Take a fresh look at your lifestyle.

ସରକାରୀ ଜାଗା ଜବରଦଖଲକାରୀ ଙ୍କୁ ସୁରକ୍ଷା ଦେଉଛି ଭୁବନ ତହସିଲ

ଲୋକପାଳ ଙ୍କ ଆଦେଶ ପରେ ଦିନ ଗଡାଇ ଚାଲିଛି ପ୍ରଶାସନ

0 95

Get real time updates directly on you device, subscribe now.

ଭୁବନ :ଢେଙ୍କାନାଳ ଜିଲ୍ଲା ଭୁବନ ତହସିଲ ଅନ୍ତର୍ଗତ ବିଭିନ୍ନ ମୌଜାରେ ସରକାରୀ ଜାଗା ବେଆଇନ ଭାବେ ଜବରଦଖଲ ହେଉଥିବା ବେଳେ ତହସିଲ ପ୍ରଶାସନ ଏଥିପ୍ରତି ଆଦୌ ଦୃଷ୍ଟି ଦେଉନାହିଁ ।

ତହସିଲ ଅଫିସ ଠାରୁ ମାତ୍ର ୫୦ ମିଟର ଦୂର ମୁଖ୍ୟରାସ୍ତାରେ ଜବରଦଖଲ ହେଉଥିବା , ଫଟୋକପି ପ୍ରଦାନ ସତ୍ୱେ ତହସିଲଦାର ସବୁ ଜାଣି ଚୁପ ରହୁଥିବା ଯୋଗୁ ପରୋକ୍ଷରେ ଜବରଦଖଲକାରୀ ଙ୍କୁ ସୁରକ୍ଷା ଓ ସମର୍ଥନ ଦେଉଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ଓା୍ୱର୍ଡ ଟୋଲଙ୍କବେରେଣୀ ଓ ଗଡଗଁପୁର ମୌଜାର ସର୍ବସାଧାରଣ ରାସ୍ତା ଜବରଦଖଲ ମୁକ୍ତ କରିବା ପାଇଁ ମାନ୍ୟବର ଲୋକପାଳ ଆଦେଶ ଦେବାପରେ ମଧ୍ୟ ତହସିଲ ପ୍ରଶାସନ ବିଭିନ୍ନ ଆଳ ଦେଖାଇ ଦିନ ଗଡାଇ ଚାଲିଛି ।

ଏହାକୁ ନେଇ ଆବେଦନକାରୀ ଓ ସ୍ଥାନୀୟ ଅଂଚଳବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ , ଭୁବନର ଯୁବ ସାମ୍ବାଦିକ ମନୋଜ କୁମାର ପୋଥାଳ ଶତାଧିକ ବ୍ୟକ୍ତିଙ୍କ ସ୍ୱାକ୍ଷରରେ ଗତ ୧୪.୧୨.୨୦୨୦ ରିଖରେ ତହସିଲଦାର,ଏନଏସି ନିର୍ବାହୀ ଅଧିକାରୀ,ଉପଜିଲ୍ଲାପାଳ,ଜିଲ୍ଲାପାଳ ଙ୍କ ନିକଟକୁ ଅଭିଯୋଗ ପତ୍ର ପ୍ରେରଣ କରିଥିଲେ ।

କାଠି ସାହୁ ଙ୍କ ଘର ଠାରୁ ଭୋଳେଶ୍ୱର ସାହୁଙ୍କ ଘର ପର୍ଯ୍ୟନ୍ତ ସର୍ବସାଧାରଣ ରାସ୍ତା ବେଆଇନ ଜବରଦଖଲ କାରଣରୁ ଦିନକୁ ଦିନ ସଙ୍କୁଚିତ ହୋଇଯାଉଛି । କେତେକ ବ୍ୟକ୍ତି ସର୍ବସାଧାରଣ ରାସ୍ତା ଉପରେ ପାଇଖାନା ଗୃହ ନିର୍ମାଣ କରିବା ସହିତ ପାଇଖାନା ଟାଙ୍କି ଓ ଗୁହାଳ ନିର୍ମାଣ କରିଛନ୍ତି । ସେମାନେ ସର୍ବଦା ରାସ୍ତା ଉପରକୁ ମଇଳା ପାଣି ଛାଡୁଥିବାରୁ ରାସ୍ତାରେ ଅନବରତ ମଇଳା ପାଣିର ସୁଅଚାଲିଛି ।

ଖରା ଓ ଶୀତ ଦିନେ ଏହି ରାସ୍ତାରେ ପାଣି କାଦୁଅ ଭର୍ତି ହେଉଛି । ଏଥିପାଇଁ ଯାତାୟତରେ ସମସ୍ୟା ଉପୁଜୁଛି ବୋଲି ଅଭିଯୋଗ ରେ ଦର୍ଶାଇଥିଲେ । ପୂର୍ବତନ ତହସିଲଦାର ପ୍ରଭାସ କୁମାର ବେହୁରା ଚିଠି ନଂ-୩୬୭୪ ତା୧୮.୧୨.୨୦୨୦ ରେ ଭୁବନ ଓ ବାଲିବୋ ରାଜସ୍ୱ ନୀରିକ୍ଷକ ଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିଦେ୍ର୍ଦଶ ଦେଇଥିଲେ ।

ରାଜସ୍ୱ ନିରୀକ୍ଷକ ମଧ୍ୟ ଜବରଦଖଲକାରଙ୍କ ନାମ ଏବଂ କେଉଁ ପ୍ରକାର ଜବରଦଖଲ କରିଛନ୍ତି ସେ ସଂପର୍କରେ ରିପୋର୍ଟ ଦେଇଥିଲେ । ଏହାପରେ କୌଣସି ଅଗ୍ରଗତି ନହେବାରୁ ଶ୍ରୀଯୁକ୍ତ ପୋଥାଳ ୧୫.୦୩.୨୦୨୧ ରେ ମାନ୍ୟବର ଲୋକପାଳ ଙ୍କ ଦ୍ୱାରସ୍ଥ ହେବାପରେ ଲୋକପାଳ କେଶ ନଂ-୧୯୬/୨୦୨୧ ରେ ମାମଲା ରୁଜ୍ଜୁ କରିଥିଲେ ।

ପରବର୍ତି ସମୟ ଅର୍ଥାତ ଗତ ଅଗଷ୍ଟ ୨୧,ଅକ୍ଟୋବର ୭, ନଭେମ୍ବର ୨୩ , ଜାନୁଆରୀ ୨୪,ମାର୍ଚ୍ଚ ୧୪,ଅପ୍ରେଲ ୨୫ ରେ ଆବେଦନକାରୀ ଏବଂ ତହସିଲଦାର/ଅତିରିକ୍ତ ତହସିଲଦାର ଙ୍କ ଶୁଣାଣି କରି ଯଥାଶୀଘ୍ର ଜବରଦଖଲ ମୁକ୍ତ କରିବାକୁ ନିଦେ୍ର୍ଦଶ ଦେଇଥିଲେ ।

ତହସିଲ ତରଫରୁ ପୋଲିସ ଫୋର୍ସ ପାଇଁ ଚିଠି ଦିଆହୋଇଛି ବୋଲି ମାନ୍ୟବର ଲୋକପାଳ ଙ୍କ ନିକଟରେ ନିଜ ପକ୍ଷ ରଖି କେଉଁ ସ୍ୱାର୍ଥରେ ଜବରଦଖଲକାରୀଙ୍କୁ ସୁରକ୍ଷା ଦେଉଛି ବୋଲି ଚର୍ଚ୍ଚା ହେଉଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.