Take a fresh look at your lifestyle.

ସଙ୍କୁଳ ସ୍ଥରୀୟ ବିଦ୍ବତ୍ ପରିଷଦ ଆଲୋଚନା ଚକ୍ର

0 11

Get real time updates directly on you device, subscribe now.

କୋଣାର୍କ :ସରସ୍ବତୀ ଶିଶୁ ମନ୍ଦିର ଆନୁକୂଲ୍ୟରେ ନିମାପଡା ସଂକୁଳର ୭ଟି ସରସ୍ବତୀ ଶିଶୁ ମନ୍ଦିର ବିଦ୍ବତ ମାନଙ୍କୁ ଏକ ସ୍ବତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କ୍ଷିରୋଦ ଚନ୍ଦ୍ର ରାୟମହାପାତ୍ର, ସମ୍ମାନିତ ଅତିଥି ଭାବେ ସଂକୁଳ ପ୍ରମୁଖ ବାବୁଲି ମହିପାତ୍ର, ସଂକୁଳ ସଂଯୋଜକ ଶ୍ରୀଧର କୁମର ପ୍ରହରାଜ ପ୍ରମୁଖ ଯୋଗଦେଇ ଜାତୀୟ ଶିକ୍ଷାନୀତି ୨୦୧୯-୨୦୨୦ ଦ୍ବାରା ଭାରତ କିପରି ସ୍ବାବଲମ୍ବି ହୋଇପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ ।

ସରସ୍ବତୀ ଶିଶୁ ମନ୍ଦିର କୋଣାର୍କର ପ୍ରଧାନ ଆଚାର୍ଯ୍ୟ ମେଘନାଦ ସ୍ବାଇଁ ଅତିଥି ପରିଚୟ ପ୍ରଦାନ କରିବା ସହିତ ମଞ୍ଚ ସଂଯୋଜନା କରିଥିଲେ । ଶେଷରେ ସଂକୁଳ ପ୍ରମୁଖ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିବା ସହିତ ଏହି ବିଦ୍ବତ୍ ଆଲୋଚନା ଚକ୍ରର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ ।

 ଏହି କାର୍ଯ୍ୟକ୍ରମରେ ନିମାପଡା ସଂକୁଳ ଅନ୍ତର୍ଗତ କୋଣାର୍କ, ଗୋପ, ନିମାପଡା, ଜାଉଁଳି ପୋଖରୀ, ବନମାଳୀପୁର, ବଦଳାଶାସନ ଓ ବଳଙ୍ଗାରେ ଥିବା ୭ଟି ଶିଶୁ ମନ୍ଦିରର ୫୦ଜଣ ବିଦ୍ବତ୍ ଯୋଗଦେଇ ଆଲୋଚନା ଚକ୍ରରରେ ନିଜ ନିଜ ମତ ଉପସ୍ଥାପନ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.