟଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରି ଅନିୟମିତତା କରାଯାଇଥିବା ଶ୍ରୀ ଲେଙ୍କା ଗୁରୁତର ଭାବେ ଅଭିଯୋଗ କରିଛନ୍ତି । ଏହି ଅନିୟମିତତାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ କୋଣାର୍କ ହସ୍ତଶିଳ୍ପ ବ୍ଯବସାୟୀ ମହାସଂଘ ପକ୍ଷରୁ ପୁରୀ ଜିଲ୍ଲାପାଳ, ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ, କୋଣାର୍କ ଥାନା ଅଧିକାରୀ ପ୍ରମୁଖଙ୍କୁ ଲିଖିତ ଅଭିଯୋଗ ସହ ବିଭିନ୍ନ ସମୟରେ ଦାବି ହାସଲ ଓ ଲଟେରୀ ଅନିୟମିତତାର ତଦନ୍ତ ପାଇଁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ l

ବ୍ୟବସାୟୀଙ୍କୁ ଥଇଥାନ ଆଳରେ ସଭାପତି ଏବଂ ସମ୍ପାଦକ ନିଜର ସ୍ୱାର୍ଥ ପାଇଁ ୬୦ ରୁ ଉର୍ଦ୍ଧ ବ୍ୟବସାୟୀ ସମ୍ମୁଖ ଜାଗା ହାତେଇ ନେଇ ମୂଳ ୧୬୪ ବ୍ୟବସାୟୀଙ୍କ ବଦଳରେ ୨୨୩କୁ ବୃଦ୍ଧି କରିଛନ୍ତି ଏବଂ ଉଛେଦର ୨ବର୍ଷ ବିତି ଯାଇଥିଲେ ମଧ୍ୟ ଅସ୍ଥାୟୀ ଭାବେ ଦିଆ ଯାଇଥିବା ମଙ୍ଗଳା ମନ୍ଦିର ପାର୍ଶ୍ଵ ବ୍ୟବସାୟୀ ପ୍ରତିଷ୍ଠାନକୁ ଯାତ୍ରୀ ଯାତାୟାତ, ପାନୀୟ ଏବଂ କୌଣସି ପ୍ରକାରର ବ୍ୟବସାୟୀକ ବାତାବରଣର ଯୋଜନା ନ କରିବା ପୁନଶ୍ଚ ମହାସଂଘର ପୂର୍ବ ସଭାପତି ନୂଆ ଲୋକମାନଙ୍କୁ ଧରି ସରକାରଙ୍କ ଦ୍ଵାରା ନୋ-ଭେଣ୍ଡିଙ୍ଗ ଜୋନ ଜାଗା ରୋଡ଼ ଉପରେ ମହାସଂଘ ନାମରେ ମିଥ୍ୟା ସତ୍ୟପାଠ କରି ରାସ୍ତାକୁ ଜବରଦଖଲ କରି ମୋଟା ଅଙ୍କର ଚାନ୍ଦା ଆଦାୟ କରି ବ୍ୟବସାୟ ଚଳାଇ ଅଶାନ୍ତିକର ବାତାବରଣ ସୃଷ୍ଟି କରୁଛନ୍ତି ବୋଲି କନକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମହାସଂଘର ନୂତନ ସଂପାଦକ ନାରାୟଣ ମହାପାତ୍ର ପ୍ରକାଶ କରିଛନ୍ତି।

ଏହାର ପ୍ରତିବାଦରେ ମୂଳ ୧୬୪ଜଣ ବ୍ୟବସାୟୀ ଏକତ୍ରିତ ହୋଇ ଏ ଘଟଣାକୁ ଜିଲ୍ଲା ପ୍ରଶାସନ ମହାସଂଘର ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ନାୟକ ଓ ସମ୍ପାଦକ ରମେଶ ରଥ ସାଧାରଣ ବ୍ୟବସାୟୀ ମାନଙ୍କ ଅଗୋଚରରେ କରିଥିବା ସଂଘ ବିରୋଧ କାର୍ଯ୍ୟ ପାଇଁ ମହାସଂଘ ସେମାନଙ୍କୁ ବହିଷ୍କାର କରିବା ସହିତ ନୂତନ ସଭାପତି ଭାବେ ପୂର୍ଣ୍ଣ ଚନ୍ଦ୍ର ଲେଙ୍କା, ଉପସଭାପତି ଜୟନ୍ତ କୁମାର ନାୟକ ଓ ସମ୍ପାଦକ ନାରାୟଣ ମହାପାତ୍ର ଓ ଅନ୍ୟ କର୍ମକର୍ତ୍ତା ଚୟନ କରାଯାଇଛି l ଆଗାମୀ ଦିନ ମାନଙ୍କରେ ନୂତନ କର୍ମକର୍ତ୍ତା ମାନଙ୍କ ସହାୟତାରେ ମହାସଂଘର ସମସ୍ତ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି l ଉକ୍ତ ଉକ୍ତ ସମ୍ମିଳନୀରେ ହସ୍ତଶିଳ୍ପୀ ମହାସଂଘର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.