Take a fresh look at your lifestyle.

ଢେଙ୍କାନାଳ ରୁ ସୋନାଲୀ, କାମାକ୍ଷାନଗର ପାଇଁ ସୁବୋଧ ଓ ଭୁବନ ରୁ ମହେଶ୍ୱର ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ

ପୌର ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ଚୟନ

0 88

ଢେଙ୍କାନାଳ: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେ ପୌର ନିର୍ବାଚନ ଉଷ୍ମତା ଅନୁଭବ ହୋଇଛି। ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ଅଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ମତଦାନ ହେବ।

ଏଥିପାଇଁ ଚଳିତ ମାସରେ ହେବାକୁ ଥିବା ପୌର ନିର୍ବାଚନରେ ରାଜ୍ୟର ପ୍ରମୁଖ ଦଳ ପ୍ରାର୍ଥୀ ଚୟନରେ ବ୍ୟସ୍ତ ଥିବା ଲକ୍ଷ୍ୟ କରାଯାଇଛି। ପ୍ରଥମ ଥର ପାଇଁ ଆମ୍ ଆଦମୀ ପାର୍ଟି ଜିଲ୍ଲାର ଢେଙ୍କାନାଳ, କାମାକ୍ଷାନଗର ଓ ଭୁବନ ପୌରାଞ୍ଚଳର ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ଦେଉଛି।

ଢେଙ୍କାନାଳ ପାଇଁ ଯୁବା ନେତ୍ରୀ ସୋନାଲୀ ରାଉତ, କାମାକ୍ଷାନଗର ପାଇଁ ସୁବୋଧ ବେହେରା ଓ ଭୁବନ ବିଜ୍ଞପିତ ଅଞ୍ଚଳ ପରିଷଦ ପାଇଁ ମହେଶ୍ୱର ସାହୁଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇଛି।

ସ୍ବଚ୍ଛ ଶାସନ ଓ ସେବା ନିମନ୍ତେ ଆମ୍ ଆଦମୀ ପାର୍ଟିକୁ ବିନା ଅର୍ଥ ଓ ପ୍ରଲୋଭନରେ “ଝାଡୁ” ଚିହ୍ନରେ ମତଦାନ କରିବା ପାଇଁ ଜିଲ୍ଲା ଆବାହକ ପଙ୍କଜ ନାୟକ ପୌରାଞ୍ଚଳ ବାସୀଙ୍କୁ ଅନୁରୋଧ କରିଛନ୍ତି।

- Advertisement -

Leave A Reply

Your email address will not be published.