Take a fresh look at your lifestyle.

ଭୁବନ ମହିଳା ହାୟର ସେକେଣ୍ଡାରୀ ସ୍କୁଲର ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ

0 6

Get real time updates directly on you device, subscribe now.

ଭୁବନ : ଭୁବନ ମହିଳା ହାୟର ସେକେଣ୍ଡାରୀ ସ୍କୁଲରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଅଧ୍ୟାପକ ଶାନ୍ତନୁ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକରେ ସିଆରସିସି ଆନନ୍ଦ ଚନ୍ଦ୍ର ମେହେଣା ଯୋଗଦେଇ ନିୟମାବଳୀ ସଂପର୍କରେ ଆଲୋକପାତ କରିଥିଲେ ।

ଏହି ସମ୍ମିଳନୀରେ ସ୍କୁଲରେ ଉପଲବ୍ଧ ସମସ୍ତ ସୁବିଧା , ସୁଯୋଗ ସହ ଏନଏସଏସ , ଯୁବ ରେଡକ୍ରସ , ମେଧାବୃତି , ସ୍କାଉଟ ଆଣ୍ଡ ଗାଇଡ୍ସ ଓ କ୍ରୀଡା ସଂପର୍କରେ ଅଧ୍ୟାପକ , ଅଧ୍ୟାପିକା ମାନେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଛାତ୍ରୀ ମାନଙ୍କର ଶ୍ରେଣୀ ଗୃହରେ ପାଠପଢା ସହ ଘରେ କିପରି ଶୃଙ୍ଖଳିତ ଜୀବନଯାପନ କରି ଜଣେ ସଫଳ ନାଗରୀକ ହୋଇପାରିବେ ସେଥିପାଇଁ ଅଭିଭାବକ ମାନଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନର ଆବଶ୍ୟକତା ରହିଛି ବୋଲି ଶ୍ରୀଯୁକ୍ତ ମିଶ୍ର ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ମୋ ସ୍କୁଲ ଅଭିଯାନ କମିଟି ଗଠନ କରାଯାଇଥିଲା । ଅଭିଭାବକ ମାନେ ସିଧାସଳଖ ସ୍କୁଲ ସହ ଯୋଗାଯୋଗ କରି ସମସ୍ତ ବିଷୟରେ ଆଲୋଚନା ଓ ପରାମର୍ଶ ଦେଇପାରିବେ ବୋଲି କୁହାଯାଇଥିଲା । ବରିଷ୍ଠ କିରାଣୀ ବିଜୟ କୁମାର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.