Take a fresh look at your lifestyle.

ଜଗନ୍ନାଥ ସଂସ୍କୃତି ସମ୍ବନ୍ଧରେ ଆଲୋଚନା ଚକ୍ର

0 21

କୋଣାର୍କ : ଓଡିଆ ନବବର୍ଷ ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଶ୍ରୀ ଜଗନ୍ନାଥ ସମାଜ କଲ୍ୟାଣ ସଂସ୍ଥାନ, ମଲ୍ଲଗ୍ରାମ ପକ୍ଷରୁ କୋଣାର୍କ ସ୍ଥିତ ଶିଳ୍ପୀବାଟିକା ପରିସରରେ ଜଗନ୍ନାଥ ସଂସ୍କୃତି ସମ୍ପନ୍ଧରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ସୁଶ୍ରୀ ସଞ୍ଜୁକ୍ତା ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟମନ୍ଦିର ଗବେଷକ ଡ. ଉପେନ୍ଦ୍ରନାଥ ଭୋଲ, ବରିଷ୍ଠ ସାମ୍ବାଦିକ ତ୍ରିବିକ୍ରମ  ରାମକୃଷ୍ଣ ମହାପାତ୍ର, ଜଗନ୍ନାଥ ସଂସ୍କୃତି ଗବେଷକ ପୁନେଶ ସେନାପତି, ଐତିହାସିକ ସଞ୍ଜୟ ବରାଳ, ପରିବେଶବିତ ଉମେଶ ସ୍ୱାଇଁ, ସମାଜସେବୀ ରାମକୃଷ୍ଣ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

କାହିଁ କେଉଁ ଆବାହମାନ କାଳରୁ ଜଗନ୍ନାଥ ସଂସ୍କୃତି ଜନମାନସରେ ଉଦଯିବତ ହୋଇ ରହିଥିଲେ ମଧ୍ୟ ଏବେର ଉଗ୍ର ଆଧୁନିକତାର ତାଡନା ଓ ବିକାଶ ଆଳରେ ସଂସ୍କୃତିକୁ ନଷ୍ଠ କରାଯାଉଛି ବୋଲି ମତପ୍ରକାଶ ପାଇଥିଲା । ସନାତନ ଧର୍ମର ସଂସ୍କୃତିକୁ ସୁରକ୍ଷା ଦେବା ଆମର ମୁଲ ଲକ୍ଷ ବୋଲି ଶ୍ରୀ ଜଗନ୍ନାଥ ସମାଜ କଲ୍ୟାଣ ସଂସ୍ଥାନର ସମ୍ପାଦକ ବିରଞ୍ଚିନାରାୟଣ ରଥ ସୂଚନା ଦେଇଛନ୍ତି ।

ଆଜିର ଏହି ଜଗନ୍ନାଥ ସଂସ୍କୃତି ସମ୍ପନ୍ଧରେ ଆଲୋଚନାଚକର କାର୍ଯ୍ୟକ୍ରମକୁ ଶିକ୍ଷାବିତ ପ୍ରତାପ କୁମାର ରାଉତ ପରିଚାଳନା କରିଥିବା ବେଳେ ଶ୍ରୀ ଜଗନ୍ନାଥ ସମାଜ କଲ୍ୟାଣ ସଂସ୍ଥାନର ସଭପତି ଲିଙ୍ଗରାଜ ମିଶ୍ରଙ୍କ ସମେତ ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ ।

- Advertisement -

Leave A Reply

Your email address will not be published.