Take a fresh look at your lifestyle.

ନାବାଳିକା ବଳାତ୍କାରୀକୁ ୨୦ ବର୍ଷ ଜେଲ

0 8

Get real time updates directly on you device, subscribe now.

ବାଲେଶ୍ଵର: ସ୍ଵତନ୍ତ୍ର ପକ୍ସୋ କୋର୍ଟ ଦ୍ଵାରା ନାବାଳିକା ବଳାତ୍କାର ମାମଲାରେ ଜଣେ ଶିକ୍ଷକ ଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କାଜୋରିମାନା , ଅନାଦେୟ ଅଧିକ ଦୁଇ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି ।

ଏହାସହ ନାବାଳିକା ଙ୍କ ପରିବାର କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷକ ଜଣକ ରାମପୁର ର ବସନ୍ତ ଦାସ ( ୬୦) । ସ୍ଵତନ୍ତ୍ର ପକ୍ସୋ କୋର୍ଟ ଜର୍ଜ ରଞ୍ଜନ କୁମାର ସୁତାର ମାମଲାର ବିଚାର କରି ଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ।

ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଂଚଳରେ ୨୦୧୯ ମସିହାରେ ଶିକ୍ଷକ ଜଣକ ନାବାଳିକା ଙ୍କୁ ଘରକୁ ଡ଼ାକି ଚକଲେଟ୍ ଦେଇ ବଳାତ୍କାର କରିଥିଲା । ଏହି ମାମଲାରେ ସରକାର ଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.