Take a fresh look at your lifestyle.

ସାମ୍ବାଦିକ ସିରାଜ ଉଦ୍ଦିନ ଖାଁ ଙ୍କ ବିୟୋଗରେ ଶୋକସଭା,କ୍ୟାଣ୍ଡେଲ ରାଲି

0 47

ଭୁବନ: ଭୁବନ ଅଂଚଳର ଜଣାଶୁଣା ସାମ୍ବାଦିକ ତଥା ଯୁବ ସମାଜସେବୀ ସିରାଜ ଉଦ୍ଦିନ ଖାଁ (ଗରିବ) ଙ୍କର ଗତକାଲି ସକାଳେ କଟକ ବଡ ଡାକ୍ତରଖାନା ରେ ଅକାଳ ବିୟୋଗ ହୋଇଥିଲା । ଏଥି ସକାଶେ ଭୁବନ ସାମ୍ବାଦିକ ସଂଘ ତରଫରୁ ବରିଷ୍ଠ ସାମ୍ବାଦିକ ପ୍ରେମାନନ୍ଦ ମହାନ୍ତି ଙ୍କ ଆହ୍ୱାନ କ୍ରମେ ସ୍ୱର୍ଗତ ଗରିବ ଙ୍କ ଉଦେ୍ଦଶ୍ୟରେ ଆଜି ସଂଧ୍ୟାରେ ଏକ ଶୋକସଭା ଓ କ୍ୟାଣ୍ଡେଲ ରାଲି ଅନୁଷ୍ଠିତ ହୋଇଯାଇଛି ।

ସାମ୍ବାଦିକ ସୁଶାନ୍ତ କୁମାର ପୋଥାଳ, ପୂର୍ଣ୍ଣଚନ୍ଦ୍ର ସାହୁ, ବିପିନ ବିହାରୀ ସେଠୀ , ସରୋଜ କୁମାର ସାହୁ,କୃଷ୍ଣ ଚନ୍ଦ୍ର ସାହୁ,ଦେବାନନ୍ଦ ସାହୁ,ଅବିନାଶ ସାଥୁଆ ମହାପାତ୍ର,ସଂଜୟ ନାୟକ,ଗୌତମ ପାତ୍ର, ଚୈତନ୍ୟ ସାହୁ,ମନୋଜ ପୋଥାଳ, ରବିନ ଦାସ, ମଳୟ ତ୍ରିପାଠୀ, ଶ୍ରୀକାନ୍ତ କର,ପପୁ ସାହୁ, ସ୍ତମ୍ଭକାର ପ୍ରେମାନନ୍ଦ ପାଣିଗ୍ରାହୀ ପ୍ରମୁଖ ଡାକବଙ୍ଗଳା ଠାରୁ କ୍ୟାଣ୍ଡେଲ ରାଲିରେ ବାହାରି ‘ଗରିବ ଭାଇ ଅମର ରହେ’ ନାରାବାଜି କରି କାଳୀବଜାର ସ୍ଥିତ ସହିଦ୍ ବାଜି ରାଉତ ଙ୍କ ପ୍ରତିମୂର୍ତୀ ନିକଟରେ ପହଁଚି ଥିଲେ ।

ଅମରଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରିବା ପରେ ଶୋକସଭା ଆୟୋଜନ ହୋଇଥିଲା । ଗରିବ ଜଣେ ନିର୍ଭିକ ତଥା ସଚ୍ଚୋଟ ସାମ୍ବାଦିକ ଭାବେ ପରିଚିତ ଥିଲେ ଓ ପ୍ରଚଣ୍ଡ ସ୍ୱାଭିମାନୀ ଥିଲେ । ସ୍ୱାର୍ଥ ପାଇଁ ସେ କେବେ ତାଙ୍କ ସ୍ୱାଭିମାନକୁ ବଳି ପକାଉନଥିଲେ ,ତାଙ୍କ ଅକାଳ ବିୟୋଗ ଭୁବନ ସାମ୍ବାଦିକ ମାନଙ୍କ ପାଇଁ ଅପୂରଣୀୟ କ୍ଷତି ବୋଲି ମତବ୍ୟକ୍ତ କରିଥିଲେ ।

- Advertisement -

Leave A Reply

Your email address will not be published.