Take a fresh look at your lifestyle.

ଜିରାଳ ଉଚ୍ଚ ବିଦ୍ୟାଳୟରେ୧୯୯୦ ମସିହା ୧୦ ମ ଶ୍ରେଣୀ ବନ୍ଧୁ ମିଳନ

0 260

Get real time updates directly on you device, subscribe now.

ଭୁବନ: ଭୁବନ ବ୍ଲକ୍ ର ଜିରାଳ ଉଚ୍ଚ ବିଦ୍ୟାଳୟରେ ୧୯୯୦ ମସିହା ର ୧୦ ମ ଶ୍ରେଣୀ ବନ୍ଧୁ ମିଳନ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଅଛି । ଉତ୍କ କାର୍ଯ୍ୟକ୍ରମ ରେ ପୂର୍ବତନ ଶିକ୍ଷକ ଶ୍ରୀଯୁକ୍ତ ବିପ୍ରବର୍ ସାହୁ ସଭାପତିତ୍ବ କରିଥିଲେ ।

ପ୍ରଥନା”ଅହେ ଦୟା ମୟ ବିଶ୍ଵ ବିହାରୀ” ପୁରାତନ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ବୋଲାଯାଇ ସଭା ଆରମ୍ଭ କରାଯାଇଥିଲା । ଉକ୍ତ ସଭାରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଓ ଶିକ୍ଷୟତ୍ରୀ (ଗଣେଶ୍ୱର ପତି, ବିପ୍ରବର୍ ସାହୁ, ବିଜୟ କୁମାର ଦାସ , ସାରଙ୍ଗଧର ସାହୁ, ନାରାୟଣ ପଣ୍ଡା,ସଂଯୁକ୍ତା ନାୟକ,) ଉପସ୍ଥିତ ରହି ନିଜ ପିଲାମାନଙ୍କୁ ଭଲ ମଣିଷ କରିବା ପାଇଁ ପରାମର୍ଶ ଦେଇଥିଲେ ।

ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ଭର୍ଦ୍ଧିତ କରାଯାଇଥିଲା ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଗୁରୁ ବନ୍ଦନା କରାଯାଇଥିଲା।ପ୍ରଣତି ମିଶ୍ର,ସୁନନ୍ଦା ତ୍ରିପାଠୀ ଓ ପୁଷ୍ପାଞ୍ଜଳି ମିଶ୍ର ନିଜ ନିଜର କବିତା ପାଠ କରିଥିଲେ । ଏହି କାର୍ଯକ୍ରମ ରେ ସାଧାରଣ ଜ୍ଞାନ, କ୍ୱିଜ୍ ଓ କବିତା ପ୍ରତିଯୋଗିତା ହୋଇଥିଲା।କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଏହି କାର୍ଯକ୍ରମଟି ୧୯୯୦ ମସିହା ୧୦ ମ ଶ୍ରେଣୀ ଛାତ୍ର ଛାତ୍ରୀ(ନିଶିକାନ୍ତ ଜେନା,ଅର୍ଜୁନ ବାରିକ,କୃଷ୍ଣ ମହାରଣା,ଶରତ ସାହୁ,ବିଶ୍ଵନାଥ ସାହୁ,ସରୋଜ ନାୟକ,ଲିଲୁଆ ପଣ୍ଡା,ରଞ୍ଜନ ପଣ୍ଡା,ନବ ଭଳ,ଦାମୋଦର ବାରିକ,ରତିକାନ୍ତ ମିଶ୍ର,ସୁନନ୍ଦା ତ୍ରିପାଠୀ,ପୁଷ୍ପାଞ୍ଜଳି ମିଶ୍ର) ମାନେ ପରିଚାଳନା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.