Take a fresh look at your lifestyle.

ଭୁବନ ଏନଏସି ତରଫରୁ ସ୍ୱଚ୍ଛ ଭାରତ ପ୍ରଶିକ୍ଷଣ ଶିବିର

0 6

Get real time updates directly on you device, subscribe now.

ଭୁବନ : ଭୁବନ ଏନଏସି ତରଫରୁ ସଦଭାବନା ଗୃହଠାରେ ସ୍ୱଚ୍ଛଭାରତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ନିର୍ବାହୀ ଅଧିକାରୀ ଶ୍ୟାମସୁନ୍ଦର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହରକୁ ସବୁଜ ସୁନ୍ଦରକରି ଗଢିତୋଳିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଥିଲେ ।

ପୌର ଯନ୍ତ୍ରୀ ରଶ୍ମିତା ମିଶ୍ର ପରିଷଦର ସମସ୍ତ ୱାର୍ଡ ମଧ୍ୟରେ ସ୍ୱଚ୍ଛସାଥୀ ମାନଙ୍କ କର୍ତବ୍ୟ ସଂପର୍କରେ ଆଲୋକପାତ କରିଥିଲେ । ସ୍ୱଚ୍ଛ ସାଥୀ ମାନେ ଦୈନିକ ପ୍ରତ୍ୟେକ ଗୃହରୁ ଶୁଖିଲା , ଓଦା ବର୍ଜ୍ୟ ଅଲଗା ସଂଗ୍ରହ କରି ଅଳିଆ ଗାଡିରେ ଦେବାକୁ ନିଦେ୍ର୍ଦଶ ଦେଇଥିଲେ ।

ଏହି ବର୍ଜ୍ୟବସ୍ତୁ ଦ୍ୱାରା ଏନଏସିରେ ଥିବା ଦୁଇଟି ସମ୍ପଦ୍ ର ୁଜୈବିକ ଖତ ପ୍ରସ୍ତୁତ ହୋଇ ବିକ୍ରି କରାଯିବ ବୋଲି କହିଥିଲେ ।

ପ୍ରତ୍ୟେକ ୱାର୍ଡର ପରିମଳ ବ୍ୟବସ୍ଥା ଓ ସଂଧ୍ୟାରେ ଆଲୋକ ବ୍ୟବସ୍ଥା ସହିତ ୟୁଜର୍ସ ଫି ଆଦାୟ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ସାନିଟାରୀ ଇନ୍ସପେକ୍ଟର ଆକାଶ ବାବୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହ ିକାର୍ଯ୍ୟକ୍ରମରେ ସମସ୍ତ କାଉନସିଲର , ସ୍ୱଚ୍ଛସାଥୀ, ସୁପରଭାଇଜର ଓ ସ୍ୱଚ୍ଛକର୍ମୀ ଯୋଗ ଦେଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.