Take a fresh look at your lifestyle.

କବି ହରମୋହନ ଦାଶ ଙ୍କର ଜୟନ୍ତୀ ରେ କବିତା ପାଠ

0 32

ଢେଙ୍କାନାଳ : ଢେଙ୍କାନାଳ ଥିଙ୍କର୍ସ ଫୋରମ ର ଆୟୋଜନ ରେ ଢେଙ୍କାନାଳ ର  ଯାଉଁଳି ପୋଖରୀ ମଠ ର ପାରାୟଣ ମଣ୍ଡପ ରେ କବି ହରମୋହନ ଦାଶ ଙ୍କର 95ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି |

ଫୋରମ ର  ସଭାପତି  ସୋମେନ୍ଦୁ ଶତପଥୀ ଙ୍କ ପୌରୋହିତ୍ୟ ଏବଂ ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ  ସଂଯୋଜନା ରେ  ଅନୁଷ୍ଠିତ   ଜୟନ୍ତୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କବୟିତ୍ରୀ ନିର୍ମଳା ମହାପାତ୍ର, ମୁଖ୍ୟ ବକ୍ତା ଭାବେ  ସୁଶୀଳ କୁମାର ନନ୍ଦ, ସମ୍ମାନୀତ ଅତିଥି ଭାବେ  କବି ତଥା ଶିଳ୍ପୀ ଶ୍ରୀଯୁକ୍ତ ପରେଶ ପଟ୍ଟନାୟକ, ଏବଂ ସ୍ବର୍ଗତ କବି ହରମୋହନ ଙ୍କ ପୁତୁରା ଗିରିଶ ପ୍ରସାଦଦାଶ ଏବଂ ପୁତ୍ର ପଦାରବିନ୍ଦ ଦାଶ ଉପସ୍ଥିତ ରହି ଉପସ୍ଥିତ ରହି କବିଙ୍କ କାବ୍ୟ କବିତା ଏବଂ ସାହିତ୍ୟିକ ଜୀବନଉପରେ ଆଲୋକ ପାତ କରିଥିଲେ |

ପ୍ରାରମ୍ଭ ରେ ବରିଷ୍ଠ କବି ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତା ଏବଂ ବିବେକାନନ୍ଦ ଷଡ଼ଙ୍ଗୀ ଙ୍କ ସଂଯୋଜନା ରେ ପ୍ରାୟ 30ଜଣ କବି କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ |

ଫୋରମ ର   କୋଷାଧ୍ୟକ୍ଷ ବୈକୁଣ୍ଠ ନାଥ ଦ୍ବିବେଦୀ ଧନ୍ୟବାଦ ଦେଇଥିଲେ | ଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରିବାପାଇଁ ସଦସ୍ୟ ବିନୋଦ ମଲ୍ଲିକ, ଅବିନାଶ ପଟ୍ଟନାୟକ, ବିଶ୍ୱଜିତ ବରାଳ, ବିଭୁ ଦ୍ବିବେଦୀ, ରାମଚନ୍ଦ୍ର ଦେବତା ସୁନିତା ପଟ୍ଟନାୟକ, ସସ୍ମିତା ରାଉତ ସହଯୋଗ କରିଥିଲେ`!

- Advertisement -

Leave A Reply

Your email address will not be published.