Take a fresh look at your lifestyle.

ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ଓ କୃଷି ମେଳା ଉଦଯାପିତ

0 56

Get real time updates directly on you device, subscribe now.

ଢେଙ୍କାନାଳ: ଗତ ୧୦ ତାରିଖଠାରୁ ଢେଙ୍କାନାଳ ମିନି ଷ୍ଟାଡିୟମ୍ରେ ଚାଲୁଥିବା ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ଓ କୃଷି ମେଳା ସୋମବାର ଉଦଯାପିତ ହୋଇଯାଇଛି । ଢେଙ୍କାନାଳ ସାଂସଦ ମହେଶ ସାହୁ ଉଦଯାପନୀ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷ କ୍ଷେତ୍ରରେ ଅଧିକ ଉତ୍ପାଦନ କରିଥିବା ଗ୍ରାମକୁ ସାଂସଦ ନିଜ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଏବଂ ଯେଉଁ ଚାଷୀ ଚାଷ ବିଷୟରେ ଅଧିକାରୀଙ୍କୁ ଅଧିକ ପ୍ରଶ୍ନ ପଚାରିଥିବ ଓ କୃଷି ଗ୍ରାମ ସେବକ ତାଙ୍କ ସଂପର୍କରେ ସବିଶେଷ ରିପୋର୍ଟ ଦେବେ ସେହି ଚାଷୀଙ୍କୁ ବ୍ୟକ୍ତିଗତ ଭାବେ ୧୦ ହଜାର ଟଙ୍କା ଦେବେ ବୋଲି ମଞ୍ଚରେ ଘୋଷଣା କରିଥିଲେ ।

ସମ୍ମାନିତ ଅତିଥି ଭାବେ ଉତ୍ତରାଞ୍ଚଳ ଅଧୀକ୍ଷଣ ଯନ୍ତ୍ରୀ ପୃଥ୍ୱୀରାଜ ମହାନ୍ତି, ରାଜ୍ୟ କୃଷକ କମିଟିର ସଦସ୍ୟ ସୁଧାକର ସାହୁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶରତ କୁମାର ତୋଷ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ବିମଳେନ୍ଦୁ ମହାନ୍ତି, ଉଦ୍ୟାନକୃଷି ଉପନିଦେ୍ର୍ଦଶକ ଗୀତାଶ୍ରୀ ପାଢି, ଢେଙ୍କାନାଳ ଜିଲ୍ଲା କୃଷି ଅଧିକାରୀ ଜ୍ୟୋତିର୍ଦୀପ୍ତ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଢେଙ୍କାନାଳ ଜିଲ୍ଲାର କୃଷି କାର୍ଯ୍ୟରେ ସର୍ବାଙ୍ଗୀନ ଉନ୍ନତି କାମନା କରିବା ସହ ଜିଲ୍ଲାକୁ ଏକନମ୍ବର କୃଷିଜିଲ୍ଲା ଭାବେ ଗଢ଼ି ତୋଳିବାକୁ ଉପସ୍ଥିତ ଚାଷୀମାନଙ୍କୁ ଆହ୍ୱାନ ଦେଇଥିଲେ ।

ଅତିଥିମାନେ ପ୍ରାରମ୍ଭରେ ବୃକ୍ଷଚାରାରେ ଜଳଦାନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । କୃଷି କାର୍ଯ୍ୟାଳୟର କର୍ମଚାରୀ ଅନିଲ ରାଉତ, ଶରତ କୁମାର ଦାସ, ଅମୟ ରାଉତ, ଅଜିତ ସାମଲ, ଶିଶିର ସାହୁ, ପ୍ରଦୀପ ସାହୁ, ସଂଗ୍ରାମ ମହାନ୍ତି, ଜୟନ୍ତ ପତି, ସୁବାଷ ସାହୁ, ଦେବରାଜ ପୃଷ୍ଟି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଏହି ଅବସରରେ କୃଷି, ପ୍ରାଣୀପାଳନ, ମତ୍ସ୍ୟଚାଷ, ଉଦ୍ୟାନକୃଷି, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ପ୍ରଭୃତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ସଦର ବ୍ଲକ୍ ରାଧାଦେଈପୁର ଗ୍ରାମର ଚୈତନ୍ୟ ମଲ୍ଲିକ, ଗଁଦିଆ ବିରିଖୁଣ୍ଟି ଗ୍ରାମର ଶଶିଭୂଷଣ ପରିଡା, ମହୁଲଖୋଳି ଗ୍ରାମର ଜ୍ୟୋତିର୍ମୟୀ ଗୋଚ୍ଛାୟତ, ଓଡାପଡା ବ୍ଲକ୍ ମୂଳସିଂହ ଗ୍ରାମର ପ୍ରଦୀପ ବେହେରା, ଭୁବନର ଜୟଗୁରୁ ପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା ।

ସେହିପରି ମୁଖ୍ୟମନ୍ତ୍ରୀ କୃଷି ଉନ୍ନୟନ ଯୋଜନାରେ ୫ ଜଣଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ୪ ଗୋଟି ଏସ୍ଏଚ୍ଜି ଗୋଷ୍ଠୀଙ୍କୁ ବିଭିନ୍ନ କୃଷି ଯନ୍ତ୍ରପାତିର ଚାବି ଓ ଅନୁମୋଦନ ପତ୍ର ପ୍ରଦାନ କରାଯାଇଥିଲା । ୬ ଜଣ ହିତାଧିକାରୀଙ୍କୁ ଟ୍ରାକ୍ଟର ଚାବି ପ୍ରଦାନ କରାଯାଇଥିଲା । ମେଳାରେ କୃଷି ଓ କୃଷକଙ୍କ ନିମନ୍ତେ ବିଭିନ୍ନ ଯୋଜନା ସଂପର୍କରେ ସଚେତନତା ସୃଷ୍ଟି ସହିତ ରିହାତି ଦରରେ ମିଳୁଥିବା ବିଭିନ୍ନ କୃଷି ଯନ୍ତ୍ରପାତିର ପ୍ରଦର୍ଶନୀ ଓ ବିକ୍ରୟ କରାଯାଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.