Take a fresh look at your lifestyle.

ହାତୀଦାନ୍ତ ଜବତ, ୪ ଗିରଫ

0 8

ଢେଙ୍କାନାଳ (ରୂପରେଖ ବ୍ୟୁରୋ ) : ମହାବୀରୋଡ଼ ରେଞ୍ଜ ଅଞ୍ଚଳରୁ ହାତୀଦାନ୍ତ ଜବତ କରିବା ସହ ଏହାକୁ ରଖିଥିବା ଅଭିଯୋଗରେ ବନ ବିଭାଗ ୪ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ବାଘମୁଣ୍ଡାର ସିପୁନ ପାତ୍ର ଏବଂ ମହାବୀରୋଡ଼ ରେଞ୍ଜ ଅନ୍ତର୍ଗତ ତାମ୍ପେଇ ଗ୍ରାମର ଲକ୍ଷ୍ମୀଧର ନାଏକ, କୁବେର ସିଂହ ଓ ସନାତନ ନାଏକ।

ବନ ବିଭାଗ ପକ୍ଷରୁ ହୋଇଥିବା ତଦନ୍ତ ସମୟରେ ଅଭିଯୁକ୍ତମାନେ ଜଙ୍ଗଲକୁ ଛତୁ ସଂଗ୍ରହ କରିବାକୁ ଯାଇଥିବା ଏବଂ ସେଠାରେ ହାତୀଦାନ୍ତ ପାଇ ତାହା ସଂଗ୍ରହ କରିଥିବା କହିଥିବା ଜଣାପଡ଼ିଛି। ଜବତ ହାତୀଦାନ୍ତକୁ ବନ ବିଭାଗ ନିଜ ହେପାଜତକୁ ନେଇଛି। ଏହାର ପ୍ରକୃତ ଉତ୍ସ ଓ ଅଭିଯୁକ୍ତମାନଙ୍କ ଦଖଲକୁ ଆସିବାର ସମ୍ପୂର୍ଣ୍ଣ ପରିସ୍ଥିତି ନେଇ ତଦନ୍ତ ଜାରି ରହିଛି।

ବନ୍ୟଜନ୍ତୁ ସୁରକ୍ଷା ଆଇନ, ୧୯୭୨ ଅନୁଯାୟୀ ହାତୀଦାନ୍ତର ଦଖଲ, ସଂଗ୍ରହ, ପରିବହନ କିମ୍ବା ବାଣିଜ୍ୟ ସମ୍ପୂର୍ଣ୍ଣ ନିଷିଦ୍ଧ। ଏଭଳି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯିବ ବୋଲି ଡିଏଫ୍‌ଓ ଲଳିତ କୁମାର ପାତ୍ର ସୂଚନା ଦେଇଛନ୍ତି।

- Advertisement -

Leave A Reply

Your email address will not be published.