Take a fresh look at your lifestyle.

ଭୁବନ ଏନଏସି ;ବିଶ୍ୱଜିତ ସାହୁ କଂଗ୍ରେସ ଟିକେଟ ଦାବିଦାର

0 11

Get real time updates directly on you device, subscribe now.

ଭୁବନ: ପୌର ନିର୍ବାଚନ ପାଇଁ ମନୋନୟନ ପତ୍ର ଦାଖଲର ଆଜି ଥିଲା ପ୍ରଥମ ଦିବସ । ଏଯାଏଁ ବିଜଡେି , ବିଜେପି କିମ୍ବା କଂଗ୍ରେସ କୌଣସି ଦଳ ତରଫରୁ ଅଧ୍ୟକ୍ଷ ପ୍ରାର୍ଥୀ ଚୁଡାନ୍ତ ହୋଇ ପାରିନାହିଁ । ବିରୋଧି ବିଜେପି , ବିଜେଡି ପ୍ରାର୍ଥୀ ଚୟନ କୁ ଅପେକ୍ଷା କରିଥିବା ବେଳେ ସର୍ବପୁରାତନ ଦଳ କଂଗ୍ରେସ ମଧ୍ୟ ତାର ପ୍ରାର୍ଥୀ ଘୋଷଣା କରିନାହିଁ ।

ଯୁବ ନେତା ବିଶ୍ୱଜିତ ସାହୁ ଙ୍କ ସମର୍ଥକ ଙ୍କ ମତରେ କଂଗ୍ରେସ ଟିକେଟ ପାଇଁ ବିଶ୍ୱଜିତ ହିଁ ଏକମାତ୍ର ଦାବିଦାର କାରଣ ଶ୍ରୀ ସାହୁ ଦୀର୍ଘ ୨୦ ବର୍ଷ ହେଲା କଂଗ୍ରେସ ଦଳର ଜଣେ ଶୃଙ୍ଖଳିତ ତଥା ସଚ୍ଚା କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି ।

ଗତ ୨୦୦୪ ମସିହା ସାଧାରଣ ନିର୍ବାଚନରେ କାମାକ୍ଷାନଗର ବିଧାନସଭା ଆସନ ରୁ ଶାନ୍ତାବାଲା ଜୀ କଂଗ୍ରେସ ଦଳରୁ ବିଧାୟକ ପ୍ରାର୍ଥୀ ହୋଇଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ତଥା ତକôାଳୀନ ଭୁବନ ବ୍ଲକ ଅଧ୍ୟକ୍ଷ ସ୍ୱାଧିନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଥିଲେ ।

ଭୁବନ ଅଂଚଳର ସମସ୍ତ କଂଗ୍ରେସ କର୍ମୀ ସ୍ୱାଧିନ ପ୍ରାର୍ଥୀ ଙ୍କ ପାଇଁ କାମ କରୁଥିବା ବେଳେ ଏକମାତ୍ର ବ୍ୟକ୍ତି ଭାବେ ବିଶ୍ୱଜିତ ଶାନ୍ତାବାଲା ଜୀ ଙ୍କ ସଙ୍ଗରେ ଥିଲେ । ତାଙ୍କୁ ଧରି ବିଭିନ୍ନ ଗାଁ ଗଣ୍ଡାରେ ନିର୍ବାଚନ ପ୍ରଚାର କରିବା ସହ ଭୁବନ ବସଷ୍ଟାଣ୍ଡରେ ଏକ ସାଧାରଣ ସଭା କରି ସଫଳ ହୋଇଥିଲେ । ବିଶ୍ୱଜିତ ସେତେବେଳେ ଛାତ୍ର କଂଗ୍ରେସ ସଭାପତି ଭାବେ କାର୍ଯ୍ୟ କରୁଥିଲେ ।

ପରବର୍ତି ସମୟ ଗତ ୨୦୧୩ ପୌର ନିର୍ବାଚନରେ ଭୁବନ ଏନଏସି ର ଚର୍ଚ୍ଚିତ ତଥା ଚେୟାରମ୍ୟାନଙ୍କ ୱାର୍ଡ ୧୧ ରେ ଯେତେବେଳେ କଂଗ୍ରେସ ଦଳରୁ ପ୍ରାର୍ଥୀ ହେବାକୁ କେହି ରାଜି ହୋଇନଥିଲେ ସେହି ସମୟରେ କଂଗ୍ରେସ ଦଳର ସମ୍ମାନ ରକ୍ଷା କରିବାକୁ ସେ ବିଜେଡିର ଚେୟାରମ୍ୟାନ ପ୍ରାର୍ଥôନୀ ଙ୍କ ବିରୋଧରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ।

ପରବର୍ତି ସମୟରେ ତାଙ୍କୁ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଦୀର୍ଘ ୨୦ ବର୍ଷ ହେଲା ସେ ନିରବଚ୍ଛିନ ଭାବେ ଦଳରେ ରହି ନିଃସ୍ୱାର୍ଥପର ଭାବେ ଭୁବନରେ କଂଗ୍ରେସ ପାଇଁ କାର୍ଯ୍ୟ କରୁଛନ୍ତି । ଜାତି ଭିତିକ ରାଜନୀତିକୁ ଦେଖିଲେ ଭୁବନରେ ସର୍ବାଧିକ ତଥା ଜନବହୁଳ ଜାତି ହେଉଛନ୍ତି କାପୁଡିଆ ସମାଜ ।

ଏହି ଜାତି/ସଂପ୍ରଦାୟର ପ୍ରାୟ ୬ ହଜାର ଭୋଟ ରହିଛି । ଏହି କାରଣରୁ ଗତ ୧୯୯୨ ପୌର ନିର୍ବାଚନରେ ଏହି କାପୁଡିଆ ଜାତିର ଜଗନ୍ନାଥ ଗୁରୁ ପ୍ରତ୍ୟକ୍ଷ ଭୋଟ ପାଇ ନଗରପାଳ ହୋଇଥିଲେ । ବର୍ତମାନ ପରିସ୍ଥିତିରେ ଶ୍ରୀ ସାହୁ ଏକମାତ୍ର ବ୍ୟକ୍ତି ଯିଏକି ଅଧ୍ୟକ୍ଷ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରିବାକୁ ଚାହୁଛନ୍ତି ।

ତେଣୁ ଯୁବନେତା ବିଶ୍ୱଜିତ ଙ୍କୁ କଂଗ୍ରେସ ତରଫରୁ ଟିକେଟ ଦିଆଗଲେ ଉଚିତ ହେବ ବୋଲି ତାଙ୍କ ସମର୍ଥକ ଙ୍କ ମହଲରେ ଚର୍ଚ୍ଚା ହେଉଛି । କଂଗ୍ରେସ ହାଇକମାଣ୍ଡ କଣ ନିଷ୍ପତି ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.