Take a fresh look at your lifestyle.

ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଢେଙ୍କାନାଳ ଶାଖାର ୨୭ତମ ଇ-ପାଠଚକ୍ର ଅନୁଷ୍ଠିତ

0 23

ଢେଙ୍କାନାଳ : ଗତ ବୁଧବାର ଆଭାସି ମଂଚରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଢେଙ୍କାନାଳ ଶାଖାର ୨୭ତମ ଇ-ପାଠଚକ୍ର ଢେଙ୍କାନାଳ ଜିଲ୍ଲା ଶାଖା ସଭାପତି ଡଃ ପ୍ରଫୁଲ୍ଲ କୁମାର ପାଣିଙ୍କ ସଭାପତିତ୍ୱରେ “ଆମ ଐତିହ୍ୟ ଆମ ସଂସ୍କୃତି’ ଶୀର୍ଷକ ଆଧାରରେ ପ୍ରସଙ୍ଗ ଥିଲା । “ଖାଦ୍ୟ ତେଲ ଓ ଜାତୀୟତା ଏକ ଆଧ୍ୟାତ୍ମିକା ଦୃକ୍ପାତ ଉପରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟବକ୍ତା ଭାବରେ କିମ୍ସ, ଭୁବନେଶ୍ୱରର ଡାକ୍ତର ଡଃ ବିୟତ୍ ପ୍ରଜ୍ଞା ଆଚାର୍ଯ୍ୟ ପ୍ରସଙ୍ଗ ଉପରେ ଦୀର୍ଘ ଏକଘଂଟା ଧରି ବକ୍ତବ୍ୟ ପ୍ରଦାନ କରିଥିଲେ ।

ଆମ ପାରମ୍ପରିକ ଖାଇବା ତେଲ ସୋରିଷ ତେଲ, ଜଡାତେଲ, ନଡିଆ ତେଲ, ରାଶି ତେଲକୁ ଛାଡି ବିଦେଶୀମାନଙ୍କ ପ୍ରଭାବରେ ପ୍ରଭାବିତ ହୋଇ ଆମେ ପାମ୍ତେଲ, ସଫଳାତେଲ, ସୂର୍ଯ୍ୟମୁଖୀ ତେଲକୁ ଖାଇ ବହୁତ ବଡ ବଡ ରୋଗ ଯଥା ସାଂଘାତିକ କ୍ୟାନ୍ସର ଆକ୍ରାନ୍ତ ହୋଇ ଅଯଥା ଜୀବନ ହରାଇବାକୁ ପଡୁଛି । ଏହି ଖାଦ୍ୟ ତେଲ ଆମ ଜାତୀୟତା ଉପରେ ପ୍ରଭାବ ପକାଇବା ସହ ଆଧ୍ୟାତ୍ମିକ ଅବକ୍ଷୟରେ ସହାୟକ ହୋଇଛି । ସଭାପତିତ୍ୱ ଅଭିଭାଷଣରେ ସଭାପତି ଡଃ ପାଣି ବକ୍ତାଙ୍କ ପରିଚୟ ପ୍ରଦାନ କରିବା ସହ ଖାଦ୍ୟ ତେଲ ଜୀବନ ଧାରଣ ଅସମ୍ଭବ, ଆମ ଦେଶୀ ଗୁଆଘିଅ ଶରୀର ପାଇଁ ଉପଯୋଗୀ ବୋଲି କହିଥିଲେ ।

କାର୍ଯ୍ୟକ୍ରମଟିକୁ ଆଜୀବନ ସଦସ୍ୟ କବି ବିନୟ କୁମାର ସାମଲ ସଂଯୋଜନା କରିଥିଲେ । ପ୍ରାରମ୍ଭରେ ରଶ୍ମିତା ରାଉତ ବନ୍ଦନା ଗାନ କରିଥିଲେ । ଶିକ୍ଷୟିତ୍ରୀ ଯାମିନୀ ହୋତା ବିବେକବାଣୀ ପାଠ କରିଥିଲେ । ଶାନ୍ତିମନ୍ତ୍ର ପାଠ କରିଥିଲେ ପଣ୍ଡିତ ବିପିନ ବିହାରୀ ଶତପଥୀ । ଆଜୀବନ ସଦସ୍ୟ ଜିଲ୍ଲା ବିଚାରଧାରା ପ୍ରମୁଖ ବୈକୁଣ୍ଠ ବିହାରୀ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉପସଭାପତି ଅଧ୍ୟାପକ ଦେବାରାଜ ବେହେରା, ରାଜ୍ୟ ବିଚାରଧାରା ମୁଖ୍ୟ ଶଙ୍କର୍ଷଣ ଶତପଥୀ, ଡଃ ସୁସନ୍ଧ୍ୟା ମହାନ୍ତି, ଝୁନୁବାଳା ମିଶ୍ର, କୃପାସିନ୍ଧୁ ମିଶ୍ର, ନଳିନୀପ୍ରଭା ଦାସ, ଯୁଗ୍ମ ସଂପାଦକ ସଦାନନ୍ଦ ରାଉତ, ସମ୍ପର୍କ ସେତୁ ପ୍ରମୁଖ ଜିତେନ୍ଦ୍ର କୁମାର ପରିଡା, ନିରଞ୍ଜନ ସାହୁ ପ୍ରଭୃତି ଆଜୀବନ ସଦସ୍ୟଗଣ କାର୍ଯ୍ୟକ୍ରମ ପରିଚଳାନାର ସହାୟତା କରିଥିଲେ ।

- Advertisement -

Leave A Reply

Your email address will not be published.