Take a fresh look at your lifestyle.

ଠିପି ବନ୍ଦ ବିଦେଶୀ ମଦ ଦୋକାନରୁ ସଟର ଭାଙ୍ଗି ଲକ୍ଷାଧିକ ଟଙ୍କାର ମଦ ଚୋରି

0 8

Get real time updates directly on you device, subscribe now.

ଭୁବନ : ଭୁବନ ଏନଏସି ଅନ୍ତର୍ଗତ ବେଠିଆପାଳ ମୌଜା ୨ ନମ୍ବର ବ୍ୱାର୍ଡରେ ଥିବା ଏକ ଲାଇସେନ୍ସ ପ୍ରାପ୍ତ ଠିପି ବନ୍ଦ ବିଦେଶୀ ମଦ ଦୋକାନରୁ ଗତକାଲି ବିଳମ୍ବିତ ରାତ୍ରିରେ ସଟର ଭାଙ୍ଗି ଲକ୍ଷାଧିକ ଟଙ୍କାର ମଦ ଓ ପଇସା ଚୋରି ହୋଇଥିବା ସଂପର୍କରେ ଭୁବନ ଥାନାରେ ଅଭିଯୋଗ ହୋଇଛି ।

ମଦ ଦୋକାନ ସେଲ୍ସ ମ୍ୟାନ କ୍ଷେତ୍ରମୋହନ ପାତ୍ର ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ,ଆଜି ସକାଳ ୬ ଘଟିକା ସମୟରେ ଖବର ପାଇ ସେ ମଦ ଦୋକାନକୁ ଯାଇ ତାଙ୍କ ଦୋକାନ ସଟର ଭଙ୍ଗାଯାଇଥିବା ଦେଖିବା ପରେ ସେ ସଙ୍ଗେ ସଙ୍ଗେ ଭୁବନ ଥାନା ଓ କାମାକ୍ଷାନଗର ଅବକାରୀ ବିଭାଗକୁ ସୂଚନା ଦେଇଥିଲେ । ଭୁବନ ଥାନାଧିକାରୀ ପ୍ରଶାନ୍ତ କୁମାର ପାତ୍ର ,ଢେଙ୍କାନାଳ ସାଇଣି୍ଟଫିକ ଟିମ୍ ଘଟଣାସ୍ଥଳକୁ ଆସିଲା ପରେ ଆଇଆଇସି ଙ୍କ ନିଦେ୍ର୍ଦଶରେ ସେ ଦୋକାନ ଭିତରେ ପ୍ରବେଶ କରିଥିଲେ ।

ର୍ୟାକ ଏବଂ କ୍ୟାସ ବାକ୍ସ ଖାଲି ପଡିଥିବା ଦେଖିବାକୁ ପାଇଥିଲେ । ଆନୁମାନିକ ୮ ଲକ୍ଷ ଟଙ୍କାର ମଦ ଓ କ୍ୟାସ ବାକ୍ସରେ ଥିବା ୫ ଲକ୍ଷ ଟଙ୍କା ଚୋରି ହୋଇଥିବା ଜଣାପଡିଥିଲା ।

ସୂଚନାଯୋଗ୍ୟ ଯେ,ଗତ ୨୦୨୦ ଅଗଷ୍ଟ ୩ ତାରିଖ ରାତି ଉକ୍ତ ମଦ ଦୋକାନରୁ ଲକ୍ଷାଧିକ ଟଙ୍କାର ମଦ ଚୋରି ହୋଇଥିଲା । ଦୁର୍ବୃତ ମାନେ ଖୁବ ଶୀଘ୍ର ଧରାପଡିବେ ଓ ନାଇଟ ପେଟ୍ରୋଲିଂ କୁ କଡାକଡି କରାଯିବବୋଲି ଭୁବନ ଥାନାଧିକାରୀ ପ୍ରକାଶ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.