Take a fresh look at your lifestyle.

“ସକାରାତ୍ମକ ମନୋଭାବର ପ୍ରଭାବ ଖବର ଉପରେ ପଡ଼ିବ”

ଆଇଆଇଏମ୍‍ସିରେ ‘ସମୃଦ୍ଧ ଭାରତରେ ସମାଧାନଭିତ୍ତିକ ଗଣମାଧ୍ୟମ’ ଶୀର୍ଷକ କର୍ମଶାଳା

0 13

Get real time updates directly on you device, subscribe now.

ଢେଙ୍କାନାଳ: ସାମ୍ବାଦିକ ସବୁବେଳେ ସକାରାତ୍ମକ ମନୋଭାବ ରଖିଲେ ଭଲ ବିଷୟବସ୍ତୁ ପ୍ରସ୍ତୁତ ହୋଇପାରିବ । ନିଜର ଅଭିପ୍ରାୟ ସ୍ପଷ୍ଟ, ସଫା ଏବଂ ସମାଜ ହିତମନସ୍କ ରଖିବା ଯୋଗୁଁ ଜଣେ ସକାରାତ୍ମକ ମନୋଭାବ ପ୍ରତିପୋଷଣ କରିପାରେ । ତେବେ ଏଥିପାଇଁ ମନନ ଚିନ୍ତନ ବା ଇଣ୍ଟ୍ରା-ପର୍ସୋନାଲ୍‍ ଯୋଗାଯୋଗ ଜରୁରୀ ବୋଲି କହିଛନ୍ତି ରାଜଯୋଗ ଶିକ୍ଷା ଏବଂ ଗବେଷଣା ଫାଉଣ୍ଡେସନ୍‍ (ଆର୍‍ଏଆର୍‍ଏଫ୍‍), ଗଣମାଧ୍ୟମ ଶାଖାର ଜାତୀୟ ଆବାହକ ବ୍ରହ୍ମାକୁମାର ସୁଶାନ୍ତ ।

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ଆର୍‍ଏଆର୍‍ଏଫ୍‍ର ଗଣମାଧ୍ୟମ ଶାଖା ପକ୍ଷରୁ ଅନୁଷ୍ଠିତ ହୋଇଛି ‘ସମୃଦ୍ଧ ଭାରତରେ ସମାଧାନଭିତ୍ତିକ ଗଣମାଧ୍ୟମ’ ଶୀର୍ଷକ କର୍ମଶାଳା । ଏଥିରେ ଯୋଗଦେଇ ସୁଶାନ୍ତ କହିଛନ୍ତି, ସାମ୍ବାଦିକମାନେ ଅନବରତ ପରିଶ୍ରମ କରୁଛନ୍ତି । ନିଜ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି । ତେବେ ତା’ରି ଭିତରେ ସୁଖ, ଶାନ୍ତି, ଆନନ୍ଦ ଓ ସନ୍ତୁଷ୍ଟିକୁ ଖୋଜିବା ଦରକାର । ଏଥିପାଇଁ ମନନ ଚିନ୍ତନ ଅର୍ଥାତ୍‍ ମନର ସନ୍ତୁଳନ, ମନରେ ଶାନ୍ତି ଓ ସକାରାତ୍ମକ ମନୋଭାବ ରହିବା ଆବଶ୍ୟକ । ଯଦି ଜଣେ ସାମ୍ବାଦିକ ଏସବୁ ପ୍ରତି ଧ୍ୟାନ ଦିଏ, ତେବେ ତାଙ୍କର ସୂକ୍ଷ୍ମ ଦକ୍ଷତା ଫୁଟିକି ଆସିପାରିବ । ଧୀରେଧୀରେ ସର୍ଜନଶୀଳତା, ସାହସ ଏବଂ ଏକାଗ୍ରତା ବଢ଼ିବ । ଆଉ ଏସବୁ ନିଜ ବିଷୟବସ୍ତୁ ବା ଖବରରେ ପ୍ରତିଫଳିତ ହେବ ବୋଲି ସେ କହିଛନ୍ତି ।

ସେହିପରି ବ୍ରହ୍ମାକୁମାରୀ ପୁନମ୍‍ ବର୍ମା କହିଛନ୍ତି, ମଣିଷ ଭିତରେ ନିନ୍ଦା, ସମାଲୋଚନା, ଈର୍ଷା, ଅନ୍ୟକୁ କ୍ଷତି ପହଞ୍ଚାଇବା ଭଳି ମନୋଭାବ ଆସେ । ଏସବୁ ଅନୁର୍ବର ଭୂମି ବା ନିମ୍ନ ଶକ୍ତି ପରି କାର୍ଯ୍ୟ କରେ । ଏତିକିବେଳେ ‘ସଫା କରିବା ପ୍ରକ୍ରିୟା’କୁ ଆପଣେଇବା ଦରକାର । ମାନେ, ନକାରାତ୍ମକ ମନୋଭାବକୁ ଦୂରେଇ ସକାରାତ୍ମକ ଦିଗ ଚିନ୍ତା କରିବା ଲୋଡ଼ା । ମୋ ଭିତରେ ଯୋଗ୍ୟତା ନାହିଁ, ମୁଁ ଏହି କାର୍ଯ୍ୟ କରିପାରିବ ନାହିଁ ଆଦି ଧାରଣାକୁ ବଦଳାଇ ମୋ ପାଖରେ ବହୁତ ଶକ୍ତି ଅଛି, ମୋ ଭବିଷ୍ୟତ ଉଜ୍ଜ୍ୱଳ; ଏହିପରି ଭାବିବା ଉଚିତ । ଏଥିପାଇଁ ଧ୍ୟାନ ଜରୁରୀ । ଧ୍ୟାନ ଦ୍ୱାରା ମଣିଷ ଭିତରେ ଥିବା ନିମ୍ନ ଶକ୍ତି ଏକ ଉଚ୍ଚ ଶକ୍ତିର ରୂପ ନେଇପାରେ । ଆଉ ଏହି ଉଚ୍ଚ ଶକ୍ତି ଜୀବନର ନାଆକୁ ବେଶ୍‍ ସହଜରେ ଆଗକୁ ନେଇଯାଏ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ପ୍ରାରମ୍ଭିକ ବକ୍ତବ୍ୟରେ ଆଇଆଇଏମ୍‍ସି, ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ଗଣମାଧ୍ୟମ ଓ ସାମ୍ବାଦିକତା କ୍ଷେତ୍ରରେ ଧ୍ୟାନ, ଚିନ୍ତନ ଆଦିର କେତେ ଗୁରୁତ୍ୱ ସେ ବିଷୟରେ ଆଲୋଚନା ହେବ ବୋଲି ଆଶା । ବ୍ରହ୍ମାକୁମାରୀ ଏକ ଆଧ୍ୟାତ୍ମିକ ସଂସ୍ଥା । ବର୍ତ୍ତମାନ ସମୟର ଏମିତି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସାମ୍ବାଦିକତା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ହେବା ଦରକାର ବୋଲି ସେ ପ୍ରକାଶ କରିଛନ୍ତି ।

   ଢେଙ୍କାନାଳ ବ୍ରହ୍ମାକୁମାରୀ ସଂସ୍ଥାର ଉଷା କାର୍ଯ୍ୟକ୍ରମ ସଂଯୋଜନା କରିଛନ୍ତି । ଧନ୍ୟବାଦ ଦେଇଛନ୍ତି ଆଇଆଇଏମ୍‍ସି, ଢେଙ୍କାନାଳର ସହକାରୀ ପ୍ରଫେସର ଡ. ହରି କୃଷ୍ଣ ବେହେରା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.