Take a fresh look at your lifestyle.

ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଉଦ୍ଘାଟିତ

0 12

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୨ ଛାତ୍ରୀଙ୍କ ନିମନ୍ତେ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା କୌଶଳ ଉଦ୍ଘାଟିତ ହୋଇଯାଇଛି ।

ସମଗ୍ର ଶିକ୍ଷା ଦ୍ୱାରା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମ ୧୫ ଦିନ ଧରି ଚାଲିବ । କଲେଜର ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ କୁମାର ପ୍ରଧାନ ଏହାକୁ ଉଦ୍ଘାଟନ କରି ଆତ୍ମରକ୍ଷା କୌଶଳ ଦ୍ୱାରା କେବଳ ଶାରୀରିକ ସ୍ତରରେ ନୁହେଁ ମାନସିକ ସ୍ତରର ଛାତ୍ରୀମାନଙ୍କୁ ସୁଦୃଢ଼ କରାଏ ବୋଲି କହିଥିଲେ ।

କଲେଜର ପ୍ରଶାସନିକ ଅଧିକାରୀ ଡ. ଦେବାଶିଷ ମହାନ୍ତି, ଆକାଡେମିକ ଅଧିକାରୀ ଡ. ସୁରେଖା ବଳିଆରସିଂ, ଆକାଉଣ୍ଟ୍ ଅଫିସର ଡ. ଦେବରାଜ ପରିଡା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଆତ୍ମରକ୍ଷା ପ୍ରଶିକ୍ଷକ ସରିତା ବିଶ୍ୱାଳ ଛାତ୍ରୀମାନଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ ଦେଉଛନ୍ତି ।

କାର୍ଯ୍ୟକ୍ରମକୁ ବାଣିଜ୍ୟ ବିଭାଗର ଅଧ୍ୟାପିକା ଡ. ସୌମ୍ୟା ନନ୍ଦ ପରିଚାଳନା କରିଥିଲେ । ସୁଜାତା ବେହେରା, ସସ୍ମିତା ରାୟ, ଲକ୍ଷ୍ମୀପ୍ରିୟା ମିଶ୍ର, ଶ୍ରେୟଶ୍ରୀ ଖୁଣ୍ଟିଆ, ଚିତ୍ରାଳୀ ଜେନା, ଡ. ସମ୍ବିତ କୁମାର ସାହୁ, ଡ. ଅଦ୍ୱୈତ କୁମାର ସାହୁ, ରାଜେଶ ସାହୁ ସହଯୋଗ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.