Take a fresh look at your lifestyle.

ଭଲ ମଣିଷ ହୁଅ , ପିଲା ମାନଙ୍କର ଯତ୍ନ ନିଅ , ପିତା ମାତା ଙ୍କ ସେବା କର”

ଭୁବନ ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ ବ୍ୟାଚ ର ବନ୍ଧୁମିଳନ ଓ ଗୁରୁ ପୂଜନ କାର୍ଯ୍ୟକ୍ରମ

0 50

Get real time updates directly on you device, subscribe now.

ଭୁବନ : ଭୁବନ ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ ବ୍ୟାଚ ର ବନ୍ଧୁମିଳନ ଓ ଗୁରୁ ପୂଜନ କାର୍ଯ୍ୟକ୍ରମ ସ୍ଥାନୀୟ ବିଷ୍ଣୁପ୍ରିୟା ଗାଲାକ୍ସି ପରିସରରେ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅବସରପ୍ରାପ୍ତ ଶିକ୍ଷକ ଚୈତନ୍ୟ ମିଶ୍ର , ବାଳକୃହ୍ଣ ସାହୁ , ବିଦ୍ୟାଧର ନନ୍ଦ ଙ୍କୁ ହଳଦୀ ପାଣିରେ ଗୋଡ ଧୋଇଦେଇ ଧୂପ ଦୀପ ଓ ଫୁଲ ଚନ୍ଦନ ଦେଇ ପୂଜାର୍ଚ୍ଚନା କରାଯାଇଥିଲା ।

ମଳୟ କୁମାର ତ୍ରିପାଠୀ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୁରୁଙ୍କୁ ପୁଷ୍ପଗୁଚ୍ଚ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯିବା ପରେ ଭଲ ମଣିଷ ହୁଅ , ପିଲା ମାନଙ୍କର ଯତ୍ନ ନିଅ ଆଉ ବୁଢା ବାପା ମା ଙ୍କର ସେବା କର ବୋଲି ଗୁରୁ ମାନେ ପରାମର୍ଶ ଦେଇଥିଲେ ।ବୁଢା ବାପା ମା ମାନେ ପୁଅ ବୋହୁ ଙ୍କ ଦ୍ୱାରା ନିର୍ଯ୍ୟାତନା ଭୋଗୁଥିବା ଦୈନିକ ସମ୍ବାଦ ପ୍ରକାଶ ପାଉଛି । ଏଥିପାଇଁ ଆମ୍ଭେ ତୁମ ମାନଙ୍କୁ ଗୋଟିଏ ଶିକ୍ଷା ଦେଉଛୁ ଯେ , ତୁମେ ମାନେ ତୁମ ପିତା ମାତା ଙ୍କ ସେବା କର ବୋଲି ଗୁରୁ ଶ୍ରୀଯୁକ୍ତ ମିଶ୍ର ପରାମର୍ଶ ଦେଇଥିଲେ ।

୧୯୯୧ ବ୍ୟାଚର ସଦସ୍ୟ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଓ ଗଁନ୍ଦିଆ ବ୍ଲକର ପୂର୍ବତନ ଅଧ୍ୟକ୍ଷ ମଳୟ କୁମାର ସିଂହ ଅତିଥି ଭାବେ ଯୋଗଦେଇଥିଲେ ।ସନ୍ତୋଷ କୁମାର ସାହୁ , ଦେବେନ୍ଦ୍ର ସାହୁ , ପବିତ୍ର ସାହୁ , ଗୌତମ ପଟ୍ଟନାୟକ , ଅଶେଷ ପୃଷ୍ଟି , ପବିତ୍ର ବେହେରା , ମନମୋହନ ସେନ , ହିତେନ୍ଦ୍ର ଗୁରୁ , ଦୟାନିଧି ବେହେରା , କୃପାସିନ୍ଧୁ ବେହେରା , ସୁଶାନ୍ତ କୁମାର ପୋଥାଳ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।ପ୍ରାୟ ୪୦ ଜଣ ବ୍ୟାଚମେଟ ସପରିବାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଦିବଙ୍ଗତ ସଦସ୍ୟ ସିରାଜ ଉଦ୍ଦିନ ଖାଁ (ଗରିବ) ଙ୍କ ଅମରଆତ୍ମା ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.