Take a fresh look at your lifestyle.

ଜାତୀୟ ସାମ୍ବିଧାନ ଦିବସ ଏବଂ ଆମ୍ ଆଦମୀ ପାର୍ଟିର ସ୍ଥାପନା ଦିବସ ପାଳିତ

0 12

Get real time updates directly on you device, subscribe now.

ଢେଙ୍କାନାଳ: ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ଜାତୀୟ ସମ୍ବିଧାନ ଦିବସ ଓ ଦଳର ୧0 ତମ ବର୍ଷ ପୁର୍ତ୍ତି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହୋଇଯାଇଥିଲା । ଦଳର ଯୁବ ଉପସଭାପତି ଅଜୟ ନାଏକ, ଯୁବ ସଂଗଠକ ଚିନ୍ମୟ ସେନାପତି, ବିଭୁପ୍ରସାଦ ମହାନ୍ତି ଶିତେଶ ପ୍ରଧାନ, ଅଶ୍ବିନୀ ପଟ୍ଟନାୟକ, ଜନ ରଞ୍ଜନ ରାଉତ, ଅମ୍ବୁଜ ସ୍ବାଇଁଙ୍କ ନେତୃତ୍ୱରେ ଏକ ମଟରସାଇକେଲ ଶୋଭାଯାତ୍ରା ସ୍ଥାନୀୟ କଲେଜ ବାଇପାସ୍ ଠାରୁ ଆରମ୍ଭ ହୋଇ ସମ୍ବିଧାନ ପ୍ରଣେତା ତଥା ଭାରତରତ୍ନ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଦେଶାତ୍ମ ବୋଧକ ନାରାବାଜି ସହିତ ବାଜିଚୌକ, ଷ୍ଟେସନ ବଜାର ଠାରୁ ସହରର ମୁଖ୍ୟ ଅଞ୍ଚଳ ଦେଇ ମହିଷାପାଟ ଛକ ଏବଂ ସପ୍ତଶଯ୍ୟା ଠାରେ ସମାପ୍ତ କରିଥିଲେ।
ସଦର ବ୍ଲକ ସଭାପତି ରାଜକୁମାର ପ୍ରଧାନ, ଉପ ସଭାପତି ଅନିଲ ସାମଲ ଏବଂ ବ୍ଲକ ଯୁବ ସଂଗଠକ ଦେବାଶିଷ ବେହେରାଙ୍କ ନେତୃତ୍ବରେ ବଡଗିଲା ଛକଠାରେ ଗ୍ରାଭ ସଭାପତି ଅମ୍ବୁଜ ସାହୁଙ୍କ ତତ୍ତ୍ଵାବଧାନରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ପଙ୍କଜ ନାୟକ, ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା, ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ସ୍ନେହଲତା ମହାନ୍ତି ଯୋଗଦେଇ ଦେଶର ସମ୍ବିଧାନ ଏବଂ ଭ୍ରଷ୍ଟ ବ୍ୟବସ୍ଥା ବିରୋଧରେ ଆମ୍ ଆଦମୀ ପାର୍ଟିର ଜନ୍ମ ବୋଲି ଆଲୋଚନା ଚକ୍ରରେ କହିଥିଲେ।
ମୁଖ୍ୟ ବକ୍ତା ଭାବେ ସାମାଜିକ କର୍ମୀ କଲ୍ୟାଣ ଆନନ୍ଦ ଯୋଗଦେଇ ଜାତୀୟ ସମ୍ବିଧାନ ସମ୍ପର୍କରେ ବିସ୍ତୃତ ଭାବରେ ସୂଚନା ଦେଇଥିଲେ। ତତ୍ପରେ ଦଳର ଜନ୍ମ ଦିବସ ଅବସରରେ କୁନି କୁନି ପିଲାମାନଙ୍କ ଦ୍ବାରା ଏକ କେକ୍ କଟାଯାଇ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ପର୍ଶୁରାମ ମହାଭୋଇ, ଜିଲ୍ଲା କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ଗିରି, ସଦସ୍ୟ ନିତ୍ୟାନନ୍ଦ ପଣ୍ଡା, ମହିଳା ନେତ୍ରୀ ରିନା ଶତପଥୀ, ସବିତା ବେହେରା, ନିରୋଜ ଶତପଥୀ, ଦେବୀ ପ୍ରସାଦ ବେହେରା, ରାଜକୁମାର ସାହୁ, ଦିବ୍ଯରଞ୍ଜନ ବେହେରା,  ଗୋବିନ୍ଦ ନାଏକ, ଗଗନ ପୃଷ୍ଟି, ହେମନ୍ତ ଧଳ,  ସନାତନ ନାଏକ, ସନ୍ତୋଷ ଖୁଣ୍ଟିଆ, ସୁଧନ୍ଯ ନାଏକ, ସତ୍ଯସୁନ୍ଦର ରାଉତ, ନରେଶ ନାଏକ, ଶୀଶିର କୁମାର ସାହୁ, ରାହୁଲ ସ୍ବାଇଁ, ରାଜେନ୍ଦ୍ର ମହାପାତ୍ର, ବିଶ୍ବନାଥ ରାଉତ, ଚିନ୍ମୟ ଜେନା, ଚକରା ନାଏକଙ୍କ ସହିତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।
ସେହିପରି ଜିଲ୍ଲା ଯୁବ ଉପସଭାପତି ବିଭୁତି ପ୍ରଧାନ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଭୁରଞ୍ଜନ ସାହୁ o ପର୍ଜଙ୍ଗ ବ୍ଲକ ସଭାପତି ପ୍ରକାଶ ଚନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ୱରେ ପର୍ଜଙ୍ଗ ଠାରୁ ଭାଲୁମୁଣ୍ଡା, ମୁକ୍ତାପସୀ ଦେଇ ସାନ୍ଦା ପର୍ଯ୍ୟନ୍ତ ଏକ ମୋଟର ସାଇକେଲ ଶୋଭାଯାତ୍ରା କରିବା ସହିତ ଦଳର ଜନ୍ମଦିନ ଉପଲକ୍ଷେ କେକ୍ କାଟି ବଣ୍ଟନ କରିଥିଲେ l  ଏହି ଅବସରରେ ଆମ୍ ଆଦମୀ ପାର୍ଟିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ହିନ୍ଦୋଳ ବ୍ଲକ ଦୁଦୁରକୋଟ ପଞ୍ଚାୟତର ଯୁବନେତା ଦିବ୍ଯପ୍ରକାଶ ପଟ୍ଟନାୟକ ନିଜ ସହଯୋଗୀ ମାନଙ୍କ ସହ ଦଳରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ପରିଚାଳନା ଜିଲ୍ଲା ସୋସିଆଲ ମିଡ଼ିଆ ପ୍ରଭାରୀ ଜିତେନ୍ଦ୍ର ବେହେରା କରିଥିବା ବେଳେ ଉପସଭାପତି ବିକ୍ରମ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.