Take a fresh look at your lifestyle.

ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ :ଲଢିବା ପାଇଁ ଆବେଦନକ।ରି ଙ୍କୁ ସ୍ୱାଗତ କରିଛନ୍ତି ରାଜ୍ୟ ଆବାହକ  ନିଶିକାନ୍ତ ମହାପାତ୍ର

0 7

Get real time updates directly on you device, subscribe now.

ଭୁବନେଶ୍ବର: ବହୁ ଶିକ୍ଷିତ ,ଉତ୍ସାହି ଯୁବକ ଯୁବତୀ ,ଚେତନାଶୀଳ ବୁଦ୍ଧିଜୀବି ବହୁ ପ୍ରଜ୍ଞ ଅଭିଜ୍ଞ ବ୍ୟକ୍ତିତ୍ଵମାନେ ଓ ଆମ୍ଆଦମୀ ପାର୍ଟି ର ସମର୍ଥକ, ଆଗାମୀ ଭୁବନେଶ୍ବର ମହାନଗର ନିଗମର ହେବାକୁ ଥିବା ନିର୍ବାଚନରେ ନଗର ନିଗମର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ କର୍ପୋରେଟର ଟିକେଟ ଆଶାୟୀ ପ୍ରାର୍ଥୀ ନିର୍ବାଚନ ଲଢିବା ପାଇଁ ଆଗ୍ରହ ପ୍ରକାଶ କରିବା ସହ ଆବେଦନ ପତ୍ର ଦାଖଲ କରିବାରେ ଲାଗିଛନ୍ତି ।

ଅସାଧାରଣ ନୁହେଁ ଏହି ସାଧାରଣ ମଣିଷ ଉପରେ ବିଶ୍ଵାସ ରଖୁଥିବା ଆମ୍ ଆଦମୀ ପାର୍ଟି ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ନିଜର ସ୍ଵଚ୍ଛ ବିଚାରକୁ ପ୍ରକଟ କରୁଛନ୍ତି। ଆଧିକରୁ ଅଧିକ ଚେତନଶୀଳ ଲୋକଙ୍କ ସହଯୋଗରେ ଗୋଟିଏ ଉନ୍ନତ, ନିଷ୍କଳଙ୍କ ମହାନଗର ନିଗମ ଗଠିତ ହୋଇପାରିବ ବୋଲି ଏହି ପାର୍ଟି ବିଶ୍ଵାସ  କରେ ।

କେବଳ ପ୍ରତିଶୃତି ଉପରେ ନୁହେଁ , ନିଜର ପ୍ରତିସ୍ପର୍ଦ୍ଧାକୁ ଗୁରୁତ୍ବ ଦେବାପାଇଁ ଏହି ପାର୍ଟି ସବିନୟ ମଧ୍ୟ ନିବେଦନ କରୁଅଛି ।

ଆଜିର ବୈଠକରେ ଆମ୍ ଆଦମୀ ପାର୍ଟିର ରାଜ୍ୟ ଆବାହକ  ଶ୍ରୀ ନିଶିକାନ୍ତ ମହାପାତ୍ର, ଭୁବନେଶ୍ୱର  ମହାନଗର ନିଗମ ନିର୍ବାଚନରେ ଲଢିବା ପାଇଁ ଆବେଦନ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ସ୍ୱାଗତ କରିଛନ୍ତି।

 

 

 

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.